ଆରସିବିର IPL ଟ୍ରଫି ଜିତିବା ସ୍ଵପ୍ନ ପୁଣି ଧୂଳିସାତ, ଏଲିମିନେଟର ଜିତି କ୍ଵାଲିଫାୟର-୨ରେ ରାଜସ୍ଥାନ

ଅହମ୍ମଦାବାଦ:  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର  ପୁଣି ଥରେ ଆଇପିଏଲ୍ ଟ୍ରଫି ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି।  ପୁଣି ନିରାଶ ହୋଇଛନ୍ତି ଆରସିବି ଫ୍ୟାନ୍ସ। ଲଗାତାର ୬ଟି ମ୍ୟାଚ୍ ଜିତି ଦମଦାର ପ୍ରତ୍ୟାବର୍ତ୍ତନ କରିଥିବା ଆରସିବି ଏଲିମିନେଟରର ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନ ରୟାଲ୍ସଠୁ ୪ ଓ୍ଵିକେଟ୍‌ରେ ପରାଜିତ ହୋଇଛି।  ବିଜୟ ସହ ରାଜସ୍ଥାନ ଆଇପିଏଲ୍ ୨୦୨୪ର ଦ୍ଵିତୀୟ କ୍ଵାଲିଫାୟରକୁ ଉନ୍ନୀତ ହୋଇଛି। ଏବେ ଦ୍ଵିତୀୟ କ୍ଵାଲିଫାୟରରେ ରାଜସ୍ଥାନ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ହେବ। ୧୭ମ ସିଜିନ ପରେ ବି ବେଙ୍ଗାଲୁରୁର ଟ୍ରଫି ମରୁଡି ଜାରି ରହିଛି। ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏଲିମିନେଟର ମୁକାବିଲାରେ ଆରସିବି ଦ୍ଵାରା ଧାର୍ଯ୍ୟ ୧୭୩ ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୧୯ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଯଶସ୍ଵୀ ଜୟସ୍ଵାଲ ୪୫ ରନର ଇନିଂସ ଖେଳିଥିବା ବେଳେ ରିୟାନ ପରାଗ ୩୬ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।  ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୮ ଓ୍ଵିକେଟ୍‌ ହରାଇ ୧୭୨ ରନର ଲଢୁଆ ସ୍କୋର କରିଛି। ଦଳ ପକ୍ଷରୁ ରଜତ ପାଟିଦାର ସର୍ବାଧିକ ୩୪ ରନ କରିଥିବା ବେଳେ ମହିପାଲ ଲୋମରୋର ୩୨ ରନ ଓ ବିରାଟ କୋହଲି ୩୩ ରନ କରିଥିଲେ। ଉଲ୍ଲେଖନୀୟ ଚେନ୍ନାଇକୁ ଶେଷ ଲିଗ୍ ମ୍ୟାଚ୍‌ରେ ହରାଇ ବେଙ୍ଗାଲୁରୁ ପ୍ଲେ ଅଫ୍‌କୁ ଉନ୍ନୀତ ହୋଇଥିଲା। Also read: ଆଇ

ଆରସିବିର IPL ଟ୍ରଫି ଜିତିବା ସ୍ଵପ୍ନ ପୁଣି ଧୂଳିସାତ, ଏଲିମିନେଟର ଜିତି କ୍ଵାଲିଫାୟର-୨ରେ ରାଜସ୍ଥାନ

ଅହମ୍ମଦାବାଦ:  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର  ପୁଣି ଥରେ ଆଇପିଏଲ୍ ଟ୍ରଫି ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି।  ପୁଣି ନିରାଶ ହୋଇଛନ୍ତି ଆରସିବି ଫ୍ୟାନ୍ସ। ଲଗାତାର ୬ଟି ମ୍ୟାଚ୍ ଜିତି ଦମଦାର ପ୍ରତ୍ୟାବର୍ତ୍ତନ କରିଥିବା ଆରସିବି ଏଲିମିନେଟରର ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନ ରୟାଲ୍ସଠୁ ୪ ଓ୍ଵିକେଟ୍‌ରେ ପରାଜିତ ହୋଇଛି।  ବିଜୟ ସହ ରାଜସ୍ଥାନ ଆଇପିଏଲ୍ ୨୦୨୪ର ଦ୍ଵିତୀୟ କ୍ଵାଲିଫାୟରକୁ ଉନ୍ନୀତ ହୋଇଛି। ଏବେ ଦ୍ଵିତୀୟ କ୍ଵାଲିଫାୟରରେ ରାଜସ୍ଥାନ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ହେବ। ୧୭ମ ସିଜିନ ପରେ ବି ବେଙ୍ଗାଲୁରୁର ଟ୍ରଫି ମରୁଡି ଜାରି ରହିଛି। ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏଲିମିନେଟର ମୁକାବିଲାରେ ଆରସିବି ଦ୍ଵାରା ଧାର୍ଯ୍ୟ ୧୭୩ ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୧୯ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଯଶସ୍ଵୀ ଜୟସ୍ଵାଲ ୪୫ ରନର ଇନିଂସ ଖେଳିଥିବା ବେଳେ ରିୟାନ ପରାଗ ୩୬ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।  ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୮ ଓ୍ଵିକେଟ୍‌ ହରାଇ ୧୭୨ ରନର ଲଢୁଆ ସ୍କୋର କରିଛି। ଦଳ ପକ୍ଷରୁ ରଜତ ପାଟିଦାର ସର୍ବାଧିକ ୩୪ ରନ କରିଥିବା ବେଳେ ମହିପାଲ ଲୋମରୋର ୩୨ ରନ ଓ ବିରାଟ କୋହଲି ୩୩ ରନ କରିଥିଲେ। ଉଲ୍ଲେଖନୀୟ ଚେନ୍ନାଇକୁ ଶେଷ ଲିଗ୍ ମ୍ୟାଚ୍‌ରେ ହରାଇ ବେଙ୍ଗାଲୁରୁ ପ୍ଲେ ଅଫ୍‌କୁ ଉନ୍ନୀତ ହୋଇଥିଲା। 

Also read: ଆଇପିଏଲ୍‌ରେ ଏମଏସ ଧୋନିଙ୍କ ସନ୍ନ୍ୟାସ ପୂର୍ବରୁ ବଡ ଅପଡେଟ୍, ଯାଇପାରନ୍ତି ଲଣ୍ଡନ

୧୭୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସର ଦୁଇ   ଓପନର ଯଶସ୍ଵୀ ଜୟସ୍ଵାଲ ଓ ଟମ କୋହଲେର କାଡମୋର ୪୬ ରନ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ। ଟମ କୋହଲେର ୨୦ ରନ କରି ଆଉଟ୍ ହୋଇଥିଲେ। ସଞ୍ଜୁ ସାମସନ(୧୭) ଆଉଟ୍ ହେବା ରାଜସ୍ଥାନକୁ ବଡ଼ ଝଟକା ଲାଗିଥିଲା। ମଧ୍ୟକ୍ରମରେ ରିୟାନ ପରାଗ ଧୈର୍ଯ୍ୟର ସହ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ। ତେବେ ମଝିରେ ମଝିରେ ଓ୍ଵିକେଟ୍ ପତନ ଯୋଗୁଁ ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। 

ଧ୍ରୁବ ଜୁରେଲ(୮) ପାଭିଲିୟନ ଫେରିଥିଲେ। ରିୟାନ ପରାଗ ୩୬ ରନ କରି ଆଉଟ୍ ହେବା ରାଜସ୍ଥାନ ଶିବିରକୁ କିଛି ସମୟ ଚିନ୍ତାରେ ପକାଇଥିଲା। ହେଲେ ସିମରନ ହେଟମାୟର ୧୪ ବଲରୁ ୨୪ ରନ ଓ ରୋଭମ୍ୟାନ ପାଓ୍ଵେଲ ୮ ବଲରୁ ୧୬ ରନ କରି ମ୍ୟାଚ୍ ଜିତାଇଥିଲେ। ରାଜସ୍ଥାନ ୧୯ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ  ହାସଲ କରି ନେଇଥିଲା। ବୋଲିଂରେ ମହମ୍ମଦ ସିରାଜ ୩୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ବେଳେ କ୍ୟାମେରୁନ ଗ୍ରୀନ, କର୍ଣ୍ଣ ଶର୍ମା ଓ ଲୋକି ଫର୍ଗ୍ୟୁସନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

ଆରସିବି ଇନିଂସ 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବିରାଟ କୋହଲି ଓ ଫାଫ୍ ଡୁ ପ୍ଲେସିସ୍ ୩୭ ରନ ଯୋଡ଼ିଥିଲେ। ରାଜସ୍ଥାନ ବୋଲର ଶାଣିତ ବୋଲିଂ କରି ଆରମ୍ଭରୁ ବେଙ୍ଗାଲୁରୁ ବ୍ୟାଟରଙ୍କୁ ଚାପରେ ରଖିଥିଲେ। ଡୁ ପ୍ଲେସିସ୍ ୧୭ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବିରାଟ କୋହଲି ୩୩ ରନ କରି ଆଉଟ୍ ହେବା ଦଳକୁ ବଡ଼ ଝଟକା ଲାଗିଥିଲା। କ୍ୟାମେରୁନ ଗ୍ରୀନ ୨୭ ରନ କରିଥିଲେ ହେଁ ବଡ଼ ସ୍କୋର କରି ପାରି ନ ଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଖାତା ଖୋଲି ପାରି ନ ଥିଲେ। କ୍ରିଜରେ  ଜମିଥିବା ରଜତ ପାଟିଦାର ୩୪ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ନିମ୍ନ କ୍ରମରେ ମହିପାଲ ଲୋମରୋର ଦ୍ରୁତ ବ୍ୟାଟିଂ କରି ୧୭ ବଲରୁ ୩୨ ରନ କରିବାରୁ ବେଙ୍ଗାଲୁରୁ ୮ ଓ୍ଵିକେଟ୍ ହରାଇ ୧୭୨ ରନର ଲଢୁଆ ସ୍କୋର କରି ପାରିଛି। ଦିନେଶ କାର୍ତ୍ତିକ ୧୧ ରନ କରି ଆଉଟ୍ ହୋଇଥିଲେ। ବୋଲିଂରେ ରବିଚନ୍ଦ୍ରନ ଅଶ୍ଵିନ ୪ ଓଭରରେ ୧୯ ରନ ଦେଇ ୨ଟି ଓ୍ଵିକେଟ୍  ଓ ଅଭେଶ ଖାନ ୩ଟି ଓ୍ଵିକେଟ୍ ନେଇଛନ୍ତି।