ଆର୍ଏସ୍ଏସ୍ ସହ ଭାଜପାର ସମ୍ପର୍କ ହେଲା ଖରାପ
ନୂଆଦିଲ୍ଲୀ,୧୪ା୬: ଲୋକ ସଭା ନିର୍ବାଚନର ଫଳାଫଳ ଆଶା ଅନୁଯାୟୀ ଭାଜପା ପ୍ରଦର୍ଶନ କରିପାରି ନାହିଁ। ନିର୍ବାଚନ ପୂର୍ବରୁ ଭାଜପା ନେତାମାନେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ(ଆର୍ଏସ୍ଏସ୍)ରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଥିଲେ। ଏହି କାରଣରୁ ଭାଜପା ୨୪୦ ସିଟ୍ରେ ସୀମିତ ଥିଲା। ଏଥି ସହ ବର୍ତ୍ତମାନ କଂଗ୍ରେସ ନେତା ଉଦିତ ରାଜ ମଧ୍ୟ କହିଛନ୍ତିି ଯେ, ଆର୍ଏସ୍ଏସ୍ ଏବଂ ଭାଜପା ମଧ୍ୟରେ ଜିନିଷ ଆଉ ସମାନ ନୁହେଁ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି। ଉଦିତ […] The post ଆର୍ଏସ୍ଏସ୍ ସହ ଭାଜପାର ସମ୍ପର୍କ ହେଲା ଖରାପ appeared first on Dharitri Odia News.
ନୂଆଦିଲ୍ଲୀ,୧୪ା୬: ଲୋକ ସଭା ନିର୍ବାଚନର ଫଳାଫଳ ଆଶା ଅନୁଯାୟୀ ଭାଜପା ପ୍ରଦର୍ଶନ କରିପାରି ନାହିଁ। ନିର୍ବାଚନ ପୂର୍ବରୁ ଭାଜପା ନେତାମାନେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ(ଆର୍ଏସ୍ଏସ୍)ରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଥିଲେ। ଏହି କାରଣରୁ ଭାଜପା ୨୪୦ ସିଟ୍ରେ ସୀମିତ ଥିଲା। ଏଥି ସହ ବର୍ତ୍ତମାନ କଂଗ୍ରେସ ନେତା ଉଦିତ ରାଜ ମଧ୍ୟ କହିଛନ୍ତିି ଯେ, ଆର୍ଏସ୍ଏସ୍ ଏବଂ ଭାଜପା ମଧ୍ୟରେ ଜିନିଷ ଆଉ ସମାନ ନୁହେଁ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି।
ଉଦିତ ଶୁକ୍ରବାର କହିଛନ୍ତି, ଭାଜପା ଆର୍ଏସ୍ଏସ୍କୁ ପୃଥକ୍ କରିଛି। ଏହା ମଧ୍ୟ କୁହାଯାଉଛି କାରଣ ଏକ ସାକ୍ଷାତକାର ସମୟରେ ଭାଜପା ସଭାପତି ଜେପି ନଡ୍ଡା କହିଛନ୍ତି, ଆର୍ଏସ୍ଏସ୍ ଏକ ସାମାଜିକ ସଂଗଠନ ହୋଇଥିବା ବେଳେ ଭାଜପା ଏକ ରାଜନୈତିକ ଦଳ। ବର୍ତ୍ତମାନ ଆମେ ଆଗକୁ ଯାଇଛୁ । ପୂର୍ବ ଅପେକ୍ଷା ଅଧିକ ଦକ୍ଷ ହୋଇପାରିଛୁ। ଏଭଳି ପରିସ୍ଥିତିରେ ଆରଏସଏସର ଆବଶ୍ୟକତା ବର୍ତ୍ତମାନ ସେତେ ଅଧିକ ନୁହେଁ।
The post ଆର୍ଏସ୍ଏସ୍ ସହ ଭାଜପାର ସମ୍ପର୍କ ହେଲା ଖରାପ appeared first on Dharitri Odia News.