ଆମ୍ବତୋଟାରେ ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ପରେ ଟଙ୍ଗା ଯାଇଥିବା ସନ୍ଦେହ

ହିନ୍ଦୋଳ ୦୮।୦୪ : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧର ପ୍ରସାଦ ଗାଁ ନିକଟରୁ ମୃତଦେହ ଠାବ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଖବର ଅନୁଯାୟୀ, ରାସୋଳ ଥାନା ଗିରିଧରପ୍ରସାଦ ଗାଁ ହାଇସ୍କୁଲ ନିକଟସ୍ଥ ଆମ୍ବତୋଟାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଯୁବକଙ୍କ ବେକରେ ପାଣ୍ଟର ଫିତା ବନ୍ଧାଯାଇଥିବା ଦେଖିବାକୁ ମିଳିଛି । ଯୁବକଙ୍କୁ ହତ୍ୟା କରି ଗଛରେ ଝୁଲା ଯାଇଥିବା ସନ୍ଦେହ କରାଯାଉଛି । ହେଲେ ବର୍ତ୍ତମାନ ଯାଏଁ ଯୁବକଙ୍କ ମୃତ୍ୟୁର ସଠିକ୍‌ କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ ପରେ ପୁରା କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।   

ଆମ୍ବତୋଟାରେ ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ପରେ ଟଙ୍ଗା ଯାଇଥିବା ସନ୍ଦେହ

ହିନ୍ଦୋଳ ୦୮।୦୪ : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧର ପ୍ରସାଦ ଗାଁ ନିକଟରୁ ମୃତଦେହ ଠାବ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । 

ଖବର ଅନୁଯାୟୀ, ରାସୋଳ ଥାନା ଗିରିଧରପ୍ରସାଦ ଗାଁ ହାଇସ୍କୁଲ ନିକଟସ୍ଥ ଆମ୍ବତୋଟାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଯୁବକଙ୍କ ବେକରେ ପାଣ୍ଟର ଫିତା ବନ୍ଧାଯାଇଥିବା ଦେଖିବାକୁ ମିଳିଛି । ଯୁବକଙ୍କୁ ହତ୍ୟା କରି ଗଛରେ ଝୁଲା ଯାଇଥିବା ସନ୍ଦେହ କରାଯାଉଛି । ହେଲେ ବର୍ତ୍ତମାନ ଯାଏଁ ଯୁବକଙ୍କ ମୃତ୍ୟୁର ସଠିକ୍‌ କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ ପରେ ପୁରା କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।