ଆରବିଆଇର ଘୋଷଣା: ଏହି ଦିନ ବଦଳାଇ ପାରିବେନି ୨୦୦୦ ଟଙ୍କିଆ ନୋଟ
ମୁମ୍ବାଇ,୨୦।୧: ୨୨ ଜାନୁଆରୀ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି ଯେ ସରକାରୀ କାର୍ଯ୍ୟାଳୟ ଅଧା ଦିନ ବନ୍ଦ ଥିବାରୁ ୨୦୦୦ ଟଙ୍କା ନୋଟ ବଦଳାଇବା ସୁବିଧା ଉପଲବ୍ଧ ହେବ ନାହିଁ। କର୍ମକର୍ତ୍ତା ଏବଂ ତାଲିମ ବିଭାଗ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୋମବାର କେନ୍ଦ୍ର ସରକାରୀ ପ୍ରତିଷ୍ଠାନରେ ଅଧା ଦିନ ଛୁଟି ଘୋଷଣା କରିଛି। ଏହି କାରଣରୁ ସାର୍ବଜନୀନ କ୍ଷେତ୍ର […] The post ଆରବିଆଇର ଘୋଷଣା: ଏହି ଦିନ ବଦଳାଇ ପାରିବେନି ୨୦୦୦ ଟଙ୍କିଆ ନୋଟ appeared first on Dharitri Odia News.
ମୁମ୍ବାଇ,୨୦।୧: ୨୨ ଜାନୁଆରୀ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି ଯେ ସରକାରୀ କାର୍ଯ୍ୟାଳୟ ଅଧା ଦିନ ବନ୍ଦ ଥିବାରୁ ୨୦୦୦ ଟଙ୍କା ନୋଟ ବଦଳାଇବା ସୁବିଧା ଉପଲବ୍ଧ ହେବ ନାହିଁ। କର୍ମକର୍ତ୍ତା ଏବଂ ତାଲିମ ବିଭାଗ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୋମବାର କେନ୍ଦ୍ର ସରକାରୀ ପ୍ରତିଷ୍ଠାନରେ ଅଧା ଦିନ ଛୁଟି ଘୋଷଣା କରିଛି। ଏହି କାରଣରୁ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଦେଶର ସମସ୍ତ ଆର୍ଥିକ ପ୍ରତିଷ୍ଠାନ ଅଧା ଦିନ ପର୍ଯ୍ୟନ୍ତ ବନ୍ଦ ରହିବ।
ଶୁକ୍ରବାର ଏହି ପ୍ରସଙ୍ଗରେ ଏକ ସରକାରୀ ବିବୃତ୍ତି ଜାରି କରି ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ, ପବ୍ଲିକ ସେକ୍ଟର ବ୍ୟାଙ୍କ ପରି ରିଜର୍ଭ ବ୍ୟାଙ୍କର ୧୯ଟି ସ୍ଥାନୀୟ କାର୍ଯ୍ୟାଳୟରେ ଅଧା ଦିନ ଛୁଟି ରହିବ। ଏଭଳି ପରିସ୍ଥିତିରେ ଗ୍ରାହକମାନେ ଏହି ଦିନ ୨୦୦୦ଟଙ୍କା ନୋଟ ବଦଳାଇ ପାରିବେନି। ଏହା ସହିତ ବ୍ୟାଙ୍କ ମଧ୍ୟ ସୂଚନା ଦେଇଛି ଯେ ଏହି ସୁବିଧା ଜାନୁଆରୀ ୨୩ ରୁ ଆରମ୍ଭ ହେବ।
The post ଆରବିଆଇର ଘୋଷଣା: ଏହି ଦିନ ବଦଳାଇ ପାରିବେନି ୨୦୦୦ ଟଙ୍କିଆ ନୋଟ appeared first on Dharitri Odia News.