ଆରସିବିର ବିଜୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା

ବେଙ୍ଗାଲୁରୁ,୧୩।୫: ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିଥିଲା। ସେ ତାଙ୍କ ସ୍ବାମୀ ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ସମର୍ଥନ କରିବାକୁ ଆସିଥିଲେ। ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବା ପରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ପ୍ରଥମଥର ପାଇଁ ଷ୍ଟାଡିୟମରେ ନଜର ଆସିଥିଲେ। ଏହି ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚାଲିଥିଲା। ଏହି ମ୍ୟାଚ୍‌ରେ ଆରସିବି ଡିସିକୁ ୪୭ ରନରେ ପରାସ୍ତ କରିଛି। ଅନୁଷ୍କା ଶର୍ମା […] The post ଆରସିବିର ବିଜୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା appeared first on Dharitri Odia News.

ଆରସିବିର ବିଜୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା

ବେଙ୍ଗାଲୁରୁ,୧୩।୫: ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିଥିଲା। ସେ ତାଙ୍କ ସ୍ବାମୀ ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ସମର୍ଥନ କରିବାକୁ ଆସିଥିଲେ। ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବା ପରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ପ୍ରଥମଥର ପାଇଁ ଷ୍ଟାଡିୟମରେ ନଜର ଆସିଥିଲେ।
ଏହି ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚାଲିଥିଲା। ଏହି ମ୍ୟାଚ୍‌ରେ ଆରସିବି ଡିସିକୁ ୪୭ ରନରେ ପରାସ୍ତ କରିଛି। ଅନୁଷ୍କା ଶର୍ମା ଷ୍ଟାଣ୍ଡରେ ଶାନ୍ତ ଭାବରେ ବସିଥିଲେ, ପୁରା ମ୍ୟାଚ ଦେଖିଥିଲେ ଏବଂ ତା’ପରେ ଦଳର ବଡ ବିଜୟ ଜୋରଦାର ସେଲିବ୍ରେସନ୍‌ କରିଥିଲେ। ଏହି ସମୟରେ ସେ ଭାବପ୍ରବଣ ହୋପଡିଥିଲେ।
ଷ୍ଟାଡିୟମରୁ ଆସିଥିବା ଅଭିନେତ୍ରୀଙ୍କ ଅନେକ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ ଅନୁଷ୍କାଙ୍କୁ ଏକ କଳା ଟି-ଶର୍ଟରେ ଦେଖିବାକୁ ମିଳିଥିଲା। ଅନୁଷ୍କା ଦୀର୍ଘ ଦିନ ହେବ ଲାମଲାଇଟ୍‌ରୁ ଦୂରରେ ଥିଲେ। ଚଳିତ ବର୍ଷ ଫେବୃଆରୀରେ ଅନୁଷ୍କା ପୁଅ ଅକାୟଙ୍କୁ ଲଣ୍ଡନରେ ଜନ୍ମ ଦେଇଥିଲେ।

The post ଆରସିବିର ବିଜୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା appeared first on Dharitri Odia News.