ଆରୋଗ୍ୟ ଉପକେନ୍ଦ୍ର ଉଦଘାଟନ ସହିତ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳାରେ ଯୋଗ ଦେଲେ ମନ୍ତ୍ରୀ ରବି ନାରାୟଣ ନାଏକ

ଜମନକିର : ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମପଞ୍ଚାୟତ ରେ ୨୦୨୩/୨୪ ଆର୍ଥିକ ବର୍ଷ ୩୨ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଆରୋଗ୍ୟ ଉପକେନ୍ଦ୍ର କୁ ଆଜି ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଉଦଘାଟନ କରିଥିଲେ। ଏଥି ସହିତ ଟିକିବା ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର ସମ୍ମୁଖରେ ଥିବା ପ୍ରାଣୀସମ୍ପଦ ମେଳାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ ଗୌରଭମୟ ପ୍ରଧାନ, ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ହରେକୃଷ୍ଣ ବରିହା, ଟିକିବା ସରପଞ୍ଚ ମମତା ଭେଙ୍ଗ୍ରା […] The post ଆରୋଗ୍ୟ ଉପକେନ୍ଦ୍ର ଉଦଘାଟନ ସହିତ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳାରେ ଯୋଗ ଦେଲେ ମନ୍ତ୍ରୀ ରବି ନାରାୟଣ ନାଏକ appeared first on Odisha.News.

ଆରୋଗ୍ୟ ଉପକେନ୍ଦ୍ର ଉଦଘାଟନ ସହିତ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳାରେ ଯୋଗ ଦେଲେ ମନ୍ତ୍ରୀ ରବି ନାରାୟଣ ନାଏକ

ଜମନକିର : ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମପଞ୍ଚାୟତ ରେ ୨୦୨୩/୨୪ ଆର୍ଥିକ ବର୍ଷ ୩୨ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଆରୋଗ୍ୟ ଉପକେନ୍ଦ୍ର କୁ ଆଜି ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଉଦଘାଟନ କରିଥିଲେ। ଏଥି ସହିତ ଟିକିବା ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର ସମ୍ମୁଖରେ ଥିବା ପ୍ରାଣୀସମ୍ପଦ ମେଳାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ ଗୌରଭମୟ ପ୍ରଧାନ, ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ହରେକୃଷ୍ଣ ବରିହା, ଟିକିବା ସରପଞ୍ଚ ମମତା ଭେଙ୍ଗ୍ରା ଏବଂ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼କ୍ଟର ସରୋଜ କୁମାର ସାହୁ ପ୍ରମୁଖ ସନମାନିତ ଅତିଥି ଭାବେ ଯୋଗଦେଇ ପ୍ରାଣୀ ସମ୍ପଦର ଉପକାରିତା, ରକ୍ଷଣ ବେକ୍ଷଣ, ପଶୁ ପାଳନ, ପକ୍ଷୀ ପାଳନ ଆଦି ପାଳନ କରି କିପରି ଲାଭବାନ ହେବେ ଏବଂ ପ୍ରଶାସନ ଗୋ ପାଳନ, କୁକୁଡ଼ା ପାଳନ, ଘୁଷୁରୀ ପାଳନ ରେ କିପରି ସହାୟତା ଯୋଗାଉଛି ତାହା ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ।

The post ଆରୋଗ୍ୟ ଉପକେନ୍ଦ୍ର ଉଦଘାଟନ ସହିତ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳାରେ ଯୋଗ ଦେଲେ ମନ୍ତ୍ରୀ ରବି ନାରାୟଣ ନାଏକ appeared first on Odisha.News.