ଆର୍‌. ଜି. କର ପୀଡ଼ିତାଙ୍କ ନାଁ, ଫଟୋ ହଟାଇବାକୁ ଓ୍ବିକିପିଡିଆକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮ା୯(ପି.ଟି.):କୋଲକାତାସ୍ଥିତ ଆର୍‌.ଜି. କର ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ନାମ ଏବଂ ଫଟୋ ତୁରନ୍ତ ହଟାଇବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଓ୍ବିକିପିଡିଆକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ମଧ୍ୟ ଉକ୍ତ ଅନ୍‌ଲାଇନ ଏନ୍‌ସାଇକ୍ଲୋପିଡିଆରେ ପୀଡ଼ିତା ଡାକ୍ତରଙ୍କ ନାଁ ଓ ଫଟୋ ରହିଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ ଜଣାଇଥିଲେ। ବଳାତ୍କାର ଓ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିଚୟ ପ୍ରଘଟ ନ କରିବାକୁ ଆଇନରେ ଅତ୍ୟନ୍ତ ସ୍ପଷ୍ଟ ବ୍ୟବସ୍ଥା ରହିଥିବା ପ୍ରଧାନ ବିଚାରପତି […] The post ଆର୍‌. ଜି. କର ପୀଡ଼ିତାଙ୍କ ନାଁ, ଫଟୋ ହଟାଇବାକୁ ଓ୍ବିକିପିଡିଆକୁ ନିର୍ଦ୍ଦେଶ appeared first on Dharitri Odia News.

ଆର୍‌. ଜି. କର ପୀଡ଼ିତାଙ୍କ ନାଁ, ଫଟୋ ହଟାଇବାକୁ ଓ୍ବିକିପିଡିଆକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮ା୯(ପି.ଟି.):କୋଲକାତାସ୍ଥିତ ଆର୍‌.ଜି. କର ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ନାମ ଏବଂ ଫଟୋ ତୁରନ୍ତ ହଟାଇବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଓ୍ବିକିପିଡିଆକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ମଧ୍ୟ ଉକ୍ତ ଅନ୍‌ଲାଇନ ଏନ୍‌ସାଇକ୍ଲୋପିଡିଆରେ ପୀଡ଼ିତା ଡାକ୍ତରଙ୍କ ନାଁ ଓ ଫଟୋ ରହିଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ ଜଣାଇଥିଲେ। ବଳାତ୍କାର ଓ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିଚୟ ପ୍ରଘଟ ନ କରିବାକୁ ଆଇନରେ ଅତ୍ୟନ୍ତ ସ୍ପଷ୍ଟ ବ୍ୟବସ୍ଥା ରହିଥିବା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ କହିଥିଲେ।

ମୃତକଙ୍କ ମର୍ଯ୍ୟାଦା ଏବଂ ପ୍ରିଭେସି ବଜାୟ ରଖିବା ଜରୁରୀ। ତେଣୁ ତାଙ୍କ ପରିଚୟକୁ କଦାପି ପ୍ରକାଶ କରାଯାଇପାରିବ ନାହିଁ ବୋଲି ଅଦାଲତ କହିଥିଲେ। ବହୁଚର୍ଚ୍ଚିତ ଘଟଣାରେ ମାସାଧିକ କାଳ ଧରି ନ୍ୟାୟ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଜୁନିୟର ଡାକ୍ତରମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କାର୍ଯ୍ୟରେ ଯୋଗଦେବାରେ କୌଣସି ସମସ୍ୟା ନାହିଁ ବୋଲି ଆନ୍ଦୋଳନକାରୀ ଡାକ୍ତରମାନେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଡାକ୍ତରମାନଙ୍କ ଆଲୋଚନା ସଫଳ ହୋଇଛି। ସେମାନଙ୍କ କେତେକ ଦାବିକୁ ସରକାର ମାନିନେଇ ଆସ୍ଥା ସୃଷ୍ଟି ଦିଗରେ ପଦକ୍ଷେପ ନେଉଛନ୍ତି। ଜୁନିୟର ଡାକ୍ତରମାନଙ୍କ ସାଧାରଣ ପରିଷଦ ବୈଠକ ଖୁବ୍‌ଶୀଘ୍ର ବସି କାର୍ଯ୍ୟରେ ଯୋଗଦେବା ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ ଅଦାଲତଙ୍କୁ ଜଣାଇଥିଲେ।

The post ଆର୍‌. ଜି. କର ପୀଡ଼ିତାଙ୍କ ନାଁ, ଫଟୋ ହଟାଇବାକୁ ଓ୍ବିକିପିଡିଆକୁ ନିର୍ଦ୍ଦେଶ appeared first on Dharitri Odia News.