ଆଲୋ ଭେରା ଜେଲ୍ ସହିତ ମିଶାଇ ଲଗାନ୍ତୁ ନାହିଁ ଏହି ଜିନିଷ, ସ୍କିନ୍ ପାଇଁ ହୋଇପାରେ ବଡ଼ ସମସ୍ୟା
ଆଲୋ ଭେରା ସ୍କିନ୍ ଏବଂ କେଶ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ । ଅଧିକାଂଶ ଲୋକ ଏହାକୁ ସେମାନଙ୍କର ସ୍କିନ୍ର ଯତ୍ନ ନେବା ପାଇଁ ବ୍ୟବହାର କରନ୍ତି ଏବଂ କିଛି ଲୋକ କେଶ ଭଲ ରହିବା ପାଇଁ ବ୍ୟବହାର କରନ୍ତି । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ ମିଳିଥାଏ ଯାହା ଅନେକ ସ୍କିନ୍ ସମସ୍ୟାକୁ ଦୂର କରିଥାଏ । ଏହା ସହିତ ସ୍କିନ୍କୁ ଡ୍ରାଏ ରଖିନଥାଏ ଏବଂ ଚେହେରା ସୁନ୍ଦର ମଧ୍ୟ ରହିଥାଏ […] The post ଆଲୋ ଭେରା ଜେଲ୍ ସହିତ ମିଶାଇ ଲଗାନ୍ତୁ ନାହିଁ ଏହି ଜିନିଷ, ସ୍କିନ୍ ପାଇଁ ହୋଇପାରେ ବଡ଼ ସମସ୍ୟା appeared first on KNews Odisha.

ଆଲୋ ଭେରା ସ୍କିନ୍ ଏବଂ କେଶ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ । ଅଧିକାଂଶ ଲୋକ ଏହାକୁ ସେମାନଙ୍କର ସ୍କିନ୍ର ଯତ୍ନ ନେବା ପାଇଁ ବ୍ୟବହାର କରନ୍ତି ଏବଂ କିଛି ଲୋକ କେଶ ଭଲ ରହିବା ପାଇଁ ବ୍ୟବହାର କରନ୍ତି । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ ମିଳିଥାଏ ଯାହା ଅନେକ ସ୍କିନ୍ ସମସ୍ୟାକୁ ଦୂର କରିଥାଏ । ଏହା ସହିତ ସ୍କିନ୍କୁ ଡ୍ରାଏ ରଖିନଥାଏ ଏବଂ ଚେହେରା ସୁନ୍ଦର ମଧ୍ୟ ରହିଥାଏ । ଆଲୋ ଭେରାରେ ଭିଟାମିନ୍ A ଏବଂ E ମଧ୍ୟ ଉପସ୍ଥିତ ଯାହା ଆପଣଙ୍କ ତ୍ୱଚାକୁ ହେଲଦି ରଖିବାରେ ସାହାଯ୍ୟ କରିଥାଏ । କିଛି ଲୋକ ଡାଇରେକ୍ଟ ସେମାନଙ୍କ ମୁହଁରେ ଆଲୋ ଭେରା ଲଗାଉଥିବା ବେଳେ କିଛି ଲୋକ ଏହାକୁ କିଛି ଜିନିଷ ସହିତ ମିଶାଇ ମୁହଁରେ ଲଗାନ୍ତି । ତେବେ ସ୍କିନ୍ର ଯତ୍ନ ସମୟରେ କିଛି ଜିନିଷର ବିଶେଷ ଜାଣିବା ବହୁତ ଜରୁରୀ ହୋଇଥାଏ, ନଚେତ୍ ଆପଣଙ୍କ ଚେହେରାରେ ଅନେକ ସମସ୍ୟା ଦେଖା ଦେଇପାରେ । ଯଦିଓ ଆଲୋ ଭେରା ସ୍କିନ୍ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ, କିନ୍ତୁ ଏହାକୁ କିଛି ଜିନିଷ ସହିତ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ । ତାହେଲେ ଆସନ୍ତୁ ଏହି ବିଷୟରେ ବିଶେଷ ଭାବେ ଜାଣିବା ।
ଲେମ୍ବୁ ରସ :
ଭୁଲରେ ମଧ୍ୟ ଆଲୋ ଭେରା ଜେଲ ସହିତ ଲେମ୍ବୁ ରସ ମିଶାଇ ଲଗାନ୍ତୁ ନାହିଁ । ଲେମ୍ବୁ ରସରେ ଏସିଡିକ୍ ଗୁଣ ଅଛି ଯାହା ଆପଣଙ୍କ ତ୍ୱଚାକୁ କ୍ଷତି ପହଞ୍ଚାଇପାରେ । ଏହା ବ୍ୟତୀତ ଯଦି ଆପଣଙ୍କର ତ୍ୱଚାରେ ଯେକୌଣସି ପ୍ରକାରର ଜିନିଷ ଲଗାଇବା ଦ୍ୱାରା ଅସୁବିଧା ହେଉଛି, ତେବେ କିଛି ବି ଜିନିଷ ଲାଗାଇବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଦି ଏପରି ଲୋକ ନିଜ ମୁହଁରେ ଲେମ୍ବୁ ରସ ବ୍ୟବହାର କରନ୍ତି, ତେବେ ସେମାନଙ୍କ ମୁହଁରେ ଘାଆ ହେବା ସହ ଲାଲ କଲର ହୋଇଯିବା ଏବଂ ରିଙ୍କଲ୍ସ ଭଳି ଅନେକ ସମସ୍ୟା ହୋଇପାରେ । ଏହା ପରିବର୍ତ୍ତେ, ସ୍କିନ୍ ସମସ୍ୟାର ମୁକାବିଲା ପାଇଁ, ଆଲୋ ଭେରା ଜେଲକୁ ଡାଇରେକ୍ଟ ଲଗାଇ ପାରିବେ ଏବଂ ୧୫ ମିନିଟ୍ ପରେ ମୁହଁ ଧୋଇ ଦେବେ । ଏହା ସ୍କିନ୍ ସମ୍ବନ୍ଧୀୟ ଅନେକ ସମସ୍ୟାର ଦୂର କରିବାରେ ସାହାଯ୍ୟ କରିଥାଏ ।
ଟୁଥପେଷ୍ଟ :
ସୋସିଆଲ ମିଡିଆରେ ଅନେକ ପ୍ରକାରର ସ୍କିନ୍ର ଯତ୍ନ ନେବା ପାଇଁ ଜିନିଷ ଭାଇରାଲ ହୋଇଛି ଯେଉଁଥିରେ ଟୁଥପେଷ୍ଟ ସାହାଯ୍ୟରେ ସ୍କିନ୍ ଚମକିବା ଭଳି ଜିନିଷ ମଧ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ଏହା ସମ୍ପୂର୍ଣ୍ଣ ନକଲି ହୋଇଥାଏ । ଏହିପରି ପ୍ରତିକାର ଉପରେ କଦାପି ବିଶ୍ୱାସ କରନ୍ତୁ ନାହିଁ, କାରଣ ଏହା ଆପଣଙ୍କ ତ୍ୱଚାକୁ କ୍ଷତି ପହଞ୍ଚାଇ ପାରେ ।
ବେକିଂ ସୋଡା :
ବେକିଂ ସୋଡା ପ୍ରାୟତଃ ପୋଷାକରୁ ହଳଦିଆ ଦାଗ କିମ୍ବା ଦାନ୍ତରୁ ହଳଦିଆ ରଙ୍ଗର ଦାଗ ହଟାଇବା ପାଇଁ ବ୍ୟବହୃତ ହୁଏ, କିନ୍ତୁ ଆପଣ କେବେ ଶୁଣିଥିବେ ଯେ କେହି କେହି ଆଲୋ ଭେରା ଜେଲ୍ ସହିତ ବେକିଂ ସୋଡା ଲଗାଇଥାନ୍ତି । ତେବେ ଭୁଲରେ ମଧ୍ୟ ଆପଣଙ୍କ ମୁହଁରେ ବେକିଂ ସୋଡା ଲଗାଇବାରେ ଭୁଲ କରନ୍ତୁ ନାହିଁ । ଏହା ଚେହେରାର pH ସ୍ତରକୁ ଅସନ୍ତୁଳିତ କରିପାରେ, ଯାହା ଆପଣଙ୍କ ଚେହେରାକୁ କ୍ଷତି ପହଞ୍ଚାଇପାରେ । ସେଥିପାଇଁ ଆପଣ କଦାପି ଏହି ସବୁ ଜିନିଷକୁ ଆଲୋ ଭେରା ଜେଲ୍ ସହିତ ମିଶାଇ ନିଜ ମୁହଁରେ ଲଗାନ୍ତୁ ନାହିଁ ।
The post ଆଲୋ ଭେରା ଜେଲ୍ ସହିତ ମିଶାଇ ଲଗାନ୍ତୁ ନାହିଁ ଏହି ଜିନିଷ, ସ୍କିନ୍ ପାଇଁ ହୋଇପାରେ ବଡ଼ ସମସ୍ୟା appeared first on KNews Odisha.