ଆରମ୍ଭ ହେଲା ସର୍ବଭାରତୀୟ ପାଟଣାକପ୍ କ୍ରିକେଟ୍ ଟୁର୍ନାମେଣ୍ଟ: ଯୋଗଦେଲେ ୮ ଦଳ
ପାଟଣାଗଡ଼,୧୩।୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନ୍ଏସି ରମାଇ ହାଇସ୍କୁଲ ଖେଲପଡିଆରେ ସୋମବାର ୨୦ତମ ସର୍ବଭାରତୀୟ ପାଟଣାକପ୍ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ପାଟଣାଗଡ଼ ଉପ ଜିଲାପାଳ ସୁନୀଲ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟର ଉଦ୍ଘାଟନ କରିଥିଲେ। ସମ୍ନାନିତ ଅତିଥି ଭାବେ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା ଯୋଗଦେଇ ଥିଲେ। ଟୁର୍ନାମେଣ୍ଟରେ ରାଜ୍ୟ ତଥା ରାଜ୍ୟବାହାରୁ ୮ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ପ୍ରତ୍ୟେକ ଦଳରେ ରଣଜୀ ଖେଳାଳି ଖେଳୁଥିବା ସୂଚନା ମିଳିଛି। ଆଜିର […] The post ଆରମ୍ଭ ହେଲା ସର୍ବଭାରତୀୟ ପାଟଣାକପ୍ କ୍ରିକେଟ୍ ଟୁର୍ନାମେଣ୍ଟ: ଯୋଗଦେଲେ ୮ ଦଳ appeared first on Dharitri Odia News.
ପାଟଣାଗଡ଼,୧୩।୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନ୍ଏସି ରମାଇ ହାଇସ୍କୁଲ ଖେଲପଡିଆରେ ସୋମବାର ୨୦ତମ ସର୍ବଭାରତୀୟ ପାଟଣାକପ୍ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ପାଟଣାଗଡ଼ ଉପ ଜିଲାପାଳ ସୁନୀଲ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟର ଉଦ୍ଘାଟନ କରିଥିଲେ।
ସମ୍ନାନିତ ଅତିଥି ଭାବେ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା ଯୋଗଦେଇ ଥିଲେ। ଟୁର୍ନାମେଣ୍ଟରେ ରାଜ୍ୟ ତଥା ରାଜ୍ୟବାହାରୁ ୮ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ପ୍ରତ୍ୟେକ ଦଳରେ ରଣଜୀ ଖେଳାଳି ଖେଳୁଥିବା ସୂଚନା ମିଳିଛି।
ଆଜିର ଉଦ୍ଘାଟନୀ ମ୍ୟାଚ ପୋଳ ଏ’ରେ ବିଲାସପୁର ଏବଂ ପଞ୍ଚମବଙ୍ଗ ଆସନସୋଲ ମଧ୍ୟରେ ହୋଇଥିଲା। ବିଲାସପୁର ଟସ୍ଜିତି ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିଦ୍ଧାରିତ ୨୫ ଓଭରେ ୯ ଉଇକେଟ ହରାଇ ବିଲାସପୁର ୧୬୮ ରନ୍ କରିଥିଲା। ଫଳରେ ଆସନସୋଳ ଦଳକୁ ୧୬୯ ରନ୍ର ବିଜୟ ଟାର୍ଗେଟ ଦେଇଥିଲା ବିଲାସପୁର। ଆସନସୋଲ ଦଳ ୧୬୮ ରନ୍ର ପିଛାକରି ୧୮ ଓଭର ୫ ବଲରେ ୨ ଉଇକେଟ ହରାଇ ୧୬୯ ରନ୍ କରି ବିଜୟୀ ହୋଇଥିଲା। ମ୍ୟାଚକୁ ଓସିଏ ଅମ୍ପାୟର ପୃଥିରାଜ ମିଶ୍ର ଏବଂ ସତ୍ୟ ରଥ ପରିଚାଳନା କରିଥିଲେ।
The post ଆରମ୍ଭ ହେଲା ସର୍ବଭାରତୀୟ ପାଟଣାକପ୍ କ୍ରିକେଟ୍ ଟୁର୍ନାମେଣ୍ଟ: ଯୋଗଦେଲେ ୮ ଦଳ appeared first on Dharitri Odia News.