‘ଆମ୍ବେଦକରଙ୍କୁ ଭାରତରତ୍ନ ମିଳୁ ଚାହୁଁ ନ ଥିଲା କଂଗ୍ରେସ’
ନୂଆଦିଲ୍ଲୀ,୧୮ା୧୨: କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। କଂଗ୍ରେସକୁ ସମ୍ବିଧାନ ବିରୋଧୀ, ଆମ୍ବେଦକର ବିରୋଧୀ କହିଛନ୍ତି ଶାହା। ନେହରୁ ଓ ଇନ୍ଦିରାଙ୍କୁ ଭାରତ ରତ୍ନ ଦେଲେ, କିନ୍ତୁ ଆମ୍ବେଦକରଙ୍କୁ ସମ୍ମାନିତ କଲେନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମ୍ବେଦକରଙ୍କୁ ଭାରତରତ୍ନ ମିଳୁ ବୋଲି କଂଗ୍ରେସ ଚାହୁଁ ନ ଥିଲା। ୧୯୯୦ରେ ଆମ୍ବେଦକର ଭାରତରତ୍ନରେ ସମ୍ମାନିତ ହୋଇଥିଲେ। ଆମ୍ବେଦକରଙ୍କୁ ନେଇ ମୋ’ ମନ୍ତବ୍ୟକୁ କଂଗ୍ରେସ ବିକୃତ କରିଛି। ମନ୍ତବ୍ୟକୁ ବିକୃତ କରିବା କଂଗ୍ରେସର […] The post ‘ଆମ୍ବେଦକରଙ୍କୁ ଭାରତରତ୍ନ ମିଳୁ ଚାହୁଁ ନ ଥିଲା କଂଗ୍ରେସ’ appeared first on Dharitri Odia News.
ନୂଆଦିଲ୍ଲୀ,୧୮ା୧୨: କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। କଂଗ୍ରେସକୁ ସମ୍ବିଧାନ ବିରୋଧୀ, ଆମ୍ବେଦକର ବିରୋଧୀ କହିଛନ୍ତି ଶାହା। ନେହରୁ ଓ ଇନ୍ଦିରାଙ୍କୁ ଭାରତ ରତ୍ନ ଦେଲେ, କିନ୍ତୁ ଆମ୍ବେଦକରଙ୍କୁ ସମ୍ମାନିତ କଲେନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମ୍ବେଦକରଙ୍କୁ ଭାରତରତ୍ନ ମିଳୁ ବୋଲି କଂଗ୍ରେସ ଚାହୁଁ ନ ଥିଲା। ୧୯୯୦ରେ ଆମ୍ବେଦକର ଭାରତରତ୍ନରେ ସମ୍ମାନିତ ହୋଇଥିଲେ। ଆମ୍ବେଦକରଙ୍କୁ ନେଇ ମୋ’ ମନ୍ତବ୍ୟକୁ କଂଗ୍ରେସ ବିକୃତ କରିଛି। ମନ୍ତବ୍ୟକୁ ବିକୃତ କରିବା କଂଗ୍ରେସର ଅଭ୍ୟାସ, ନିର୍ବାଚନ ବେଳେ ବି କଂଗ୍ରେସ ଏଭଳି କରିଥିଲା।
ପୁରୁଣା ପଦ୍ଧତି ଗ୍ରହଣ କରି କଥାକୁ ନଥା କରି ମିଥ୍ୟାକୁ ସତ୍ୟ ପ୍ରମାଣ କରି ସମାଜରେ ଦ୍ୱନ୍ଦ୍ୱ ବିସ୍ତାର କରିବାକୁ କଂଗ୍ରେସ ପୁଣି ଥରେ ଏକ ମନ୍ଦ ଉଦ୍ୟମ କରିଛି। ସଂସଦରେ ଆଲୋଚନା ବେଳେ ଏହା ପ୍ରମାଣିତ ହୋଇଛି ଯେ, ବାବା ସାହେବ ଆମ୍ବେଦକରଙ୍କ କଂଗ୍ରେସ କିପରି ଦୃଢ଼ ବିରୋଧ କରିଥିଲା ଏବଂ ତାଙ୍କ ଅନୁପସ୍ଥିତି ପରେ ମଧ୍ୟ କଂଗ୍ରେସ ତାଙ୍କୁ ମାର୍ଜିତ କରିବାକୁ ଚେଷ୍ଟା କରିଥିଲା।
ଶାହା କହିଛନ୍ତି, ମୋ ଯୋଗୁ ଅରବିନ୍ଦ କେଜ୍ରିଓ୍ବାଲ ସମ୍ବିଧାନ ଏବଂ ବାବା ସାହେବଙ୍କୁ ସମ୍ମାନ ଦେବା ଆରମ୍ଭ କରିଥିଲେ। ଏହା ଏକ ବଡ଼ କଥା। ଖାର୍ଗେଜୀ ଆତ୍ମ ମନ୍ଥନ କରିବା ଆବଶ୍ୟକ। ମୁଁ ସ୍ବପ୍ନରେ ସୁଦ୍ଧା ବାବାସାହେବଙ୍କୁ ଅପମାନ କରିପାରିବି ନାହିଁ।
The post ‘ଆମ୍ବେଦକରଙ୍କୁ ଭାରତରତ୍ନ ମିଳୁ ଚାହୁଁ ନ ଥିଲା କଂଗ୍ରେସ’ appeared first on Dharitri Odia News.