ଆରବ ସାଗରରେ ହେଲିକପ୍ଟର ଜରୁରୀ ଅବତରଣ; ୨ପାଇଲଟ୍ ସମେତ ୩ଜଣ ନିଖୋଜ
ଗାନ୍ଧିନଗର: ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ପୋରବନ୍ଦର ଉପକୂଳ ଆରବ ସାରଗରେ ଜରୁରୀକାଳୀନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ କୋଷ୍ଟଗାର୍ଡର ଦୁଇ ପାଇଲଟ୍ ସମେତ ୩ଜଣ ନିଖୋଜ ହୋଇଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି । ନିଖୋଜ ପାଇଲଟଙ୍କୁ ଉଦ୍ଧାର ପାଇଁ ଜୋରଦାର ଅପରେସନ ଆରମ୍ଭ ହୋଇଛି ।...ସୂଚନା ଅନୁଯାୟୀ, ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଧ୍ରୁବକୁ ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ଏହି ସମୟରେ କୋଷ୍ଟର ଦୁଇ ପାଇଲଟ ନିଖୋଜ ହୋଇଯାଇଛନ୍ତି । ମାତ୍ର ଜଣେ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଧ୍ରୁବ ହେଲିକପ୍ଟର ଗୁଜରାଟ ବନ୍ୟାରେ ଜରୁରୀ ସହୟତା ପାଇଁ ନିୟୋଜିତ ହୋଇଥିଲା । ଜଣେ ଅଧିକାରୀ କହିଛନ୍ତି, ସୋମବାର ରାତିରେ ହେଲିକପ୍ଟର ମେଡିକାଲ ଏମର୍ଜେନ୍ସିରେ ବାହାରି ଥିଲା । ମାତ୍ର ପୋରବନ୍ଦର ନିକଟରେ ଯାନ୍ତ୍ରିକ ତ୍ରୁଟି ପାଇଁ ସମୁଦ୍ରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଦର୍ଘଟଣାଗ୍ରସ୍ତ ହୋଇଛି । ନିଖୋଜ ପାଇଲଟଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନରେ ୪ ଜାହାଜ ଏବଂ ଦୁଇଟି ଏୟାରକ୍ରାଫ୍ଟ ଲାଗିପଡ଼ିଛନ୍ତି ।
ଗାନ୍ଧିନଗର: ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ପୋରବନ୍ଦର ଉପକୂଳ ଆରବ ସାରଗରେ ଜରୁରୀକାଳୀନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ କୋଷ୍ଟଗାର୍ଡର ଦୁଇ ପାଇଲଟ୍ ସମେତ ୩ଜଣ ନିଖୋଜ ହୋଇଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି । ନିଖୋଜ ପାଇଲଟଙ୍କୁ ଉଦ୍ଧାର ପାଇଁ ଜୋରଦାର ଅପରେସନ ଆରମ୍ଭ ହୋଇଛି ।...
ସୂଚନା ଅନୁଯାୟୀ, ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଧ୍ରୁବକୁ ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ଏହି ସମୟରେ କୋଷ୍ଟର ଦୁଇ ପାଇଲଟ ନିଖୋଜ ହୋଇଯାଇଛନ୍ତି । ମାତ୍ର ଜଣେ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଧ୍ରୁବ ହେଲିକପ୍ଟର ଗୁଜରାଟ ବନ୍ୟାରେ ଜରୁରୀ ସହୟତା ପାଇଁ ନିୟୋଜିତ ହୋଇଥିଲା । ଜଣେ ଅଧିକାରୀ କହିଛନ୍ତି, ସୋମବାର ରାତିରେ ହେଲିକପ୍ଟର ମେଡିକାଲ ଏମର୍ଜେନ୍ସିରେ ବାହାରି ଥିଲା । ମାତ୍ର ପୋରବନ୍ଦର ନିକଟରେ ଯାନ୍ତ୍ରିକ ତ୍ରୁଟି ପାଇଁ ସମୁଦ୍ରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଦର୍ଘଟଣାଗ୍ରସ୍ତ ହୋଇଛି । ନିଖୋଜ ପାଇଲଟଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନରେ ୪ ଜାହାଜ ଏବଂ ଦୁଇଟି ଏୟାରକ୍ରାଫ୍ଟ ଲାଗିପଡ଼ିଛନ୍ତି ।