ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ସମନ ପଠାଇଲା ସିବିଆଇ, ୧୫ ଜଣଙ୍କ ବୟାନ ରେକର୍ଡ

ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ମେଡିସିନ୍ ବିଭାଗର ପୋଷ୍ଟ ଗ୍ରାଜୁଏଟ୍ ଟ୍ରେନି (ପିଜିଟି) ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ। ସେପଟେ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା ପାଇଁ ସିବିଆଇ ନୋଟିସ ଜାରି କରିଛି। ଜୁନିଅର ଡାକ୍ତରଙ୍କ ଆନ୍ଦୋଳନର ଚାପରେ ସୋମବାର (12 ଅଗଷ୍ଟ) ସକାଳେ ଆର.ଜି କର ମେଡିକାଲ କଲେଜର ପ୍ରିନ୍ସପାଲ ପ୍ରଫେସର ଡକ୍ଟର ସନ୍ଦୀପ ଘୋଷ ଇସ୍ତଫା ଦେଇଛନ୍ତି।ଏହି ମାମଲାରେ ପୀଡିତାଙ୍କ ପରିବାରର ବୟାନ ରେକର୍ଡ କରାଯାଇଛି। ଏହା ବ୍ୟତୀତ ଗୁରୁବାର ଦୁଇଟି ସିବିଆଇ ଟିମ୍ ଆରଜି କର ହସ୍ପିଟାଲରେ ପହଞ୍ଚି ବିରୋଧୀ ଛାତ୍ର ତଥା ହସ୍ପିଟାଲର ଅଧ୍ୟକ୍ଷା ସୁହରିତା ପାଲଙ୍କୁ ପଚରାଉଚରା କରିଥିଲେ। ସିବିଆଇ ଏପର୍ଯ୍ୟନ୍ତ ଏହି ମାମଲାରେ ୧୫ ଜଣଙ୍କ ବୟାନ ରେକର୍ଡ କରିଛି। ଏହାକୁ ଆଧାର କରି ସିବିଆଇ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିବ।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବିଶାଳ ରାଲିର ଆୟୋଜନ କରିବେ। ଆସନ୍ତା ରବିବାର ସୁଦ୍ଧା ଅପରାଧୀଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ସେ ଏ ସମ୍ପର୍କରେ ସିବିଆଇକୁ ଏକ ଅଲ୍ଟିମେଟମ୍ ମଧ୍ୟ ଦେଇଛନ୍ତି। ସେପଟେ ବିଜେପି ନେତା ରୂପା ଗାଙ୍ଗୁଲି କହିଛନ୍ତି ଯେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସିଏମ ମମତା ବାନାର୍ଜୀ ମଧ୍ୟ ଇସ୍ତଫା ଦିଅନ୍ତୁ।

ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ସମନ ପଠାଇଲା ସିବିଆଇ, ୧୫ ଜଣଙ୍କ ବୟାନ ରେକର୍ଡ

ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ମେଡିସିନ୍ ବିଭାଗର ପୋଷ୍ଟ ଗ୍ରାଜୁଏଟ୍ ଟ୍ରେନି (ପିଜିଟି) ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ। ସେପଟେ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା ପାଇଁ ସିବିଆଇ ନୋଟିସ ଜାରି କରିଛି। ଜୁନିଅର ଡାକ୍ତରଙ୍କ ଆନ୍ଦୋଳନର ଚାପରେ ସୋମବାର (12 ଅଗଷ୍ଟ) ସକାଳେ ଆର.ଜି କର ମେଡିକାଲ କଲେଜର ପ୍ରିନ୍ସପାଲ ପ୍ରଫେସର ଡକ୍ଟର ସନ୍ଦୀପ ଘୋଷ ଇସ୍ତଫା ଦେଇଛନ୍ତି।

ଏହି ମାମଲାରେ ପୀଡିତାଙ୍କ ପରିବାରର ବୟାନ ରେକର୍ଡ କରାଯାଇଛି। ଏହା ବ୍ୟତୀତ ଗୁରୁବାର ଦୁଇଟି ସିବିଆଇ ଟିମ୍ ଆରଜି କର ହସ୍ପିଟାଲରେ ପହଞ୍ଚି ବିରୋଧୀ ଛାତ୍ର ତଥା ହସ୍ପିଟାଲର ଅଧ୍ୟକ୍ଷା ସୁହରିତା ପାଲଙ୍କୁ ପଚରାଉଚରା କରିଥିଲେ। ସିବିଆଇ ଏପର୍ଯ୍ୟନ୍ତ ଏହି ମାମଲାରେ ୧୫ ଜଣଙ୍କ ବୟାନ ରେକର୍ଡ କରିଛି। ଏହାକୁ ଆଧାର କରି ସିବିଆଇ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିବ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବିଶାଳ ରାଲିର ଆୟୋଜନ କରିବେ। ଆସନ୍ତା ରବିବାର ସୁଦ୍ଧା ଅପରାଧୀଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ସେ ଏ ସମ୍ପର୍କରେ ସିବିଆଇକୁ ଏକ ଅଲ୍ଟିମେଟମ୍ ମଧ୍ୟ ଦେଇଛନ୍ତି। ସେପଟେ ବିଜେପି ନେତା ରୂପା ଗାଙ୍ଗୁଲି କହିଛନ୍ତି ଯେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସିଏମ ମମତା ବାନାର୍ଜୀ ମଧ୍ୟ ଇସ୍ତଫା ଦିଅନ୍ତୁ।