ଆର୍ଟିଇ ସୁବିଧାରୁ ବଞ୍ଚିତ ହେବେ ୩୫ ହଜାର ପିଲା
ଭୁବନେଶ୍ୱର, ୨୭।୨(ଅସମାପିକା ସାହୁ):ରାଜ୍ୟରେ ୩୫ହଜାରରୁ ଊର୍ଦ୍ଧ୍ୱ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରୀଛାତ୍ର ଚଳିତବର୍ଷ ଶିକ୍ଷା ଅଧିକାର ଆଇନ(ଆର୍ଟିଇ) ଅନୁସାରେ ୨୫% ମାଗଣା ସିଟ୍ରେ ନାମ ଲେଖାରୁ ବଞ୍ଚତ୍ତ ହେବେ। ଗତବର୍ଷ ୪,୨୬୪ଟି ବେସରକାରୀ ବିଦ୍ୟାଳୟ ଆର୍ଟିଇରେ ପଞ୍ଜୀକରଣ କରିଥିବାବେଳେ ପ୍ରାୟ ୬୦ହଜାରରୁ ଊର୍ଦ୍ଧ୍ୱ ସିଟ୍ ଥିଲା। ଫଳରେ ୧୮ହଜାରରୁ ଅଧିକ ଛାତ୍ରୀଛାତ୍ର ପଞ୍ଜୀକରଣ କରିଥିଲେ। ହେଲେ ଚଳିତ ବର୍ଷ ଏଯାଏ ମାତ୍ର ୨,୭୩୦ଟି ବେସରକାରୀ ସ୍କୁଲ ପଞ୍ଜୀକରଣ କରିଛନ୍ତି। ଆଉ ୧,୫୩୪ଟି ବିଦ୍ୟାଳୟ ପଞ୍ଜୀକରଣ କରିନାହାନ୍ତି। ସେଥିପାଇଁ […] The post ଆର୍ଟିଇ ସୁବିଧାରୁ ବଞ୍ଚିତ ହେବେ ୩୫ ହଜାର ପିଲା appeared first on Dharitri Odia News.
ଭୁବନେଶ୍ୱର, ୨୭।୨(ଅସମାପିକା ସାହୁ):ରାଜ୍ୟରେ ୩୫ହଜାରରୁ ଊର୍ଦ୍ଧ୍ୱ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରୀଛାତ୍ର ଚଳିତବର୍ଷ ଶିକ୍ଷା ଅଧିକାର ଆଇନ(ଆର୍ଟିଇ) ଅନୁସାରେ ୨୫% ମାଗଣା ସିଟ୍ରେ ନାମ ଲେଖାରୁ ବଞ୍ଚତ୍ତ ହେବେ। ଗତବର୍ଷ ୪,୨୬୪ଟି ବେସରକାରୀ ବିଦ୍ୟାଳୟ ଆର୍ଟିଇରେ ପଞ୍ଜୀକରଣ କରିଥିବାବେଳେ ପ୍ରାୟ ୬୦ହଜାରରୁ ଊର୍ଦ୍ଧ୍ୱ ସିଟ୍ ଥିଲା। ଫଳରେ ୧୮ହଜାରରୁ ଅଧିକ ଛାତ୍ରୀଛାତ୍ର ପଞ୍ଜୀକରଣ କରିଥିଲେ। ହେଲେ ଚଳିତ ବର୍ଷ ଏଯାଏ ମାତ୍ର ୨,୭୩୦ଟି ବେସରକାରୀ ସ୍କୁଲ ପଞ୍ଜୀକରଣ କରିଛନ୍ତି। ଆଉ ୧,୫୩୪ଟି ବିଦ୍ୟାଳୟ ପଞ୍ଜୀକରଣ କରିନାହାନ୍ତି। ସେଥିପାଇଁ ଉପଲବ୍ଧ ସିଟ୍ ସଂଖ୍ୟା ମଧ୍ୟ ୩୩ ହଜାରକୁ ଖସି ଆସିଛି। ଫଳରେ ବହୁ ଆର୍ଥିକ ଅନଗ୍ରସର ପିଲା ଆର୍ଟିଇ ସୁବିଧା ପାଇବାରୁ ବଞ୍ଚତ୍ତ ହେବେ। ପଞ୍ଜୀକରଣ ସମୟରେ ସମସ୍ତ ଘରୋଇ ବିଦ୍ୟାଳୟ ପୋର୍ଟାଲରେ ସଂରକ୍ଷଣ ବ୍ୟବସ୍ଥା ଦେଖାଉ ନ ଥିବାରୁ ଆବେଦନ କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ଓଡ଼ିଶା ଅଭିଭାବକ ମହାସଂଘ ଅଭିଯୋଗ କରିଛି। ଏଥିସହ ଏହାର ପ୍ରତିବାଦ ମହାସଂଘ ପକ୍ଷରୁ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଭିଯୋଗ ପ୍ରକୋଷ୍ଠ ତଥା ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଅଭିଯୋଗ ପ୍ରକୋଷ୍ଠରେ ଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ ଦାଶ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ମିଶ୍ର କହିଛନ୍ତି, ସମସ୍ତ ଘରୋଇ ବିଦ୍ୟାଳୟ ଆର୍ଟିଇରେ ପଞ୍ଜୀକରଣ କରିବାକୁ ତାଗିଦ କରାଯାଇଛି। ଆସନ୍ତା ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବା ସହ ଆବେଦନ ଅବଧି ବୃଦ୍ଧି କରାଯିବ ବୋଲି ସେମାନେ କହିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବାବେଳେ ସମାଧାନ ନ ହେଲେ ପୁଣି ଧାରଣା ଦିଆଯିବ ବୋଲି ମହାସଂଘର ସଭାପତି ବାସୁଦେବ ଭଟ୍ଟ ଚେତାବନୀ ଦେଇଛନ୍ତି।
The post ଆର୍ଟିଇ ସୁବିଧାରୁ ବଞ୍ଚିତ ହେବେ ୩୫ ହଜାର ପିଲା appeared first on Dharitri Odia News.