ଆମ୍ବେଡ୍କରଙ୍କୁ ନେଇ ଚଣ୍ଡିଗଡ଼ ପୌରସଭା ରଣକ୍ଷେତ୍ର
ଚଣ୍ଡିଗଡ଼,୨୫ା୧୨: ଡ. ଭୀମରାଓ ଆମ୍ବେଡ୍କରଙ୍କ ଲିଗାସୀକୁ ନେଇ ମଙ୍ଗଳବାର ଚଣ୍ଡିଗଡ଼ ମ୍ୟୁନିସିପାଲିଟି ବୈଠକରେ ଉତ୍ତେଜନା ସୃଷ୍ଟି ହେବା ସହ ଭାଜପା ଏବଂ କଂଗ୍ରେସ କାଉନ୍ସିଲରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଲଟ୍ ପେପରରେ ଜାଲିଆତି କରିଥିବା ପୋଲିଂ ଅଫିସର ତଥା ମନୋନୀତ ସଦସ୍ୟ ଅନିଲ ମସିହ କଂଗ୍ରେସକୁ ଟାର୍ଗେଟ କରିବା ସହ ରାହୁଲ ଗାନ୍ଧୀ ଜାମିନରେ ବାହାରିଥିବା କହିଥିଲେ। ଏହାକୁ ନେଇ କଂଗ୍ରେସ, ଆପ୍ ଏବଂ ଭାଜପା ସଦସ୍ୟମାନଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଥିଲା। ସୂଚନାଯୋଗ୍ୟ, ରାଜ୍ୟ […] The post ଆମ୍ବେଡ୍କରଙ୍କୁ ନେଇ ଚଣ୍ଡିଗଡ଼ ପୌରସଭା ରଣକ୍ଷେତ୍ର appeared first on Dharitri Odia News.
ଚଣ୍ଡିଗଡ଼,୨୫ା୧୨: ଡ. ଭୀମରାଓ ଆମ୍ବେଡ୍କରଙ୍କ ଲିଗାସୀକୁ ନେଇ ମଙ୍ଗଳବାର ଚଣ୍ଡିଗଡ଼ ମ୍ୟୁନିସିପାଲିଟି ବୈଠକରେ ଉତ୍ତେଜନା ସୃଷ୍ଟି ହେବା ସହ ଭାଜପା ଏବଂ କଂଗ୍ରେସ କାଉନ୍ସିଲରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଲଟ୍ ପେପରରେ ଜାଲିଆତି କରିଥିବା ପୋଲିଂ ଅଫିସର ତଥା ମନୋନୀତ ସଦସ୍ୟ ଅନିଲ ମସିହ କଂଗ୍ରେସକୁ ଟାର୍ଗେଟ କରିବା ସହ ରାହୁଲ ଗାନ୍ଧୀ ଜାମିନରେ ବାହାରିଥିବା କହିଥିଲେ। ଏହାକୁ ନେଇ କଂଗ୍ରେସ, ଆପ୍ ଏବଂ ଭାଜପା ସଦସ୍ୟମାନଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଥିଲା।
ସୂଚନାଯୋଗ୍ୟ, ରାଜ୍ୟ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସମ୍ବିଧାନ ବିତର୍କରେ ଭାଗନେଇ କଂଗ୍ରେସ ବାରମ୍ବାର ଆମ୍ବେଡ୍କରଙ୍କ ନାଁ ନେଉଥିବାରୁ ସମାଲୋଚନା କରିଥିଲେ। ଶାହାଙ୍କ ଇସ୍ତଫା ଦାବି କରି କଂଗ୍ରେସ ଏବଂ ଆପ୍ କାଉନସିଲରମାନେ ପୌରସଭା ବୈଠକରେ ଏକ ପ୍ରସ୍ତାବ ଗୃହୀତ କରାଇଥିଲେ। ଭାଜପା କାଉନସିଲରମାନେ ଏହାକୁ ବିରୋଧ କରିବାରୁ ସଂଘର୍ଷ ଘଟିଥିଲା।
The post ଆମ୍ବେଡ୍କରଙ୍କୁ ନେଇ ଚଣ୍ଡିଗଡ଼ ପୌରସଭା ରଣକ୍ଷେତ୍ର appeared first on Dharitri Odia News.