ଆର୍‌ବିଆଇ ଡେପୁଟି ଗଭର୍ଣ୍ଣରଙ୍କ ଦୃଢ଼ୋକ୍ତି, ୨୦୩୧ ସୁଦ୍ଧା ଭାରତ ବିଶ୍ବର ଦ୍ୱିତୀୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ : ବିଶ୍ୱର ଦ୍ୱିତୀୟ ବୃହତ୍ତ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହେବା ପାଇଁ ଭାରତକୁ ୨୦୪୮ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ, ବରଂ ଦେଶ କେବଳ ୨୦୩୧ରେ ଏହି ସଫଳତା ହାସଲ କରିପାରିବ। ଯାହାଫଳରେ ୨୦୩୧ ସୁଦ୍ଧା ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ ଅର୍ଥ ବ୍ୟବସ୍ଥା ଥିବା ରାଷ୍ଟ୍ରରେ ପରିଣତ ହୋଇଯିବ। ଏଥିସହ ୨୦୬୦ ବେଳକୁ ଭାରତ ଦୁନିଆର ସର୍ବବୃହତ୍‌ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହେବାର ସାମର୍ଥ୍ୟ ରଖୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ର […]

ଆର୍‌ବିଆଇ ଡେପୁଟି ଗଭର୍ଣ୍ଣରଙ୍କ ଦୃଢ଼ୋକ୍ତି, ୨୦୩୧ ସୁଦ୍ଧା ଭାରତ ବିଶ୍ବର ଦ୍ୱିତୀୟ ବୃହତ୍‌ ଅର୍ଥନୀତି
India Can Become World's 2nd-Largest Economy By 2031: RBI Deputy Governor
ନୂଆଦିଲ୍ଲୀ : ବିଶ୍ୱର ଦ୍ୱିତୀୟ ବୃହତ୍ତ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହେବା ପାଇଁ ଭାରତକୁ ୨୦୪୮ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ, ବରଂ ଦେଶ କେବଳ ୨୦୩୧ରେ ଏହି ସଫଳତା ହାସଲ କରିପାରିବ। ଯାହାଫଳରେ ୨୦୩୧ ସୁଦ୍ଧା ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ ଅର୍ଥ ବ୍ୟବସ୍ଥା ଥିବା ରାଷ୍ଟ୍ରରେ ପରିଣତ ହୋଇଯିବ। ଏଥିସହ ୨୦୬୦ ବେଳକୁ ଭାରତ ଦୁନିଆର ସର୍ବବୃହତ୍‌ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହେବାର ସାମର୍ଥ୍ୟ ରଖୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ର ଡେପୁଟି ଗଭର୍ଣ୍ଣର ମାଇକେଲ୍ ଦେବବ୍ରତ ପାତ୍ର କହିଛନ୍ତି।
ମସୁରିସ୍ଥିତ ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମି ଅଫ୍ ଆଡ୍‌ମିନିଷ୍ଟ୍ରେସଡ଼ଠାରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପାତ୍ର କହିଛନ୍ତି ଯେ, ୨୦୬୦ ସୁଦ୍ଧା ଭାରତ ବିଶ୍ବର ସର୍ବବୃହତ୍ ଅର୍ଥନୀତିରେ  ପାଲଟିଯାଇଥିବ। ତାଙ୍କ ଆକଳନ ଅନୁଯାୟୀ, ଆସନ୍ତା ଦଶନ୍ଧିରେ ଭାରତ ଆଗକୁ ବଢ଼ିବ। ବାର୍ଷିକ ୯.୬ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ସହିତ ଭାରତ ଏକ ବିକଶିତ ରାଷ୍ଟ୍ର ହୋଇପାରିବ।  ଆସନ୍ତା ୧୦ ବର୍ଷ ମଧ୍ୟରେ ଯଦି ଭାରତ ପ୍ରତିବର୍ଷ ୯.୬ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରେ ତେବେ ନିମ୍ନ ମଧ୍ୟବିତ୍ତମାନେ ଅଧିକ ଆୟ କରି ଏକ ବିକଶିତ ଦେଶ ନିର୍ମାଣ କରିପାରିବେ। ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବାକୁ ହେଲେ ଭାରତରେ ଲୋକଙ୍କ ମୁଣ୍ଡପିଛା ଆୟ ୩୪ ହଜାର ଡଲାର (ପ୍ରାୟ ୨୮ ଲକ୍ଷ ଟଙ୍କା)ରେ ସୀମିତ ରହିବା ଆବଶ୍ୟକ।
ଶ୍ରୀ ପାତ୍ରଙ୍କ ଆକଳନ ଅନୁଯାୟୀ, ଅବଶ୍ୟ ଶ୍ରମ ଉତ୍ପାଦକତା, ଭିତ୍ତିଭୂମି, ଜିଡିପିକୁ ବିନିର୍ମାଣ କ୍ଷେତ୍ରର ଯୋଗଦାନ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ଭାରତକୁ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ିପାରେ। ଭାରତ ଏହାର ମହତ୍ୱାକାଂକ୍ଷୀ ଲକ୍ଷ୍ୟଗୁଡ଼ିକୁ ହାସଲ କରି ୨୦୩୧ ସୁଦ୍ଧା ବିଶ୍ୱର ଦ୍ୱିତୀୟ ବୃହତ୍ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ। ଏଥିପାଇଁ ୨୦୪୮ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ି ନ ପାରେ। ସେହିଭଳି ଯଦି ଭାରତ ପରବର୍ତ୍ତୀ ୯ ବର୍ଷ ଧରି ବାର୍ଷିକ ୯.୬% ହାରରେ ବଢ଼ିବ ତେବେ ନିମ୍ନ ମଧ୍ୟମ ଆୟ ରାଷ୍ଟ୍ରରୁ ବିକଶିତ ରାଷ୍ଟ୍ର ପାଲଟିବ।  ଭାରତକୁ ଦୁଇଟି ମାଇଲଖୁଣ୍ଟ ପାର୍ କରିବାକୁ ପଡ଼ିବ। ପ୍ରଥମେ ଏହାକୁ ମଧ୍ୟମ ଆୟ ରାଷ୍ଟ୍ରର ମାନ୍ୟତା ହାସଲ କରିବାକୁ ପଡ଼ିବ ଏବଂ ଏହାପରେ ବିକଶିତ ରାଷ୍ଟ୍ର ମାନ୍ୟତା ହାେତଇବାକୁ ହେବ। ବିକଶିତ ରାଷ୍ଟ୍ର ଲକ୍ଷ୍ୟ କ୍ଷେତ୍ରରେ ଆଉ ଏକ ବଡ଼ ମାପକ ହେଉଛି କ୍ରୟ କ୍ଷମତା ସମାନତା ବା ପିପିପି। ପିପିପି କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି। ୨୦୨୭ ସୁଦ୍ଧା ୫ ଟ୍ରିଲିୟନ ଡଲାରର ମାଇଲଖୁଣ୍ଟ ପିପିପି ହିସାବରେ ୧୬ ଟ୍ରିଲିୟନ ଡଲାରକୁ ସୂଚାଇବ ବୋଲି ସେ କହିଛନ୍ତି । ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଭାରତ ୩.୬ ଟ୍ରିଲିୟନ ଡଲାରର ଅର୍ଥନୀତି ପାଲଟିଛି । ୨,୦୭,୦୩୦ ଟଙ୍କା ବା ୨,୫୦୦ ଡଲାର ମୁଣ୍ଡ ପିଛା ଆୟ ସହିତ ଏହା ନିମ୍ନ ମଧ୍ୟମ ଆୟ ରାଷ୍ଟ୍ର ବର୍ଗରେ ରହିଛି।