ଆରବ ସାଗରରେ ଜାହାଜ ହାଇଜ୍ୟାକ୍‌, ଶିପ୍‌ରେ ଥିଲେ ୧୫ ଭାରତୀୟ କ୍ରୁ ମେମ୍ବର

ପୁଣି ଆରବ ସାଗରରେ ଜାହାଜ ଅପହରଣ । ସୋମାଲିଆ ଉପକୂଳରେ ଲାଇବେରିଆର ଜାହାଜ ‘ଏମଭି ଲୀଲା ନୋରଫୋକ’କୁ ଅପହରଣ କରାଯାଇଛି । ୫ରୁ ୬ ଜଣ ଅଜ୍ଞାତ ବନ୍ଧୁକଧାରୀ ଜାହାଜକୁ ଅପହରଣ କରିନେଇଥିବା କୁହାଯାଉଛି । ଏହି ଜାହାଜରେ ୧୫ ଜଣ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି। ଏହି ଘଟଣା ପରେ ଅପହୃତ ଜାହାଜକୁ ଉଦ୍ଧାର ପାଇଁ ସୋମାଲିଆ ଉପକୂଳକୁ ଭାରତୀୟ ନୌସେନା ‘INS ଚେନ୍ନାଇ’କୁ ପଠାଇଛି । ଜାହାଜ ସହିତ ଯୋଗାଯୋଗ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ […] The post ଆରବ ସାଗରରେ ଜାହାଜ ହାଇଜ୍ୟାକ୍‌, ଶିପ୍‌ରେ ଥିଲେ ୧୫ ଭାରତୀୟ କ୍ରୁ ମେମ୍ବର appeared first on KNews Odisha.

ଆରବ ସାଗରରେ ଜାହାଜ ହାଇଜ୍ୟାକ୍‌, ଶିପ୍‌ରେ ଥିଲେ ୧୫ ଭାରତୀୟ କ୍ରୁ ମେମ୍ବର
ship

ପୁଣି ଆରବ ସାଗରରେ ଜାହାଜ ଅପହରଣ । ସୋମାଲିଆ ଉପକୂଳରେ ଲାଇବେରିଆର ଜାହାଜ ‘ଏମଭି ଲୀଲା ନୋରଫୋକ’କୁ ଅପହରଣ କରାଯାଇଛି । ୫ରୁ ୬ ଜଣ ଅଜ୍ଞାତ ବନ୍ଧୁକଧାରୀ ଜାହାଜକୁ ଅପହରଣ କରିନେଇଥିବା କୁହାଯାଉଛି । ଏହି ଜାହାଜରେ ୧୫ ଜଣ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି।

ଏହି ଘଟଣା ପରେ ଅପହୃତ ଜାହାଜକୁ ଉଦ୍ଧାର ପାଇଁ ସୋମାଲିଆ ଉପକୂଳକୁ ଭାରତୀୟ ନୌସେନା ‘INS ଚେନ୍ନାଇ’କୁ ପଠାଇଛି । ଜାହାଜ ସହିତ ଯୋଗାଯୋଗ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ନୌସେନା ଏୟାରକ୍ରାଫ୍ଟ ମଧ୍ୟ INS ଚେନ୍ନାଇକୁ ସହାୟତା କରିବା ସହ ଗତିବିଧି ଉପରେ ନଜର ରଖିଛି । ବିଭିନ୍ନ ସଂସ୍ଥା ସହିତ ଯୋଗାଯୋଗ କରାଯାଇ ଘଟଣା ଉପର ନଜର ରଖାଯାଇଛି ।

ଭାରତୀୟ ନୌସେନାର ଅଧିକାରୀଙ୍କ ମୁତାବକ, ଜାହାଜ ‘ଏମଭି ଲୀଲା ନୋରଫୋକ’ ଅପହରଣ ବିଷୟରେ ଗୁୁରୁବାର ସନ୍ଧ୍ୟାରେ ସୂଚନା ମିଳିଥିଲା। ଏହି ଜାହାଜ ଉପରେ ଲାଇବେରିଆର ପତାକା ଲାଗିଛି। ଭାରତୀୟ କ୍ରୁ ମେମ୍ବରମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇଛି। ସମସ୍ତ କ୍ରୁ ମେମ୍ବର ଜାହାଜ ଭିତରେ ସୁରକ୍ଷିତ ଅଛନ୍ତି।

The post ଆରବ ସାଗରରେ ଜାହାଜ ହାଇଜ୍ୟାକ୍‌, ଶିପ୍‌ରେ ଥିଲେ ୧୫ ଭାରତୀୟ କ୍ରୁ ମେମ୍ବର appeared first on KNews Odisha.