ଆର୍ଏସ୍ପିରେ ବଡ଼ ଧରଣର ବିସ୍ଫୋରଣ
ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ଷ୍ଟିଲ୍ ମେଲ୍ଟିଂ ଶପ୍ (ଏସ୍ଏମ୍ଏସ୍)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ ଠିକା କର୍ମଚାରୀ ଆହତ ହୋଇଛନ୍ତି। ଆହତମାନେ ହେଲେ ଆରଏସ୍ପିର ବରିଷ୍ଠ ଅଧିକାରୀ ଏଚ୍. କେ. ମେହେର, ଭଗବତ ମୁର୍ମୁ, ଜି. ବି. କାଲୋ, ପ୍ରଦୀପ ଏକ୍କା ଏବଂ ଠିକା କର୍ମଚାରୀ ଝୁନୁ ନନ୍ଦ। ଆହତମାନଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲର ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଉକ୍ତ ସମ୍ବେଦନଶୀଳ ଘଟଣାର […] The post ଆର୍ଏସ୍ପିରେ ବଡ଼ ଧରଣର ବିସ୍ଫୋରଣ appeared first on Dharitri Odia News.
ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ଷ୍ଟିଲ୍ ମେଲ୍ଟିଂ ଶପ୍ (ଏସ୍ଏମ୍ଏସ୍)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ ଠିକା କର୍ମଚାରୀ ଆହତ ହୋଇଛନ୍ତି। ଆହତମାନେ ହେଲେ ଆରଏସ୍ପିର ବରିଷ୍ଠ ଅଧିକାରୀ ଏଚ୍. କେ. ମେହେର, ଭଗବତ ମୁର୍ମୁ, ଜି. ବି. କାଲୋ, ପ୍ରଦୀପ ଏକ୍କା ଏବଂ ଠିକା କର୍ମଚାରୀ ଝୁନୁ ନନ୍ଦ। ଆହତମାନଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲର ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଉକ୍ତ ସମ୍ବେଦନଶୀଳ ଘଟଣାର ତଦନ୍ତ କରିବାକୁ ଆର୍ଏସ୍ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ନିର୍ଦ୍ଦେଶ ଦେଇଥିବା କାରଖାନା ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ଶନିବାର ସକାଳ ପ୍ରାୟ ୮ଟା ୪୫ ମିନିଟ୍ରେ କାରଖାନାରେ ଉପତ୍ାଦନ ସମୟରେ କନଭର୍ଟର ‘କ୍ୟୁ’ର ହୁଡ୍ ସଫେଇ କରାଯାଉଥିଲା। କନଭର୍ଟର ତଳେ ଥିବା ପାଣିରେ ହଠାତ୍ କିଛି ତରଳ ସ୍ଲାଗ୍ ପଡି ବିସ୍ପୋରଣ ଘଟିଥିଲା। ଫଳରେ ନିକଟରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀମାନେ ଏହା ସଂସ୍ପର୍ଶରେ ଆସିବାରୁ ସେମାନଙ୍କ ଶରୀରର ବିଭିନ୍ନ ଅଂଶ ଜଳି ଯାଇଥିଲା।
ଖବର ପାଇ ଡାକ୍ତରଖାନାରେ ଆର୍ଆଇକେକେଏସ୍, ଆର୍ଏସ୍ଏସ୍ ଓ ଜିଏମ୍ଏମ୍, ସିଟୁ, ଆର୍ଏମ୍ଏସ୍ ପ୍ରମୁଖ ଶ୍ରମ ସଙ୍ଗଠନର ନେତୃମଣ୍ଡଳୀ, ଆହତମାନଙ୍କ ପରିଜନ ପହଞ୍ଚତ୍ଥିଲେ। ତେବେ ଆହତମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଡିଆଇସି ଭୌମିକ ଘଟଣାର ତୁରନ୍ତ ଯାଞ୍ଚ କମିଟି ଗଠନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
The post ଆର୍ଏସ୍ପିରେ ବଡ଼ ଧରଣର ବିସ୍ଫୋରଣ appeared first on Dharitri Odia News.