ଆମ୍ବ ଗଛ ତଳେ ନେଉଥିଲେ ବିଶ୍ରାମ, ମାରିଲା ଘଡ଼ଘଡ଼ି:୨ ଶ୍ରମିକ ମୃତ
ଦିଗପହଣ୍ଡି/ପାଟପୁର,୨।୬(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧୀ ଛକ ମହାଲକ୍ଷ୍ମୀ ମନ୍ଦିର ନିକଟରେ ଥିବା ଆମ୍ବ ଗଛ ତଳେ ବିଶ୍ରାମ ନେଉଥିବା ସମୟରେ ରବିବାର ଅପରାହ୍ନ ପ୍ରାୟ ୪ ଟାରେ ବଜ୍ରପାତ ଯୋଗୁ ପାଟପୁର ଠାକୁରାଣୀ ଯାତ୍ରା ପାଇଁ ଆସିଥିବା ମୀନା ବଜାରର ୨ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ଦ୍ବୟ ହେଲେ ପୁରୀ ଜିଲା ନିରାକାରପୁର ଥାନା ଆଲିପଡା ଗ୍ରାମର ଡୁଗୁଲା ପ୍ରଧାନ ଏବଂ ଗଞ୍ଜାମ ଜିଲା ପୋଲସରା ଥାନା ଚଢିଆପଦା […] The post ଆମ୍ବ ଗଛ ତଳେ ନେଉଥିଲେ ବିଶ୍ରାମ, ମାରିଲା ଘଡ଼ଘଡ଼ି:୨ ଶ୍ରମିକ ମୃତ appeared first on Dharitri Odia News.
ଦିଗପହଣ୍ଡି/ପାଟପୁର,୨।୬(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧୀ ଛକ ମହାଲକ୍ଷ୍ମୀ ମନ୍ଦିର ନିକଟରେ ଥିବା ଆମ୍ବ ଗଛ ତଳେ ବିଶ୍ରାମ ନେଉଥିବା ସମୟରେ ରବିବାର ଅପରାହ୍ନ ପ୍ରାୟ ୪ ଟାରେ ବଜ୍ରପାତ ଯୋଗୁ ପାଟପୁର ଠାକୁରାଣୀ ଯାତ୍ରା ପାଇଁ ଆସିଥିବା ମୀନା ବଜାରର ୨ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ଦ୍ବୟ ହେଲେ ପୁରୀ ଜିଲା ନିରାକାରପୁର ଥାନା ଆଲିପଡା ଗ୍ରାମର ଡୁଗୁଲା ପ୍ରଧାନ ଏବଂ ଗଞ୍ଜାମ ଜିଲା ପୋଲସରା ଥାନା ଚଢିଆପଦା ଗ୍ରାମର ସନ୍ୟାସୀ ସାହୁ। ପାଟପୁର ଗ୍ରାମରେ ମାଁ ଠାକୁରାଣୀଙ୍କ ଯାତ୍ରା ପାଇଁ ମୀନା ବଜାର ଖୋଲା ଯାଇଥିଲା। ରବିବାର ଯାତ୍ରା ସରିବା ପରେ ଦୁଇ ଶ୍ରମିକ କାମ ସାରି ଖରାରୁ ଟିକେ ବିଶ୍ରାମ ନେବା ପାଇଁ ଆମ୍ବଗଛ ତଳେ ଆଶ୍ରୟ ନେବା ସହ ମୋବାଇଲ ବ୍ୟବହାର କରୁଥିଲେ। ଏହି ସମୟରେ ଆକାଶରେ କଳାମେଘ ସହ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା। ଆକସ୍ମିକ ବଜ୍ରପାତରେ ଉଭୟେ ଚେତାଶୂନ୍ୟ ହୋଇ ପଡ଼ିଥିଲେ।
ଖବରପାଇ ଘଟଣାସ୍ଥଳରେ ପାଟପୁର ଥାନା ପୋଲିସ ପହଞ୍ଚି ଅଚେତ ଅବସ୍ଥାରେ ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ପାଟପୁର ଥାନା ଆଇଆଇସି ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।
The post ଆମ୍ବ ଗଛ ତଳେ ନେଉଥିଲେ ବିଶ୍ରାମ, ମାରିଲା ଘଡ଼ଘଡ଼ି:୨ ଶ୍ରମିକ ମୃତ appeared first on Dharitri Odia News.