ଆର.ଜି କର ହସ୍ପିଟାଲ ମାମଲାର ଶୁଣାଣିବେଳେ ରାଗିଗଲେ ଚନ୍ଦ୍ରଚୁଡ଼, ଓକିଲଙ୍କୁ କହିଲେ…

ନୂଆଦିଲ୍ଲୀ,୯।୯: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ଜଣେ ଓକିଲ ଏପରି ଆଚରଣ କରିଥିଲେ ଯେ ଯେଉଁ କାରଣରୁ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ ତାଙ୍କ ଉପରେ ରାଗିଯାଇଉନ୍ତି ଏବଂ ଆଓ୍ବାଜ୍‌ ତଳକୁ କରିବାକୁ ସିଜେଆଇ କହିଛନ୍ତି। ଓକିଲ ତାଙ୍କ ମତ ରଖିବାକୁ ଯାଇ ଉଚ୍ଚ ସ୍ବରରେ କହୁଥିଲେ, ଯେଉଁଥିରେ ସିଜେଆଇ ରାଗିଯାଇଥିଲେ। ସିଜେଆଇ ଚନ୍ଦ୍ରଚୁଡ଼ଙ୍କ ସହିତ ଜଷ୍ଟିସ […] The post ଆର.ଜି କର ହସ୍ପିଟାଲ ମାମଲାର ଶୁଣାଣିବେଳେ ରାଗିଗଲେ ଚନ୍ଦ୍ରଚୁଡ଼, ଓକିଲଙ୍କୁ କହିଲେ… appeared first on Dharitri Odia News.

ଆର.ଜି କର ହସ୍ପିଟାଲ ମାମଲାର ଶୁଣାଣିବେଳେ ରାଗିଗଲେ ଚନ୍ଦ୍ରଚୁଡ଼, ଓକିଲଙ୍କୁ କହିଲେ…

ନୂଆଦିଲ୍ଲୀ,୯।୯: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ଜଣେ ଓକିଲ ଏପରି ଆଚରଣ କରିଥିଲେ ଯେ ଯେଉଁ କାରଣରୁ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ ତାଙ୍କ ଉପରେ ରାଗିଯାଇଉନ୍ତି ଏବଂ ଆଓ୍ବାଜ୍‌ ତଳକୁ କରିବାକୁ ସିଜେଆଇ କହିଛନ୍ତି। ଓକିଲ ତାଙ୍କ ମତ ରଖିବାକୁ ଯାଇ ଉଚ୍ଚ ସ୍ବରରେ କହୁଥିଲେ, ଯେଉଁଥିରେ ସିଜେଆଇ ରାଗିଯାଇଥିଲେ।

ସିଜେଆଇ ଚନ୍ଦ୍ରଚୁଡ଼ଙ୍କ ସହିତ ଜଷ୍ଟିସ ଜେ.ବି. ପାରଦୀୱାଲା ଏବଂ ଜଷ୍ଟିସ ମନୋଜଙ୍କ ତିନିଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ବରିଷ୍ଠ ଓକିଲ କପିଲ ସିବଲ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦଲିଲ ଉପସ୍ଥାପନ କରିଥିଲେ। ଏହି ସମୟରେ ଜଣେ ଓକିଲ ନିଜର ମତ ପ୍ରକାଶ କରିବାକୁ ଜୋରରେ କହିବା ଆରମ୍ଭ କରିଥିଲେ। ଏହା ଉପରେ ଜଷ୍ଟିସ ଚନ୍ଦ୍ରଚୁଡ଼ ତାଙ୍କୁ ବାଧା ଦେଇ କହିଥିଲେ, ଆପଣଙ୍କ ଆଓ୍ବାଜ୍‌ ତଳକୁ କରନ୍ତୁ। ସିବଲ ବର୍ତ୍ତମାନ ବଙ୍ଗଳା ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରୁଛନ୍ତି।

The post ଆର.ଜି କର ହସ୍ପିଟାଲ ମାମଲାର ଶୁଣାଣିବେଳେ ରାଗିଗଲେ ଚନ୍ଦ୍ରଚୁଡ଼, ଓକିଲଙ୍କୁ କହିଲେ… appeared first on Dharitri Odia News.