ଆର୍ଚେରୀ, ଖୋ ଖୋ ସମରକ୍ୟାମ୍ପ୍‌

ଭୁବନେଶ୍ୱର, ୬।୪(ତପନ ସ୍ବାଇଁ): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସନ୍ତରଣ, ବାସ୍କେଟବଲ, ଭାରୋତ୍ତୋଳନ, ଶୁଟିଂ, ଚେସ୍‌, ଲନ୍‌ ଟେନିସ ପରେ ଆର୍ଚେରୀ ଓ ଖୋ ଖୋ ସମର କ୍ୟାମ୍ପ ପାଇଁ ତାରିଖ ଘୋଷଣା କରାଯାଇଛି। ଆର୍ଚେରୀ ସମର କୋଚିଂ କ୍ୟାମ୍ପ କୋରାପୁଟ ଓ କେନ୍ଦୁଝର ୨ଟି ସ୍ଥାନରେ ଅନୁଷ୍ଠିତ ହେବ। କେନ୍ଦୁଝରର ଡିଡି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଏହି କ୍ୟାମ୍ପ ଏପ୍ରିଲ ୧୦ରୁ ମେ ୧୦ ପର୍ଯ୍ୟନ୍ତ ଚାଲିବ। ୮ରୁ ୧୬ ବର୍ଷର ବାଳିକା ବାଳକ […] The post ଆର୍ଚେରୀ, ଖୋ ଖୋ ସମରକ୍ୟାମ୍ପ୍‌ appeared first on Dharitri Odia News.

ଆର୍ଚେରୀ, ଖୋ ଖୋ ସମରକ୍ୟାମ୍ପ୍‌

ଭୁବନେଶ୍ୱର, ୬।୪(ତପନ ସ୍ବାଇଁ): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସନ୍ତରଣ, ବାସ୍କେଟବଲ, ଭାରୋତ୍ତୋଳନ, ଶୁଟିଂ, ଚେସ୍‌, ଲନ୍‌ ଟେନିସ ପରେ ଆର୍ଚେରୀ ଓ ଖୋ ଖୋ ସମର କ୍ୟାମ୍ପ ପାଇଁ ତାରିଖ ଘୋଷଣା କରାଯାଇଛି। ଆର୍ଚେରୀ ସମର କୋଚିଂ କ୍ୟାମ୍ପ କୋରାପୁଟ ଓ କେନ୍ଦୁଝର ୨ଟି ସ୍ଥାନରେ ଅନୁଷ୍ଠିତ ହେବ। କେନ୍ଦୁଝରର ଡିଡି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଏହି କ୍ୟାମ୍ପ ଏପ୍ରିଲ ୧୦ରୁ ମେ ୧୦ ପର୍ଯ୍ୟନ୍ତ ଚାଲିବ। ୮ରୁ ୧୬ ବର୍ଷର ବାଳିକା ବାଳକ ଏଥିରେ ଅଂଶଗ୍ରହଣ କରିପାରିବେ। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏହି କ୍ୟାମ୍ପ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଚଳିତ ମାସ ୬ ତାରିଖରୁ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଫାର୍ଷ୍ଟ କମ୍‌ ସର୍ଭ ଭିତ୍ତିରେ ପିଲାମାନଙ୍କୁ ଏହି କ୍ୟାମ୍ପରେ ସାମିଲ କରାଯିବ। କେରାପୁଟ ଜିଲା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଆର୍ଚେରୀ ସମରକ୍ୟାମ୍ପ ଏପ୍ରିଲ ୨୦ରୁ ମେ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଖୋ ଖୋ ସମର କ୍ୟାମ୍ପ ୨ଟି ପର୍ଯ୍ୟାୟରେ ପୁରୀର ଡେଲାଙ୍ଗ ମୁନିନ୍ଦାସ୍ଥିତ କେପିପି ହାଇସ୍କୁଲ ପରିସରରେ ଆୟୋଜନ ହେବ। ଏହା ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୨ରୁ ୨୬ ଓ ଦ୍ୱିତୀୟ ପର୍ଯ୍ୟାୟ ମେ ୬ରୁ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସକାଳ ୬ଟା୩୦ରୁ ୮ଟା ୩୦ ଓ ଅପରାହ୍ନ ୪ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ। ୮ରୁ ୧୬ ବର୍ଷର ବାଳିକା ବାଳକ ଏଥିରେ ଅଂଶଗ୍ରହଣ କରିପାରିବେ। ଚଳିତ ମାସ ୬ ତାରିଖରୁ ଏଥିପାଇଁ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ।

The post ଆର୍ଚେରୀ, ଖୋ ଖୋ ସମରକ୍ୟାମ୍ପ୍‌ appeared first on Dharitri Odia News.