ଆରମ୍ଭ ହେବ ରିସର୍ଟ ପଲିଟିକ୍ସ! ଫଳାଫଳ ପୂର୍ବରୁ ବିଧାୟକଙ୍କୁ ସିପ୍ଟ କରିବାକୁ କଂଗ୍ରେସ କଲାଣି ଯୋଜନା
ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଏକଜିଟ ପୋଲ ଶେଷ ହେବା ପରେ କଂଗ୍ରେସ ପାର୍ଟି ସତର୍କତାର ସହିତ ଆଗକୁ ବଢୁଥିବା ଦେଖାଯାଉଛି। କଂଗ୍ରେସ ପାର୍ଟିର ଏକଜିଟ ପୋଲକୁ ଦେଖି ଫଳାଫଳ ପରେ ବିଜେତା ପ୍ରାର୍ଥୀ ସ୍ଥିର କରିବାକୁ ଦଳ ଉଦ୍ୟମ ଆରମ୍ଭ କରିଛି। କଂଗ୍ରେସ ଦଳ ଏୟାର ଲିପ୍ଟ ରଣନୀତି ପ୍ରସ୍ତୁତ କରିଛି। ବିରୋଧୀଦଳ ନେତା ବିଜୟ ୱାଡେଟିୱାରଙ୍କୁ ସମସ୍ତ ବିଧାୟକଙ୍କ ସହ ଯୋଗାଯୋଗ କରିବା ଏବଂ ଏୟାର ସଫାରି ପରିଚାଳନା ଦାୟିତ୍ୱ ଦିଆଯାଇଛି। ଫଳାଫଳ […] The post ଆରମ୍ଭ ହେବ ରିସର୍ଟ ପଲିଟିକ୍ସ! ଫଳାଫଳ ପୂର୍ବରୁ ବିଧାୟକଙ୍କୁ ସିପ୍ଟ କରିବାକୁ କଂଗ୍ରେସ କଲାଣି ଯୋଜନା appeared first on Dharitri Odia News.
ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଏକଜିଟ ପୋଲ ଶେଷ ହେବା ପରେ କଂଗ୍ରେସ ପାର୍ଟି ସତର୍କତାର ସହିତ ଆଗକୁ ବଢୁଥିବା ଦେଖାଯାଉଛି। କଂଗ୍ରେସ ପାର୍ଟିର ଏକଜିଟ ପୋଲକୁ ଦେଖି ଫଳାଫଳ ପରେ ବିଜେତା ପ୍ରାର୍ଥୀ ସ୍ଥିର କରିବାକୁ ଦଳ ଉଦ୍ୟମ ଆରମ୍ଭ କରିଛି।
କଂଗ୍ରେସ ଦଳ ଏୟାର ଲିପ୍ଟ ରଣନୀତି ପ୍ରସ୍ତୁତ କରିଛି। ବିରୋଧୀଦଳ ନେତା ବିଜୟ ୱାଡେଟିୱାରଙ୍କୁ ସମସ୍ତ ବିଧାୟକଙ୍କ ସହ ଯୋଗାଯୋଗ କରିବା ଏବଂ ଏୟାର ସଫାରି ପରିଚାଳନା ଦାୟିତ୍ୱ ଦିଆଯାଇଛି।
ଫଳାଫଳ ପରେ ରାଜ୍ୟରେ ବିଧାୟକଙ୍କ ମଧ୍ୟରେ କୌଣସି ଅଦଳବଦଳ ନହେବା ପାଇଁ କଂଗ୍ରେସ ଦଳ ଯତ୍ନବାନ ହୋଇଛି। ବିଜେତା କଂଗ୍ରେସ ପ୍ରାର୍ଥୀ ଭାଜପା ସହିତ ଯୋଗାଯୋଗ ନକରିବାକୁ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ଯତ୍ନ ନେଉଛି। କଂଗ୍ରେସ ପାର୍ଟି ଏହି ସତର୍କତା ଅବଲମ୍ବନ କରିଛି ଯେପରି ମହାବିକାଶ ଆଘାଡି ସରକାର ଗଠନ କରିବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ।
ଭାଜପା ବିଜେତା ପ୍ରାର୍ଥୀଙ୍କ ନିକଟତର ହେବା ପୂର୍ବରୁ ମଧ୍ୟ କଂଗ୍ରେସ ନିଜ ପ୍ରାର୍ଥୀଙ୍କ ପାଇଁ ଏହି ଆସନ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଛି।
ଫଳାଫଳ ପରେ କର୍ନାଟକ କିମ୍ବା ତେଲଙ୍ଗାନା ରାଜ୍ୟରେ ବିଧାୟକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ କଂଗ୍ରେସ ଦଳ ଯୋଜନା କରିଛି। ବିଜେତା ପ୍ରାର୍ଥୀଙ୍କୁ ସରକାର ଗଠନ ନହେବା ପର୍ଯ୍ୟନ୍ତ ଦୁଇ ରାଜ୍ୟ ମଧ୍ୟରୁ ଗୋଟିଏରେ ସୁରକ୍ଷିତ ରଖାଯିବ।
The post ଆରମ୍ଭ ହେବ ରିସର୍ଟ ପଲିଟିକ୍ସ! ଫଳାଫଳ ପୂର୍ବରୁ ବିଧାୟକଙ୍କୁ ସିପ୍ଟ କରିବାକୁ କଂଗ୍ରେସ କଲାଣି ଯୋଜନା appeared first on Dharitri Odia News.