ଆରମ୍ଭ ହୋଇନି ଧାନ କିଣା । ରାଇସ୍ ମିଲକୁ ନେଇ ରାଜନୀତି ।

କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା କଥା ସରକାର କହୁଥିବା ବେଳେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । କହିଛନ୍ତି, ସୋନପୁରରେ ରାଇସ୍ ମିଲ ମାଲିକଙ୍କୁ ମଗାଯାଇଛି ଟଙ୍କା । ପ୍ରତି ରାଇସ୍ ମାଲିକଙ୍କୁ ୭ ଲକ୍ଷ ଟଙ୍କା ଲେଖାଏଁ ମଗାଯାଇଛି । କିଛି ରାଇସ୍ ମିଲ୍ ମାଲିକ ୫ ଲକ୍ଷ ଟଙ୍କା ଦେଇସାରିଲେଣି । ସୋନପୁରରେ ୧୦୦ରୁ ଅଧିକ ରାଇସ୍ ମିଲ ରହିଛି। ଜଣେ ମାଲିକ ୭ ଲକ୍ଷ ଟଙ୍କା ଦେଲେ ୭ କୋଟିରୁ ଅଧିକ ଟଙ୍କା ହେବ । ମିଲର ମାଲିକ ଟଙ୍କା ଦେଲେ, ଚାଷୀକୁ ଶୋଷଣ କରିବେ । ଏହା କି ପ୍ରକାର ବିକାଶ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର । ଏହାସହ ଦାଦନ ପ୍ରସଙ୍ଗ ଉଠାଇ ମଧ୍ୟ ବର୍ଷିଛନ୍ତି ନରସିଂହ ମିଶ୍ର । ସେପଟେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।