ଆରମ୍ଭ ହେବ କୈଳାଶ ମାନସରୋବର ଯାତ୍ରା, ନାଥୁଲା ରୁଟରେ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ ୧୮।୫: କୈଳାଶ ମାନସରୋବର ଯାତ୍ରା ଚଳିତ ବର୍ଷ ପୁଣି ଆରମ୍ଭ ହେବ। ଏହି ଯାତ୍ରା ଜୁନ ମାସରେ ନାଥୁଲା ରୁଟ ଦେଇ ଆରମ୍ଭ ହେବ। ଏଥି ପାଇଁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ୨୦୧୭ରେ ଡୋକଲାମ ଗତିରୋଧ ଓ ୨୦୧୯ କୋଭିଡ ମହାମାରୀ ଲାଗି କୈଳାଶ ମାନସରୋବର ଯାତ୍ରା ୫ ବର୍ଷ ଧରି ବନ୍ଦ ଥିଲା। ତେବେ ଚଳିତବର୍ଷରୁ ଯାତ୍ରା ପୁଣି ଆରମ୍ଭ ହେବ ଏଥି ପାଇଁ ସିକ୍କିମରେ ଭାରତ-ଚୀନ୍ ସୀମା ମଧ୍ୟରେ ଚୂଡ଼ାନ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭିତ୍ତିଭୂମି ସଂରଚନା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ନିର୍ମାଣ କାମ ଶ୍ରମ ଅଧିକାରୀ ସୁନୀଲ କୁମାରଙ୍କ ଦ୍ୱାରା ଜାରି ରହିଛି। ଏଥିରେ ଅନୁକୂଳନ କେନ୍ଦ୍ରଗୁଡିକର ପୁନରୁଦ୍ଧାର ଆଗାମୀ ୩ରୁ ୪ ଦିନରେ ସରିଯିବ ବୋଲି ସେ କହିଛନ୍ତି। ଏଥର ଯାତ୍ରା ନିମନ୍ତେ ରାସ୍ତା ସମେତ ଅନୁକୂଳନ କେନ୍ଦ୍ର ସ୍ଥାପିତ କରାଯାଉଛି। ଏହି ସବୁ କେନ୍ଦ୍ରମାନଙ୍କରେ୫୦ରୁ ୬୦ ଜଣ ଲୋକ ରହି ପାରିବେ। ଏଥି ପାଇଁ ମାର୍ଗରେ ଦୁଇଟି ଅନୁକୂଳନ କେନ୍ଦ୍ର ସ୍ଥାପନ କରାଯାଇଛି। ଏଥୁରୁ ଗୋଟିଏ ୧୬ ମାଇଲ (୧୦,୦୦୦ ହଜାର ଫୁଟ) ଉପରେ ସ୍ଥାପିତ ହୋଇଥିବା ବେଳେ ଅନ୍ୟଟି ୧୪ହଜାର ଫୁଟ ଉପରେ ହଙ୍ଗୁ ପୁଷ୍କରିଣୀ ନିକଟ କୁପ୍ପୁ ରୋଡରେ ସ୍ଥାପିତ ହୋଇଛି। ପ୍ରତ୍ୟେକ କେନ୍ଦ୍ରରେ ଦୁଇଟି ପାଞ୍ଚ ଶଜ୍ୟାର ଓ ୨ଟି ଦୁଇ ଶଜ୍ୟାର ଘର ରହିବ। ଏହା ସହିତ ତୀର୍ଥ ଯାତ୍ରୀଙ୍କ ଲାଗି ଗୋଟିଏ ଚିକିତ୍ସା କେନ୍ଦ୍ର, କା

ଆରମ୍ଭ ହେବ କୈଳାଶ ମାନସରୋବର ଯାତ୍ରା, ନାଥୁଲା ରୁଟରେ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ ୧୮।୫: କୈଳାଶ ମାନସରୋବର ଯାତ୍ରା ଚଳିତ ବର୍ଷ ପୁଣି ଆରମ୍ଭ ହେବ। ଏହି ଯାତ୍ରା ଜୁନ ମାସରେ ନାଥୁଲା ରୁଟ ଦେଇ ଆରମ୍ଭ ହେବ। ଏଥି ପାଇଁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ୨୦୧୭ରେ ଡୋକଲାମ ଗତିରୋଧ ଓ ୨୦୧୯ କୋଭିଡ ମହାମାରୀ ଲାଗି କୈଳାଶ ମାନସରୋବର ଯାତ୍ରା ୫ ବର୍ଷ ଧରି ବନ୍ଦ ଥିଲା। ତେବେ ଚଳିତବର୍ଷରୁ ଯାତ୍ରା ପୁଣି ଆରମ୍ଭ ହେବ ଏଥି ପାଇଁ ସିକ୍କିମରେ ଭାରତ-ଚୀନ୍ ସୀମା ମଧ୍ୟରେ ଚୂଡ଼ାନ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। 

ଏହି କାର୍ଯ୍ୟକ୍ରମରେ ଭିତ୍ତିଭୂମି ସଂରଚନା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ନିର୍ମାଣ କାମ ଶ୍ରମ ଅଧିକାରୀ ସୁନୀଲ କୁମାରଙ୍କ ଦ୍ୱାରା ଜାରି ରହିଛି। ଏଥିରେ ଅନୁକୂଳନ କେନ୍ଦ୍ରଗୁଡିକର ପୁନରୁଦ୍ଧାର ଆଗାମୀ ୩ରୁ ୪ ଦିନରେ ସରିଯିବ ବୋଲି ସେ କହିଛନ୍ତି। ଏଥର ଯାତ୍ରା ନିମନ୍ତେ ରାସ୍ତା ସମେତ ଅନୁକୂଳନ କେନ୍ଦ୍ର ସ୍ଥାପିତ କରାଯାଉଛି। ଏହି ସବୁ କେନ୍ଦ୍ରମାନଙ୍କରେ୫୦ରୁ ୬୦ ଜଣ ଲୋକ ରହି ପାରିବେ। ଏଥି ପାଇଁ ମାର୍ଗରେ ଦୁଇଟି ଅନୁକୂଳନ କେନ୍ଦ୍ର ସ୍ଥାପନ କରାଯାଇଛି। 

ଏଥୁରୁ ଗୋଟିଏ ୧୬ ମାଇଲ (୧୦,୦୦୦ ହଜାର ଫୁଟ) ଉପରେ ସ୍ଥାପିତ ହୋଇଥିବା ବେଳେ ଅନ୍ୟଟି ୧୪ହଜାର ଫୁଟ ଉପରେ ହଙ୍ଗୁ ପୁଷ୍କରିଣୀ ନିକଟ କୁପ୍ପୁ ରୋଡରେ ସ୍ଥାପିତ ହୋଇଛି। ପ୍ରତ୍ୟେକ କେନ୍ଦ୍ରରେ ଦୁଇଟି ପାଞ୍ଚ ଶଜ୍ୟାର ଓ ୨ଟି ଦୁଇ ଶଜ୍ୟାର ଘର ରହିବ। ଏହା ସହିତ ତୀର୍ଥ ଯାତ୍ରୀଙ୍କ ଲାଗି ଗୋଟିଏ ଚିକିତ୍ସା କେନ୍ଦ୍ର, କାର୍ଯ୍ୟାଳୟ ଓ ରୋଷେଇ ସମେତ ଅନ୍ୟ ଆବଶ୍ୟକ ସୁବିଧା ମଧ୍ୟ ରହିବ। ୨୦୧୬ ଯାତ୍ରାରେ ଅଂଶଗ୍ରହଣ କରିଥିବା ଆଇ.କେ. ରସୈଲୀ ଯାତ୍ରା ପୁଣି ଆରମ୍ଭ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। 

ସେ କହିଛନ୍ତି ପର୍ଯ୍ୟଟନ ପୁଣି ଆରମ୍ଭ ହେବ ଓ ସ୍ଥାନୀୟ ଲୋକଙ୍କ ଜୀବିକା ସୁଗମ ହେବ। ଭଲ ସଡ଼କ ଯୋଗାଯୋଗ କାରଣରୁ ସିକ୍କିମ ମାର୍ଗ ସବୁଠୁ ସୁରକ୍ଷିତ ଓ ସୁଲଭ ବୋଲି କୁହାଯାଉଛି। ଯାତ୍ରା ନିମନ୍ତେ ନାଥୁଲା ମାର୍ଗକୁ ପୁଣି ଖୋଲିବା ପାଇଁ ସିକ୍କିମ ରାଜ୍ୟସଭା ସାଂସଦ ଡି.ଟି.ଲେପଚା ସଂସଦରେ ଉଠାଇଥିଲେ। ଏହା ପରେ ଭାରତ ସରକାର ଓ ସିକ୍କିମ ସରକାରଙ୍କ ପକ୍ଷରୁ ସମନ୍ୱିତ ପ୍ରୟାସ ଆରମ୍ଭ ହୋଇଥିଲା। ନାଥୁଲା ରାସ୍ତାରେ ଯାତ୍ରା ପୁଣି ଆରମ୍ଭ କରିବା ନା କେବଳ ତୀର୍ଥ ଯାତ୍ରୀଙ୍କ ନିମନ୍ତେ ଏକ ଆଧ୍ୟାତ୍ମିକ ମାର୍ଗ ଖୋଲିବ ବରଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ମଧ୍ୟ ମିଳିବ।