ଆର୍ଥିକ ବର୍ଷ ୨୦୨୬ ପାଇଁ କ୍ୟାମ୍ପସ ସିଲେକ୍ସନ ଆରମ୍ଭ କଲା ଟିସିଏସ୍

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୬ ପାଇଁ କ୍ୟାମ୍ପସ ସିଲେକ୍ସନ ଆରମ୍ଭ କଲା ଭାରତର ବଡ଼ ଆଇଟ ସର୍ଭିସ ପ୍ରଦାନକାରୀ କମ୍ପାନୀ ଟିସିଏସ୍। ଏନେଇ କମ୍ପାନୀ ଗୁରୁବାର କ୍ୟାମ୍ପସ ସିଲେକ୍ସନ ପ୍ରକ୍ରିୟା ଆରମ୍ଭ କରିଛି। ଟାଟାର ଟିସିଏସ ଗ୍ରୁପ ଆର୍ଥିକ ବର୍ଷ ୨୦୨୫ର ପ୍ରଥମାର୍ଦ୍ଧରେ ୧୧ ହଜାର କର୍ମଚାରୀ ନିଯୁକ୍ତି ଦେଇଛି। ୨୦୨୫ ଦ୍ୱିତୀୟ ତ୍ରୟ ମାସିକ(ସେପ୍ଟେମ୍ବର ୩୦ ସରିଛି)ରେ ଟିସିଏସ ୫,୭୨୬ କର୍ମଚାରୀ ଯୋଡ଼ିଥିଲା। ପ୍ରଥମ ତ୍ରୟ ମାସିକରେ ୫୪୫୨ ସହଯୋଗୀ ଯୋଡ଼ିଥିଲା କମ୍ପାନୀ। ଫଳରେ ୨୦୨୫ର ପ୍ରଥମାର୍ଦ୍ଧରେ ଟିସିଏସର ମୋଟ ଶ୍ରମବଳ ୬୧୨,୭୨୪ ହୋଇଛି। ଗତ ଆର୍ଥିକ ବର୍ଷରେ ଟିସିଏସରେ ୧୩,୨୪୯ କର୍ମଚାରୀ ହ୍ରାସ ପାଇଥିଲେ। କମ୍ପାନୀର ଶ୍ରମବଳ କମିଥିବାରୁ ଟିସିଏସ ନୂଆ ନିଯୁକ୍ତି ଦେବାକୁ ଚାହୁଁଛି। କମ୍ପାନୀର ଏଚ୍‌ ଆର ମୁଖ୍ୟ ମିଲିନ୍ଦ ଲକ୍କଡ କହିଛନ୍ତି ଯେ ଆମେ ଗୁଣାତ୍ମକ ପ୍ରତିଭାକୁ ନିଯୁକ୍ତି ଦେବା ଉପରେ ଗୁରୁତ୍ୱ ଦେଉଛୁ। ଏହି ବର୍ଷ ଆମେ ଉଚ୍ଚ କ୍ୟାଡର ଟ୍ରେନିଂ ନିଯୁକ୍ତିକୁ ଦ୍ୱିଗୁଣିତ କରିଛୁ। ବଜାର ସ୍ଥିତିକୁ ନେଇ ଆମେ ଲାଟେରାଲ ନିଯୁକ୍ତି ଦେବୁ ବୋଲି ଏଚଆର କହିଛନ୍ତି। ସେପଟେ ଟାଟା କନସଲଟାନ୍ସି ସର୍ଭିସେସ୍ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟ ମାସିକ ପାଇଁ ଫଳାଫଳ ଘୋଷଣା କରିଛି। କମ୍ପାନୀର ଆୟ ଏହି ତ୍ରୟ ମାସିକରେ ୮ ପ୍ରତିଶତ ବୃଦ୍ଧି ହୋଇ ୬୪,୨୫୯ କୋଟି ଏବଂ ଲାଭ ୧୧୯୦୯ କୋଟି ଟଙ୍କା ହୋଇଛି। କମ୍ପାନୀ ଏହାର ଅଂ

ଆର୍ଥିକ ବର୍ଷ ୨୦୨୬ ପାଇଁ କ୍ୟାମ୍ପସ ସିଲେକ୍ସନ ଆରମ୍ଭ କଲା ଟିସିଏସ୍

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୬ ପାଇଁ କ୍ୟାମ୍ପସ ସିଲେକ୍ସନ ଆରମ୍ଭ କଲା ଭାରତର ବଡ଼ ଆଇଟ ସର୍ଭିସ ପ୍ରଦାନକାରୀ କମ୍ପାନୀ ଟିସିଏସ୍। ଏନେଇ କମ୍ପାନୀ ଗୁରୁବାର କ୍ୟାମ୍ପସ ସିଲେକ୍ସନ ପ୍ରକ୍ରିୟା ଆରମ୍ଭ କରିଛି। ଟାଟାର ଟିସିଏସ ଗ୍ରୁପ ଆର୍ଥିକ ବର୍ଷ ୨୦୨୫ର ପ୍ରଥମାର୍ଦ୍ଧରେ ୧୧ ହଜାର କର୍ମଚାରୀ ନିଯୁକ୍ତି ଦେଇଛି। ୨୦୨୫ ଦ୍ୱିତୀୟ ତ୍ରୟ ମାସିକ(ସେପ୍ଟେମ୍ବର ୩୦ ସରିଛି)ରେ ଟିସିଏସ ୫,୭୨୬ କର୍ମଚାରୀ ଯୋଡ଼ିଥିଲା। ପ୍ରଥମ ତ୍ରୟ ମାସିକରେ ୫୪୫୨ ସହଯୋଗୀ ଯୋଡ଼ିଥିଲା କମ୍ପାନୀ। ଫଳରେ ୨୦୨୫ର ପ୍ରଥମାର୍ଦ୍ଧରେ ଟିସିଏସର ମୋଟ ଶ୍ରମବଳ ୬୧୨,୭୨୪ ହୋଇଛି। 

ଗତ ଆର୍ଥିକ ବର୍ଷରେ ଟିସିଏସରେ ୧୩,୨୪୯ କର୍ମଚାରୀ ହ୍ରାସ ପାଇଥିଲେ। କମ୍ପାନୀର ଶ୍ରମବଳ କମିଥିବାରୁ ଟିସିଏସ ନୂଆ ନିଯୁକ୍ତି ଦେବାକୁ ଚାହୁଁଛି। କମ୍ପାନୀର ଏଚ୍‌ ଆର ମୁଖ୍ୟ ମିଲିନ୍ଦ ଲକ୍କଡ କହିଛନ୍ତି ଯେ ଆମେ ଗୁଣାତ୍ମକ ପ୍ରତିଭାକୁ ନିଯୁକ୍ତି ଦେବା ଉପରେ ଗୁରୁତ୍ୱ ଦେଉଛୁ। ଏହି ବର୍ଷ ଆମେ ଉଚ୍ଚ କ୍ୟାଡର ଟ୍ରେନିଂ ନିଯୁକ୍ତିକୁ ଦ୍ୱିଗୁଣିତ କରିଛୁ। ବଜାର ସ୍ଥିତିକୁ ନେଇ ଆମେ ଲାଟେରାଲ ନିଯୁକ୍ତି ଦେବୁ ବୋଲି ଏଚଆର କହିଛନ୍ତି। 

ସେପଟେ ଟାଟା କନସଲଟାନ୍ସି ସର୍ଭିସେସ୍ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟ ମାସିକ ପାଇଁ ଫଳାଫଳ ଘୋଷଣା କରିଛି। କମ୍ପାନୀର ଆୟ ଏହି ତ୍ରୟ ମାସିକରେ ୮ ପ୍ରତିଶତ ବୃଦ୍ଧି ହୋଇ ୬୪,୨୫୯ କୋଟି ଏବଂ ଲାଭ ୧୧୯୦୯ କୋଟି ଟଙ୍କା ହୋଇଛି। କମ୍ପାନୀ ଏହାର ଅଂଶୀଦାରମାନଙ୍କୁ ସେୟାର ପିଛା ୧୦ ଟଙ୍କା ଡିଭିଡେଣ୍ଡ ଘୋଷଣା କରିଛି।