ଆଶାକର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ:ଜିଲାପାଳଙ୍କ ଅଫିସ ଆଗରେ ଦମ୍ପତିଙ୍କ ଧାରଣା

ବରଗଡ଼,୩୦।୧(ପ୍ରେମାନନ୍ଦ ଖମାରୀ):ଆଶାକର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗରେ ବୁଧବାର ଦମ୍ପତି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନେ ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମର କୁଞ୍ଜଲତା ଦୀପ ଏବଂ ସ୍ବାମୀ ଗୌରଚନ୍ଦ୍ର ବେହେରା। ଉକ୍ତ ଗ୍ରାମର ୱାର୍ଡ଼ ନଂ ୧ ଏବଂ ୱାର୍ଡ ନଂ.୨ରେ ଆଶାକର୍ମୀ ନିଯୁକ୍ତି ପାଇଁ ପ୍ରଥମେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ଏବଂ ଶିକ୍ଷାଗତ ଯୋଗ୍ୟତା ସପ୍ତମ ବୋଲି ଉଲ୍ଲେଖ ରହିଥିଲା। ସେଥିରେ ଗ୍ରାମର ୪ଜଣ ଆଶାୟୀ ଆବେଦନ କରିଥିଲେ। […] The post ଆଶାକର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ:ଜିଲାପାଳଙ୍କ ଅଫିସ ଆଗରେ ଦମ୍ପତିଙ୍କ ଧାରଣା appeared first on Dharitri Odia News.

ଆଶାକର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ:ଜିଲାପାଳଙ୍କ ଅଫିସ ଆଗରେ ଦମ୍ପତିଙ୍କ ଧାରଣା

ବରଗଡ଼,୩୦।୧(ପ୍ରେମାନନ୍ଦ ଖମାରୀ):ଆଶାକର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗରେ ବୁଧବାର ଦମ୍ପତି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନେ ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମର କୁଞ୍ଜଲତା ଦୀପ ଏବଂ ସ୍ବାମୀ ଗୌରଚନ୍ଦ୍ର ବେହେରା।
ଉକ୍ତ ଗ୍ରାମର ୱାର୍ଡ଼ ନଂ ୧ ଏବଂ ୱାର୍ଡ ନଂ.୨ରେ ଆଶାକର୍ମୀ ନିଯୁକ୍ତି ପାଇଁ ପ୍ରଥମେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ଏବଂ ଶିକ୍ଷାଗତ ଯୋଗ୍ୟତା ସପ୍ତମ ବୋଲି ଉଲ୍ଲେଖ ରହିଥିଲା। ସେଥିରେ ଗ୍ରାମର ୪ଜଣ ଆଶାୟୀ ଆବେଦନ କରିଥିଲେ। ମାତ୍ର ଏବେ ୱାର୍ଡ ନଂ.୧ ଏବଂ ୱାର୍ଡ ନଂ.୨ ବଦଳରେ ୱାର୍ଡ ନଂ.୩ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଶିକ୍ଷାଗତ ଯୋଗ୍ୟତା ଦଶମ ଉଲ୍ଲେଖ ରହିଛି। ୱାର୍ଡ ନଂ.୩ରେ ଜଣେ ଆଶାକର୍ମୀ ଥିବା ସତ୍ତ୍ୱେ ପୁଣି କେଉଁ ଉଦ୍ଦେଶ୍ୟରେ ଆଉଜଣେ ଆଶାକର୍ମୀ ସେଠାରେ ନିୟୋଜନ କରାଯିବ ବୋଲି ଧାରଣାରେ ବସିଥିବା ଦମ୍ପତି ପ୍ରଶ୍ନ କରିଛନ୍ତି। ଏହା ସହିତ ପୂର୍ବ ବିଜ୍ଞପ୍ତି ଅନୁଯାୟୀ, ୱାର୍ଡ ନଂ.୧, ୨ରେ ଆବେଦନ କରିଥିବା ଆବେଦନକାରୀଙ୍କୁ ନେଇ ଚୟନ ପ୍ରକ୍ରିୟା କରିବାକୁ ସେମାନେ ଦାବି କରିଛନ୍ତି।

 

The post ଆଶାକର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ:ଜିଲାପାଳଙ୍କ ଅଫିସ ଆଗରେ ଦମ୍ପତିଙ୍କ ଧାରଣା appeared first on Dharitri Odia News.