ଆଳୁ ଦର ଆକାଶ ଛୁଆଁ, ଛତ୍ରବଜାର ଅର୍ବାନ ହାଟରେ ଯୋଗାଣ ବିଭାଗର ଚଢାଉ

କଟକ ୦୭।୦୮ :  ବର୍ତ୍ତମାନ ବଜାରରେ ଆଳୁର ଦର ଆକାଶ ଛୁଆଁ ରହିଛି । କଟକ ଛତ୍ରବଜାର ଅର୍ବାନ ହାଟରେ କିଲୋ ପିଛା ୬୦ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଧଡା ପିଛା ୧୭୦ରୁ ୧୮୦ ମଧ୍ୟରେ ବିକ୍ରି କରାଯାଉଛି । ଯାହାଫଳରେ ଆଜି ଉଭୟ ଛାତ୍ର ବଜାର ଓ ଅର୍ବାନ ହାଟରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ରେଡ୍‌ କରାଯାଇଛି । ଗୋଦାମ୍‌ରେ କେତେ ଷ୍ଟକ ରହିଛି ଓ କେତେ ଟଙ୍କାରେ ବିକ୍ରି ହେଉଛି । ତାହାର ଯାଞ୍ଚ କରାଯାଉଛି । ଏହି ଚଢାଉରେ ଖୁଚୁରା ବ୍ୟବସାୟୀଙ୍କ ଦୋକାନରୁ ଯାଇ ମଧ୍ୟ ଯାଞ୍ଚ କରିଛି ଟିମ୍‌ ।