ଆସନ ଏକ, ଆଶାୟୀ ଅନେକ । ମାଲକାନଗିରିରେ ଟିକେଟ ପାଇଁ ଗୋଡ଼ଟଣା ନୀତିକୁ ନେଇ ଚର୍ଚ୍ଚା !

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, ଟିକେଟ ଆଶାୟୀଙ୍କ ମଧ୍ୟରେ ଉକ୍ରଣ୍ଠା ସେତିକି ବଢିବାରେ ଲାଗିଛି । ତେବେ ବିଜେଡି ଟିକେଟ ପାଇଁ ପ୍ରତିି ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ଲମ୍ବା ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଗୋଡ଼ଟଣା ରାଜନୀତି ଚର୍ଚ୍ଚା ଜୋର ଧରିଛି । କିଏ କାହାକୁ ପଛରେ ପକାଇ ଆଗକୁ ଯିବାକୁ ଉଦ୍ୟମ କରୁଛି, ତ’ ଆଉ କିଏ ବିଭିନ୍ନ ଉପାୟରେ ଶକ୍ତି ପ୍ରଦର୍ଶନ କରି ବାଟ ଖୋଜୁଛି । ଆସନ ଏକ, ଆଶାୟୀ […] The post ଆସନ ଏକ, ଆଶାୟୀ ଅନେକ । ମାଲକାନଗିରିରେ ଟିକେଟ ପାଇଁ ଗୋଡ଼ଟଣା ନୀତିକୁ ନେଇ ଚର୍ଚ୍ଚା ! first appeared on Kanak News.

ଆସନ ଏକ, ଆଶାୟୀ ଅନେକ । ମାଲକାନଗିରିରେ ଟିକେଟ ପାଇଁ ଗୋଡ଼ଟଣା ନୀତିକୁ ନେଇ ଚର୍ଚ୍ଚା !

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, ଟିକେଟ ଆଶାୟୀଙ୍କ ମଧ୍ୟରେ ଉକ୍ରଣ୍ଠା ସେତିକି ବଢିବାରେ ଲାଗିଛି । ତେବେ ବିଜେଡି ଟିକେଟ ପାଇଁ ପ୍ରତିି ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ଲମ୍ବା ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଗୋଡ଼ଟଣା ରାଜନୀତି ଚର୍ଚ୍ଚା ଜୋର ଧରିଛି । କିଏ କାହାକୁ ପଛରେ ପକାଇ ଆଗକୁ ଯିବାକୁ ଉଦ୍ୟମ କରୁଛି, ତ’ ଆଉ କିଏ ବିଭିନ୍ନ ଉପାୟରେ ଶକ୍ତି ପ୍ରଦର୍ଶନ କରି ବାଟ ଖୋଜୁଛି ।

  • ଆସନ ଏକ, ଆଶାୟୀ ଅନେକ
  • ଟିକେଟ ପାଇଁ ଗୋଡ଼ଟଣା ନୀତିକୁ ନେଇ ଚର୍ଚ୍ଚା !

ଚିତ୍ରକୋଣ୍ଡା ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଜୋରଦାର ହୋଇଛି କସରତ । ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକଙ୍କ ସମେତ ଅନେକ ଆଶାୟୀ ଅଛନ୍ତି । ଲକ୍ଷ୍ମୀପ୍ରିୟାଙ୍କ ସମେତ ସମସ୍ତ ଆଶାୟୀ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ୟମ କରୁଛନ୍ତି । ହେଲେ ଏହି ଆଶୟୀଙ୍କ ବିରୁଦ୍ଧରେ ମେଳି ବାନ୍ଧୁଛନ୍ତି ଆଉ କିଛି ନେତା । ହେଲେ ଅନ୍ୟ ଦଳରୁ ଆସିଥିବାରୁ ବିଜେଡି ନେତାଙ୍କ ସହ ତାଳମେଳ ରଖୁଥିବା ଅଭିଯୋଗ ହୋଇଛି । ଏମିତି କି ଚିଠି ଲେଖି ମଧ୍ୟ ସୁପ୍ରିମୋଙ୍କୁ ଅବଗତ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବିଜେଡି ନେତା ।

  • ଟିକେଟ ପାଇଁ ପ୍ରଜାମେଳି
  • ବିଧାୟକଙ୍କ ଶକ୍ତି ପ୍ରଦର୍ଶନ

ପୂର୍ବରୁ ମାଓଗଡ଼ରେ ପ୍ରଜାମେଳିର ଆୟୋଜନ କରାଯାଉ ଥିବା ବେଳେ ଏବେ ସ୍ୱାଭିମାନ ଅଞ୍ଚଳରେ ଟିକେଟ ଲବି ପାଇଁ ଆୟୋଜିତ ହେଇଛି ପ୍ରଜାମେଳି । ୫ଟି ପଞ୍ଚାୟତର ଶହ ଶହ ଲୋକ ଏକାଠି ହୋଇ ସ୍ୱାଭିମାନ ଅଞ୍ଚଳ ଦାର୍ଲାବେଡା ଗାଁ ଯୁବକ ତଥା ପୂର୍ବତନ ପାପେରମେଟଲା ଥାନା ଅଧିକାରୀ ଏବଂ ବର୍ତମାନର ପୁଲିସ ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ମୁଦୁଲିଙ୍କ ପାଇଁ ଟିକେଟ ଲବି କରିଛନ୍ତି ସ୍ୱାଭିମାନ ଅଞ୍ଚଳର ଜନତା । ଆଉ ବର୍ତ୍ତମାନର ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଓ ତାଙ୍କ ପୁଅ ମହେଶ ବାକା ଶୋଭାଯାତ୍ରା ଓ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଏପଟେ ମାଲକାନଗିରି ନିର୍ବାଚନ ମଣ୍ଡଳିରେ ମଧ୍ୟ ଏକା ଅବସ୍ଥା । ପୂର୍ବତନ ବିଧାୟକ ମାନସ ମାଡକାମୀ ଟିକେଟ ମିଳିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଥିବାରୁ ଚିହିକି ଉଠିଛନ୍ତି ବିଜେଡିର ଅନ୍ୟତମ ଆଶାୟୀ ପ୍ରାର୍ଥୀ । ମାଲାକନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ବିଜୁ ଯୁବ ଦନତା ଦଳର ଅଧ୍ୟକ୍ଷ ଆଡମା ରାବା ଏକ କର୍ମୀ ସମ୍ମିଳନୀର ଆୟୋଜନ କରି ପରୋକ୍ଷରେ ନିଜ ଟିକେଟ ଲବି ଆଭିମୁଖ୍ୟକୁ ଉପସ୍ଥାପନ କରିଛନ୍ତି ।

The post ଆସନ ଏକ, ଆଶାୟୀ ଅନେକ । ମାଲକାନଗିରିରେ ଟିକେଟ ପାଇଁ ଗୋଡ଼ଟଣା ନୀତିକୁ ନେଇ ଚର୍ଚ୍ଚା ! first appeared on Kanak News.