ଆରମ୍ଭ ହେଲା ରାଜ୍ୟସ୍ତରୀୟ ପଥୋତ୍ସବ, ମାଷ୍ଟରକ୍ୟାଣ୍ଟିନରୁ ପ୍ରଦର୍ଶନୀ ପଡିଆ ଯାଏ ଓ୍ୱାକାଥନ

ଭୁବନେଶ୍ୱର ୨୯/୧୦: ରାଜ୍ୟସ୍ତରୀୟ ପଥୋତ୍ସବ ଓ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ ଅନୁଷ୍ଠିତ ହୋଇଯାଇଛି।  ଏହି ଉପଲକ୍ଷେ ୱାକାଥନ ବି ଆୟୋଜନ କରାଯାଇଥିଲା। ୱାକାଥନ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ବାହାରି ପ୍ରଦର୍ଶନୀ ପଡିଆ ଯାଏ ଯାଇଥିଲା। ନୂଆ ଭୋଟର ସଚେତନ କରିବା ପାଇଁ ପ୍ଲା କାର୍ଡ ଜରିଆରେ ଅନେକ ବାର୍ତ୍ତା ଦିଆଯାଇଛି। ସଚେତନ ଓ ସଂଶୋଧନ ଆଜିଠୁ ମାସେ ଯାଏ ଚାଲିବ। ବିଶେଷକରି ୨୦୦୬ ମସିହାରେ ଜନ୍ମ କିମ୍ୱା ତା ପୂର୍ବରୁ ଜନ୍ମ ହୋଇଥିବା ସାବାଳକ ମାନେ ଏହି ସମୟରେ ଭୋଟର କାର୍ଡ ତିଆରି କରିବା, ନା ଓ ଆଡ୍ରେସ ପରିବର୍ତ୍ତନ କରିବା ଓ ଅନ୍ୟାନ୍ୟ ଭୋଟର କାର୍ଡ ଫଟୋ ତ୍ରୁଟି ଥିଲେ ସଂଶୋଧନ କରିବା ଭଳି ଅନେକ ସମସ୍ୟା ସମାଧାନ କରିପାରିବେ ବୋଲି କୁହାଯାଇଛି। ଏଥିପାଇଁ ନିକଟସ୍ଥ ବୁଥ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏପରିକି ଶନିବାର ଓ ରବିବାର ରେ ବି ବୁଥ ଖୋଲା ରହିବ। ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟ ଆଇକନ୍ ପାରା ଅଲମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ପ୍ରମୋଦ ଭଗତ, ଖୋର୍ଦ୍ଧା ଜିଲ୍ଲାପାଳ, ସି ଇ ଓ  ଆର ଏସ ଗୋପାଲନ ପ୍ରମୁଖ ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ବି ଆୟୋଜନ ହୋଇଥଲା।

ଆରମ୍ଭ ହେଲା ରାଜ୍ୟସ୍ତରୀୟ ପଥୋତ୍ସବ, ମାଷ୍ଟରକ୍ୟାଣ୍ଟିନରୁ ପ୍ରଦର୍ଶନୀ ପଡିଆ ଯାଏ ଓ୍ୱାକାଥନ

ଭୁବନେଶ୍ୱର ୨୯/୧୦: ରାଜ୍ୟସ୍ତରୀୟ ପଥୋତ୍ସବ ଓ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ ଅନୁଷ୍ଠିତ ହୋଇଯାଇଛି।  ଏହି ଉପଲକ୍ଷେ ୱାକାଥନ ବି ଆୟୋଜନ କରାଯାଇଥିଲା। ୱାକାଥନ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ବାହାରି ପ୍ରଦର୍ଶନୀ ପଡିଆ ଯାଏ ଯାଇଥିଲା। ନୂଆ ଭୋଟର ସଚେତନ କରିବା ପାଇଁ ପ୍ଲା କାର୍ଡ ଜରିଆରେ ଅନେକ ବାର୍ତ୍ତା ଦିଆଯାଇଛି। 

ସଚେତନ ଓ ସଂଶୋଧନ ଆଜିଠୁ ମାସେ ଯାଏ ଚାଲିବ। ବିଶେଷକରି ୨୦୦୬ ମସିହାରେ ଜନ୍ମ କିମ୍ୱା ତା ପୂର୍ବରୁ ଜନ୍ମ ହୋଇଥିବା ସାବାଳକ ମାନେ ଏହି ସମୟରେ ଭୋଟର କାର୍ଡ ତିଆରି କରିବା, ନା ଓ ଆଡ୍ରେସ ପରିବର୍ତ୍ତନ କରିବା ଓ ଅନ୍ୟାନ୍ୟ ଭୋଟର କାର୍ଡ ଫଟୋ ତ୍ରୁଟି ଥିଲେ ସଂଶୋଧନ କରିବା ଭଳି ଅନେକ ସମସ୍ୟା ସମାଧାନ କରିପାରିବେ ବୋଲି କୁହାଯାଇଛି। 


ଏଥିପାଇଁ ନିକଟସ୍ଥ ବୁଥ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏପରିକି ଶନିବାର ଓ ରବିବାର ରେ ବି ବୁଥ ଖୋଲା ରହିବ। ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟ ଆଇକନ୍ ପାରା ଅଲମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ପ୍ରମୋଦ ଭଗତ, ଖୋର୍ଦ୍ଧା ଜିଲ୍ଲାପାଳ, ସି ଇ ଓ  ଆର ଏସ ଗୋପାଲନ ପ୍ରମୁଖ ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ବି ଆୟୋଜନ ହୋଇଥଲା।