ଆଶିଷ ବିଜେଡିର ଜିଲା ସଭାପତି
କେନ୍ଦୁଝର,୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): କେନ୍ଦୁଝର ଜିଲାର ଯୁବନେତା ଆଶିଷ ଚକ୍ରବର୍ତ୍ତୀଙ୍କୁ ବିଜୁ ଜନତା ଦଳର ସଭାପତିଭାବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି। ଛାତ୍ର ରାଜନୀତିରୁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଆଶିଷ ଚକ୍ରବର୍ତ୍ତୀ ଜିଲା ଛାତ୍ର ଜନତା ଦଳ ସଭାପତିଭାବେ ସଂଗଠନ ଆରମ୍ଭ କରିଥିଲେ। ପରେ ଯୁବ ଜନତା ଦଳ ସଭାପତି ସହ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ସହ ଜିଲା ସଭାପତି ଭାବରେ ଦାୟିତ୍ୱ […] The post ଆଶିଷ ବିଜେଡିର ଜିଲା ସଭାପତି appeared first on Dharitri Odia News.
କେନ୍ଦୁଝର,୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): କେନ୍ଦୁଝର ଜିଲାର ଯୁବନେତା ଆଶିଷ ଚକ୍ରବର୍ତ୍ତୀଙ୍କୁ ବିଜୁ ଜନତା ଦଳର ସଭାପତିଭାବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି। ଛାତ୍ର ରାଜନୀତିରୁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଆଶିଷ ଚକ୍ରବର୍ତ୍ତୀ ଜିଲା ଛାତ୍ର ଜନତା ଦଳ ସଭାପତିଭାବେ ସଂଗଠନ ଆରମ୍ଭ କରିଥିଲେ। ପରେ ଯୁବ ଜନତା ଦଳ ସଭାପତି ସହ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ସହ ଜିଲା ସଭାପତି ଭାବରେ ଦାୟିତ୍ୱ ସମ୍ପାଦନ କରିଛନ୍ତି। ୨୦୧୭ରେ ତାଙ୍କ ସଭାପତିତ୍ୱ ସମୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇ ବିଜୁ ଜନତା ଦଳ ବିପୁଳ ଜନ ସମର୍ଥନ ହାସଲ କରିଥିଲା। ସେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ମଧ୍ୟ ରହିଥିଲେ। ଦୀର୍ଘ ସମୟ ଧରି ଜିଲା ଓକିଲ ସଙ୍ଘର ସଭାପତି ଦାୟିତ୍ୱ ନିର୍ବାହ କରିବା ସହିତ ଏବେ ଜିଲା ପରିଷଦ ସଦସ୍ୟ ରହିଛନ୍ତି। ଜଣେ ଓଜସ୍ବିନୀ ବକ୍ତା ଓ ସଂଗଠକ ଭାବେ ତାଙ୍କର ସୁନାମ ରହିଥିବା ବେଳେ ତାଙ୍କୁ ପୁନର୍ବାର ଏହି ଦାୟିତ୍ୱ ମିଳିଥିବାରୁ ଜିଲାର ବିଜୁ ଜନତା ଦଳ କର୍ମୀମାନେ ଆନନ୍ଦ ପ୍ରକାଶ କରିଛନ୍ତି। ଏବେ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀର ବିଧାୟକ ମୋହନ ଚରଣ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହାକୁ ନେଇ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଉତ୍ସାହିତ ଥିବା ବେଳେ ଏହି ନୂତନ ଦାୟିତ୍ୱ ଆଶିଷଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହେବ। ତେବେ ଦଳକୁ ତୃଣମୂଳ ସ୍ତରରେ ସଂଗଠିତ କରିବା ସହିତ କର୍ମୀ ଓ ନେତାଙ୍କ ମଧ୍ୟରେ ସମନ୍ବୟ ରଖାଯିବାକୁ ସେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି।
The post ଆଶିଷ ବିଜେଡିର ଜିଲା ସଭାପତି appeared first on Dharitri Odia News.