ଆମ୍ବ ଟାକୁଆ ଟ୍ରାଜେଡି, କଟକ SCB ରୁ ପୁର୍ନଜନ୍ମ ପାଇ ସୁସ୍ଥ ହୋଇ ଘରକୁ ଫେରିଲେ ଟୁନି ମାଝୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା। କଟକ ଏସସିବି ମେଡିକାଲରୁ ସୁସ୍ଥ... The post ଆମ୍ବ ଟାକୁଆ ଟ୍ରାଜେଡି, କଟକ SCB ରୁ ପୁର୍ନଜନ୍ମ ପାଇ ସୁସ୍ଥ ହୋଇ ଘରକୁ ଫେରିଲେ ଟୁନି ମାଝୀ appeared first on .

ଆମ୍ବ ଟାକୁଆ ଟ୍ରାଜେଡି, କଟକ SCB ରୁ ପୁର୍ନଜନ୍ମ ପାଇ ସୁସ୍ଥ ହୋଇ ଘରକୁ ଫେରିଲେ ଟୁନି ମାଝୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା। କଟକ ଏସସିବି ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଗୁରୁତର ଟୁନି ମାଝୀ। ଗତ ନଭେମ୍ବର ୩ରେ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି ହୋଇଥିଲେ ଟୁନି। ଏସସିବି ମେଡିସିନ ବିଭାଗର ବରିଷ୍ଠ ଡାକ୍ତର ଜୟନ୍ତ ପଣ୍ଡା ଓ ହେପାଟୋଲୋଜି ବିଭାଗ ଡାକ୍ତର ସୁଶାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଗଠିତ ସ୍ଵତନ୍ତ୍ର ଡାକ୍ତରୀ ଟିମ ଟୁନି ମାଝୀଙ୍କ ଚିକିତ୍ସା କରୁଥିଲେ । ଅତି ଗୁରୁତର ହୋଇଥିବାରୁ ଟୁନିଙ୍କୁ ଆଇସିୟୁରେ ଭର୍ତ୍ତିି କରାଯାଇଥିଲା। ଏପରି ଟୁନିଙ୍କର ୧୦ ଥର ଡାଏଲିସିସ ମଧ୍ୟ କରାଯାଇଛି। ସୁସ୍ଥ ହେବା ପରେ ତାଙ୍କୁ ଏସସିବିରୁ ଡିସଚାର୍ଜ କରାଯାଇଛି ବୋଲି କହିଛନ୍ତି ଏସସିବି ଭେଷଜ ବିଭାଗ ବରିଷ୍ଠ ଚିକିତ୍ସକ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା।

ପୂର୍ବରୁ ଆମ୍ବ ଟାକୁଆ ଜାଉ ଖାଇ ଜିତା ମାଝୀ, ରୁନି ମାଝୀ ଓ ରନିତା ପାଟ୍ଟମାଝୀଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଟୁନି ମାଝୀ ସୁସ୍ଥ ହୋଇ ଘରକୁ ଫେରିବା ପରେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟୁନୀ ଓ ତାଙ୍କ ଭାଇ ।

 

The post ଆମ୍ବ ଟାକୁଆ ଟ୍ରାଜେଡି, କଟକ SCB ରୁ ପୁର୍ନଜନ୍ମ ପାଇ ସୁସ୍ଥ ହୋଇ ଘରକୁ ଫେରିଲେ ଟୁନି ମାଝୀ appeared first on .