ଆଳୁ-ପିଆଜ ପରେ ଅଦା-ରସୁଣ ଦର ବଢାଇଲା ଚିନ୍ତା
ଭୁବନେଶ୍ବର: ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ବଢି ଚାଲିଛି। ଆଳୁ, ପିଆଜ, ଅଦା ଓ ରସୁଣ ଦର ଆକାଶଛୁଆଁ। ନିୟନ୍ତ୍ରଣକୁ... The post ଆଳୁ-ପିଆଜ ପରେ ଅଦା-ରସୁଣ ଦର ବଢାଇଲା ଚିନ୍ତା appeared first on .
ଭୁବନେଶ୍ବର: ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ବଢି ଚାଲିଛି। ଆଳୁ, ପିଆଜ, ଅଦା ଓ ରସୁଣ ଦର ଆକାଶଛୁଆଁ। ନିୟନ୍ତ୍ରଣକୁ ଆସୁନି ଖାଦ୍ୟ ସାମଗ୍ରୀର ଦର। ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ଓଡିଶା ବ୍ୟବସାୟୀ ମହାସଂଘ। ମୁକ୍ତ ବାଣିଜ୍ୟ ଅର୍ଥନୀତିରେ ଦରବୃଦ୍ଧି ୫ ପ୍ରତିଶତ ଯାଏଁ ସ୍ୱାଭାବିକ କଥା। ହେଲେ ବଜାରରେ ଅସ୍ୱାଭାବିକ ଭାବେ ବଢୁଛି ଏହି ସବୁ ଦର। ଯାହା କେଜିପ୍ରତି ୪୦ ରୁ ୪୫ ରହିବା କଥା ତାହା ୩ଶହରୁ ୪ଶହ ଟଙ୍କାରେ ବିକ୍ରି ହେଉଛି। ଅବାସ୍ତବ ଦରବୃଦ୍ଧି ନିୟନ୍ତ୍ରଣ କରିବା ସରକାରଙ୍କ ଦାୟିତ୍ୱ। ହେଲେ ଖୁଚୁରା ବଜାରରେ କର୍ପୋରେଟ ବ୍ଯବସାୟୀଙ୍କ ପ୍ରବେଶ ପରେ ଏହି ଦର ବୃଦ୍ଧି ଘଟୁଛି। ତେଣୁ ଦରବୃଦ୍ଧି ନେଇ ତୁରନ୍ତ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ଓଡିଶା ବ୍ୟବସାୟୀ ସଂଘ। ଏ ନେଇ କେନ୍ଦ୍ର ସହ କଥା ହେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ସଂଘ। ହେଲେ ଏ ଯାଏଁ କିଛି ବି ପରିବର୍ତ୍ତନ ଘଟିନାହିଁ। ବଜାରରେ ଦରବୃଦ୍ଧି ସ୍ଥିତି ନିୟନ୍ତ୍ରଣ କରିବା ନାଫେଡର ଦାୟିତ୍ଵ। କିନ୍ତୁ ନାଫେଡ୍ ମଧ୍ୟ ବଜାର ଦରରେ ସାମଗ୍ରୀ ବିକ୍ରି କରୁଥିବା କହିଛି ସଂଘ। ୨ ଲକ୍ଷ ଟନ ପିଆଜ ନାଫେଡ ପାଖରେ ଅଛି। ଅମଳ ସମୟରେ ୧୮ ରୁ ୨୦ ଟଙ୍କାରେ କିଣିଥିବା ପିଆଜକୁ ନାଫେଡ଼ କାହିଁକି ୪୫ ଟଙ୍କାରେ ବିକୁଛି ବୋଲି ପ୍ରଶ୍ନ କରିଛି ବ୍ୟବସାୟୀ ସଂଘ।
ସେପଟେ ଦରଦାମ ଵୃଦ୍ଧିକୁ ସହି ନପାରି ଜନତା କଣ ଆତ୍ମହତ୍ୟା କରନ୍ତୁ ବୋଲି ସରକାର ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛି ନାଗରିକ ସୁରକ୍ଷା ମଞ୍ଚ। କର୍ପୋରେଟ ହାଉସକୁ ଖୁସି କରିବାକୁ ସରକାର ଚାହୁଁଛନ୍ତି। ସରକାରଙ୍କ ଆଳୁ ଟ୍ରେନ କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ମଞ୍ଚ। ଦରବୃଦ୍ଧିକୁ ନେଇ ସରକାର ଆଉ କେତେ ମିଛ କହିବେ। ନିର୍ବାଚନ ସମୟରେ ଯାହା ପ୍ରତିଶୃତି ଦିଆଯାଇଥିଲା ଗୋଟିଏ ବି ପୂରଣ ହୋଇପାରିନି। ଏହାକୁ ନେଇ ସାଧାରଣ ଜନତା କଡ଼ା ଜବାବ ଦେବେ ବୋଲି ଚେତାବନୀ ଦେଇଛି ନାଗରିକ ସୁରକ୍ଷା ମଞ୍ଚ ।
ଦରଦାମ ବୃଦ୍ଧିର ସମାଧାନ ଲାଗି ବ୍ୟବସାୟୀ ସଂଘ ସରକାରଙ୍କ ସହ ଆଲୋଚନା କରିବାକୁ ସମୟ ମାଗୁଥିଲେ ବି ମିଳୁନି। ବ୍ୟବସାୟୀ ସଂଘର ପ୍ରସ୍ତାବ ମଧ୍ୟ ସରକାର ଗ୍ରହଣ କରୁନାହାନ୍ତି। କର୍ପୋରେଟ ହାଉସ ଲାଗି ସରକାରଙ୍କ ଦ୍ୱାର ଖୋଲା ହେଲେ ସାଧାରଣ ଜନତାଙ୍କୁ ପଚାରେ କିଏ ?
The post ଆଳୁ-ପିଆଜ ପରେ ଅଦା-ରସୁଣ ଦର ବଢାଇଲା ଚିନ୍ତା appeared first on .