ଆମ୍ ଆଦ୍‌ମୀ ପାର୍ଟିକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ମନ୍ତ୍ରୀ ତଥା ବରିଷ୍ଠ ନେତା କୈଳାଶ ଗେହଲଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ଶକ୍ତ ଝଟ୍‌କା। ଦଳରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲୋଟ। ରବିବାର ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଆପ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କୁ ସମ୍ବୋଧିତ କରି ଅଭିଯୋଗ ଜଣାଇଛନ୍ତି। ଦଳ ଦେଇଥିବା ପ୍ରତିଶ୍ରୁତି ପୂରଣ ନ ହେବା ଓ ସାମ୍ପ୍ରତିକ ବିବାଦ ଯୋଗୁ ସେ ଦଳ ଛାଡ଼ୁଛନ୍ତି ବୋଲି କୈଳାଶ ଲେଖିଛନ୍ତି। ଦିଲ୍ଲୀ ସରକାର ମନ୍ତ୍ରୀ ପରିଷଦ ନିକଟରେ ମଧ୍ୟ ସେ ତାଙ୍କ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛନ୍ତି।ଦିଲ୍ଲୀ ସରକାରରେ କୈଳାଶ ଗେହଲୋଟ ପରିବହନ, ପ୍ରଶାସନିକ ସୁଧାର, ଆଇଟି, ଗୃହ, ମହିଳା ଏବଂ ଶିଶୁ ବିକାଶ ସମେତ ଏକାଧିକ ବିଭାଗର ଦାୟିତ୍ୱ ସମ୍ବାଳିଥିଲେ। ଜଣେ ବରିଷ୍ଠ ନେତା ଭାବେ ଦଳରେ ତାଙ୍କର ଗୁରୁତ୍ୱ ବି ରହିଥିଲା। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବା ଉଦାହରଣ ଦେଇ କୈଳାଶ କହିଛନ୍ତି ଯେ ଯମୁନା ନଦୀ ସଫା କରିବାରେ ବିଫଳ, ହେବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବିବାଦ ଆଦିକୁ ଦାୟୀ କରି ସେ ଦଳ ଛାଡ଼ିଛନ୍ତି। ଆପ୍ ଛାଡ଼ିବା ପରେ ସେ ଅନ୍ୟ କୌଣସି ଦଳ ଯିବା ନେଇ ସେ ସ୍ପଷ୍ଟ କରି ନାହାନ୍ତି।  

ଆମ୍ ଆଦ୍‌ମୀ ପାର୍ଟିକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ମନ୍ତ୍ରୀ ତଥା ବରିଷ୍ଠ ନେତା କୈଳାଶ ଗେହଲଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ଶକ୍ତ ଝଟ୍‌କା। ଦଳରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲୋଟ। ରବିବାର ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଆପ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କୁ ସମ୍ବୋଧିତ କରି ଅଭିଯୋଗ ଜଣାଇଛନ୍ତି। ଦଳ ଦେଇଥିବା ପ୍ରତିଶ୍ରୁତି ପୂରଣ ନ ହେବା ଓ ସାମ୍ପ୍ରତିକ ବିବାଦ ଯୋଗୁ ସେ ଦଳ ଛାଡ଼ୁଛନ୍ତି ବୋଲି କୈଳାଶ ଲେଖିଛନ୍ତି। ଦିଲ୍ଲୀ ସରକାର ମନ୍ତ୍ରୀ ପରିଷଦ ନିକଟରେ ମଧ୍ୟ ସେ ତାଙ୍କ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛନ୍ତି।

ଦିଲ୍ଲୀ ସରକାରରେ କୈଳାଶ ଗେହଲୋଟ ପରିବହନ, ପ୍ରଶାସନିକ ସୁଧାର, ଆଇଟି, ଗୃହ, ମହିଳା ଏବଂ ଶିଶୁ ବିକାଶ ସମେତ ଏକାଧିକ ବିଭାଗର ଦାୟିତ୍ୱ ସମ୍ବାଳିଥିଲେ। ଜଣେ ବରିଷ୍ଠ ନେତା ଭାବେ ଦଳରେ ତାଙ୍କର ଗୁରୁତ୍ୱ ବି ରହିଥିଲା। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବା ଉଦାହରଣ ଦେଇ କୈଳାଶ କହିଛନ୍ତି ଯେ ଯମୁନା ନଦୀ ସଫା କରିବାରେ ବିଫଳ, ହେବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବିବାଦ ଆଦିକୁ ଦାୟୀ କରି ସେ ଦଳ ଛାଡ଼ିଛନ୍ତି। ଆପ୍ ଛାଡ଼ିବା ପରେ ସେ ଅନ୍ୟ କୌଣସି ଦଳ ଯିବା ନେଇ ସେ ସ୍ପଷ୍ଟ କରି ନାହାନ୍ତି।