ଆରମ୍ଭ ହେଲା ଧରପଗଡ଼: ଗାଡ଼ିରେ କଳାକାଚ ଲଗାଇଥିଲେ ଗଣିବେ ୫ହଜାର ଜରିମାନା, ଯିବେ ଜେଲ୍
ଭୁବନେଶ୍ୱର,୧୦।୪: ସାଧାରଣ ନିର୍ବାଚନକୁ ଦିନ କେଇଟା ଥିବା ବେଳେ ଟଙ୍କା କାରବାର ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଗାଡ଼ିରୁ କଳାକାଚ ହଟାଇବା ଅଭିଯାନକୁ ବୁଧବାରଠାରୁ ଜୋରଦାର କରିଛି କମିଶନରେଟ ପୋଲିସ। ପ୍ରଥମ ଦିନରେ ୪୦ରୁ ଅଧିକ ଗାଡ଼ିରେ ଲାଗିଥିବା କଳାଜରି କଢ଼ାଯାଇଛି। ତେବେ ଏଣିକି କଳାକାଚ ଅଥବା ବ୍ଲାକ୍ ଫିଲ୍ମ ଲଗାଇ ରାସ୍ତାରେ ଯାଉଥିଲେ ୫ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲରେ ରହିବାକୁ ପଡ଼ିପାରେ। ଏନେଇ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ […] The post ଆରମ୍ଭ ହେଲା ଧରପଗଡ଼: ଗାଡ଼ିରେ କଳାକାଚ ଲଗାଇଥିଲେ ଗଣିବେ ୫ହଜାର ଜରିମାନା, ଯିବେ ଜେଲ୍ appeared first on Dharitri Odia News.
ଭୁବନେଶ୍ୱର,୧୦।୪: ସାଧାରଣ ନିର୍ବାଚନକୁ ଦିନ କେଇଟା ଥିବା ବେଳେ ଟଙ୍କା କାରବାର ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଗାଡ଼ିରୁ କଳାକାଚ ହଟାଇବା ଅଭିଯାନକୁ ବୁଧବାରଠାରୁ ଜୋରଦାର କରିଛି କମିଶନରେଟ ପୋଲିସ। ପ୍ରଥମ ଦିନରେ ୪୦ରୁ ଅଧିକ ଗାଡ଼ିରେ ଲାଗିଥିବା କଳାଜରି କଢ଼ାଯାଇଛି। ତେବେ ଏଣିକି କଳାକାଚ ଅଥବା ବ୍ଲାକ୍ ଫିଲ୍ମ ଲଗାଇ ରାସ୍ତାରେ ଯାଉଥିଲେ ୫ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲରେ ରହିବାକୁ ପଡ଼ିପାରେ। ଏନେଇ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ କଟକ-ଭୁବନେଶ୍ୱର ମହାନଗରରେ କଡ଼ାକଡ଼ି ଭାବେ ଚେକିଂ ଆରମ୍ଭ ହୋଇଛି।
ତେବେ ଗାଡ଼ିରେ ବ୍ଲାକ ଫିଲ୍ମ ଲଗାଇ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ନିଶା କାରବାର କରାଯାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ପୋଲିସ କମିଶନର କହିଛନ୍ତି। ଏହାଛଡ଼ା ନିର୍ବାଚନ ସମୟରେ କଳାକାଚ ଆଢ଼ୁଆଳରେ ଟଙ୍କା କାରବାର ସହ ଅନୈତିକ କାରବାର ଚାଲିବାର ସମ୍ଭାବନା ରହିଛି। ଏଥିପାଇଁ ପୋଲିସ ପକ୍ଷରୁ କଳାକାଚ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି। ବିଭିନ୍ନ ଛକରେ ପୋଲିସ କଳାକାଚ ଲାଗିଥିବା ଗାଡ଼ିକୁ ଅଟକାଇ ଜରିମାନା ଆଦାୟ କରିବା ସହ କଳାଜରି ବାହାର କରି ଦେଉଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜଧାନୀରେ ଆରମ୍ଭ ହୋଇଛି କଳାକାଚ ଯାଞ୍ଚ ଅଭିଯାନ। ମଙ୍ଗଳବାର ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ ପୋଲିସ ପକ୍ଷରୁ ଚେକିଂକୁ କରାଯାଇଥିଲା। ଏପରିକି କଳା କାଚ ଲାଗିଥିବା ଗାଡ଼ିକୁ ଅଟାକାଇ କଳାଜରି ବାହାର କରି ଦିଆଯାଇଥିଲା ଓ ଜରିମାନା ଆଦାୟ କରାଯାଇଥିଲା।
The post ଆରମ୍ଭ ହେଲା ଧରପଗଡ଼: ଗାଡ଼ିରେ କଳାକାଚ ଲଗାଇଥିଲେ ଗଣିବେ ୫ହଜାର ଜରିମାନା, ଯିବେ ଜେଲ୍ appeared first on Dharitri Odia News.