ଆଳୁ ସଂକଟକୁ ନେଇ ତେଜିଲା ରାଜନୀତି: ଦାୟୀ କିଏ, ଉଠିଲା ପ୍ରଶ୍ନ । ୨୪ବର୍ଷର ବିଜେଡି ସରକାର ନା ୨ମାସର ବିଜେପି ସରକାର
କନକ ବ୍ୟୁରୋ: କେବେ ସ୍ୱାଭାବିକ ହେବ ଆଳୁ ଦର। ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ ରହିଥିବାବେଳେ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ସାଧାରଣ ଖାଉଟି। ସେପଟେ, ୨୪ବର୍ଷର ବିଜେଡି ସରକାରକୁ ଦାୟୀ କରି ପ୍ରଶ୍ନ ଉଠାଇଛି ୨ମାସର ବିଜେପି ସରକାର। ପୂର୍ବ ସରକାରଙ୍କ ପାଇଁ ରାଜ୍ୟରେ ଏଭଳି ଆଳୁ ସଙ୍କଟ ଦେଖା ଦେଇଥିବା କହି ବର୍ଷିଛି ଶାସକ ଦଳ। ଖାଦ୍ୟ ଥାଳିରୁ ଧିରେ ଧିରେ ଆଳୁ ଗାଏବ ହେବାରେ ଲାଗିଛି। କିନ୍ତୁ ଦେଖା ଦେଇଥିବା […] The post ଆଳୁ ସଂକଟକୁ ନେଇ ତେଜିଲା ରାଜନୀତି: ଦାୟୀ କିଏ, ଉଠିଲା ପ୍ରଶ୍ନ । ୨୪ବର୍ଷର ବିଜେଡି ସରକାର ନା ୨ମାସର ବିଜେପି ସରକାର first appeared on Kanak News.

କନକ ବ୍ୟୁରୋ: କେବେ ସ୍ୱାଭାବିକ ହେବ ଆଳୁ ଦର। ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ ରହିଥିବାବେଳେ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ସାଧାରଣ ଖାଉଟି। ସେପଟେ, ୨୪ବର୍ଷର ବିଜେଡି ସରକାରକୁ ଦାୟୀ କରି ପ୍ରଶ୍ନ ଉଠାଇଛି ୨ମାସର ବିଜେପି ସରକାର। ପୂର୍ବ ସରକାରଙ୍କ ପାଇଁ ରାଜ୍ୟରେ ଏଭଳି ଆଳୁ ସଙ୍କଟ ଦେଖା ଦେଇଥିବା କହି ବର୍ଷିଛି ଶାସକ ଦଳ।
ଖାଦ୍ୟ ଥାଳିରୁ ଧିରେ ଧିରେ ଆଳୁ ଗାଏବ ହେବାରେ ଲାଗିଛି। କିନ୍ତୁ ଦେଖା ଦେଇଥିବା ଏହି ଆଳୁ ସଂକଟ ପାଇଁ ଦାୟୀ କିଏ, ୨୪ ବର୍ଷର ବିଜେଡି ସରକାର ନା ୨ମାସର ବିଜେପି ସରକାର। ଏହାକୁ ନେଇ ତେଜିଛି ରାଜନୀତି।
ବିଜେପି ଏଥିପାଇଁ ପୂର୍ବ ସରକାରର ବିଫଳ ନୀତିକୁ ଦାୟୀ କରିବା ସହ ଆଳୁ ମିଶନକୁ ନେଇ ଉଠାଇଛି ପ୍ରଶ୍ନ। ତେବେ ଆଳୁ ମିଶନରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ଓ ଏବେକାର ସ୍ଥିତି ଉପରେ ନଜର ପକାନ୍ତୁ…
– ୨୦୧୪ରେ ଡିସେମ୍ବର ୨୭ରେ ଆରମ୍ଭ ହୋଇଥିଲା ଆଳୁ ମିଶନ
– ୨୦୧୫-୧୬ରେ ୫୦ କୋଟି, ୨୦୧୬-୧୭ରେ ୬୦ କୋଟି, ୨୦୧୭-୧୮ରେ ୨୦ କୋଟି ଖର୍ଚ୍ଚ
– ୫ ବର୍ଷରେ ୧୧୨ ଶୀତଳଭଣ୍ଡାର ନିର୍ମାଣ ପାଇଁ ଥିଲା ଯୋଜନା
– ମାତ୍ର ୨୪ଟି ଶୀତଳଭଣ୍ଡାର କରିପାରିଥିଲେ ତତ୍କାଳୀନ ସରକାର
– ଏବେ ଅଧିକାଂଶ ଶୀତଳଭଣ୍ଡାର ବନ୍ଦ ପଡି ରହିଛି
– ଆଳୁ ଚାଷ ପାଇଁ ଅଧିକାରୀ ମାନେ ବିଦେଶ ବୁଲି ଆସିଲେ, କିନ୍ତୁ ବଢିଲାନି ଆଳୁ ଉତ୍ପାଦନ
– ୧୦ ବର୍ଷରେ ଆଳୁ ମିଶନକୁ ପାରାଲିସିସ, ନା ଅଛି କାର୍ଯ୍ୟାଳୟ ନା ଅଛନ୍ତି ସଚିବ
ଯାହା ରାଜ୍ୟରେ ଆଳୁ ମିଶନକୁ କେବଳ ଫେଲ କରିନି ବରଂ ଆଳୁ ସଙ୍କଟ ପାଇଁ ସୁଯୋଗ ସୃଷ୍ଟି କରିଛି। ଓଡ଼ିଶା ପାଇଁ ବର୍ଷକୁ ଦରକାର ୧୪ ଲକ୍ଷ ଟନ ଆଳୁ। କିନ୍ତୁ ଏହି ଆବଶ୍ୟକତା ଠାରୁ ବହୁତ ଦୂରରେ ରହିଛି ଓଡ଼ିଶା। ପଶ୍ଚିମବଙ୍ଗ ବାର୍ଷିକ ୧୧୫ ଲକ୍ଷ ଟନ୍ ଆଳୁ ଉତ୍ପାଦନ କରୁଥିବା ବେଳେ ଓଡ଼ିଶାରେ ମାତ୍ର ୧ ଲକ୍ଷ ଟନ୍ ଆଳୁ ଉତ୍ପାଦନ ହେଉଛି। ପୂର୍ବ ସରକାରର ଉଦାସୀନତା ପାଇଁ ଆଳୁ ଚାଷ କରିବାକୁ ଅମଙ୍ଗ ହେଉଥିଲେ ଚାଷୀ। କିନ୍ତୁ ଏବେ ପୁଣିଥରେ ଆଳୁ ମିଶନକୁ ଜୀବନ୍ୟାସ ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ମୋହନ ସରକାର। ଏଥିପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆରମ୍ଭ ହୋଇଛି ଆଲୋଚନା।
ଆଳୁ ମିଶନ ପାଇଁ ଆଗାମୀ ୫ ବର୍ଷର ରୂପରେଖ ପ୍ରସ୍ତୁତ କରୁଛନ୍ତି ମୋହନ ସରକାର। ଆଳୁ ଉତ୍ପାଦନରେ ଓଡ଼ିଶା କିଭଳି ଆତ୍ମନିର୍ଭରଶୀଳ ହୋଇପାରିବ ସେନେଇ ଚାଲିଛି ବିଚାର ବିମର୍ଷ। ତେଣୁ ପୂର୍ବ ସରକାର ଭଳି ଆଳୁ ମିଶନ କେବଳ ଫାଇଲ ଭିତରେ ସୀମିତ ନରହି କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବା ବାକି ରହିଲା।
The post ଆଳୁ ସଂକଟକୁ ନେଇ ତେଜିଲା ରାଜନୀତି: ଦାୟୀ କିଏ, ଉଠିଲା ପ୍ରଶ୍ନ । ୨୪ବର୍ଷର ବିଜେଡି ସରକାର ନା ୨ମାସର ବିଜେପି ସରକାର first appeared on Kanak News.