ଆସନ ବଦଳ ଟ୍ରେଣ୍ଡରେ ନେତା,ଲୋକସଭା ବଦଳରେ ବିଧାନସଭା ମୁହାଁ
ଭୁବନେଶ୍ବର ୧୩/୪:ନେତାଙ୍କୁ ଘାରିଛି ହାରିବା ନିଶା ।ଆସନ ବଦଳ ଟ୍ରେଣ୍ଡରେ ନେତା । ୨୦୨୪ ଲଢେଇର ରୋଚକ କଥାଟି ହେଲା ଲୋକସଭାରେ ପରାଜୟ ଭୟରେ ବିଧାନସଭାକୁ ମୁହାଁଇଛନ୍ତି କି ଅଧ ଡଜନେ ନେତା ? ଦିଲ୍ଲୀ ନୁହେଁ ଭୁବନେଶ୍ବରରେ ପତିଆରା , ପର୍ଲାମେଣ୍ଟ ନୁହେଁ ବିଧାନସଭା ସହଜ । ୨୦୨୪ର ଏପରି କିଛି ମଜାଦାର ଉଦାହରଣ କିଛି ଭେଟେରାନ ଆଉ କିଛି ୟଙ୍ଗ ଲିଡର । କିନ୍ତୁ କାରଣ କ’ଣ ? ପରାଜୟ ଧାରା ଭାଙ୍ଗିବାକୁ ନା ରାଜ୍ୟ ରାଜନୀତିରେ ଫୋକସ୍ ? ଦଳର ଷ୍ଟ୍ରାଟେଜୀ ନା ନୂଆ ମୁହଁକୁ ସୁଯୋଗ ? ଯଦିଓ କେବଳ ସମ୍ବଲପୁର ଲୋକସଭା ଆସନରେ କଥା ଅଲଗା । ସେଠାରେ ବିଧାନସଭାରୁ ଯାଇ କେନ୍ଦ୍ର ମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ସାଂଗଠନୀକ ସଂପାଦକ । କିନ୍ତୁ ସେହି ମଇଦାନରେ ଉଭୟ ନୂଆ ।ସିଟ୍ ବଦଳରେ ବେଶି ଭେଟେରାନ । ଜିତିଲେ ତିଷ୍ଠିବେ , ଝୁଣ୍ଟିଲେ ବିଦାହେବେ । ଏପରି ବି ଭୟ । ସେଥିଲାଗି ତ୨୦୨୪ ମହାସମର ଅନେକଙ୍କ ଲାଗି ଲଢେଇ ଆରପାର୍ । ତେଣୁ କଳ ବଳ କୌଶଳ ସବୁ ଲଗାଇଦେଇଛନ୍ତି ଅଧିକାଂଶ ଯୋଦ୍ଧା ।।ଯେମିତି ହେଉ ଏଥର ବିଜୟ ପତାକା ଉଡାଇବାକୁ ହେବ । ସେଥିପାଇଁ ତ ଲୋକସଭାକୁ ପଛରେ ପକାଇ ବିଧାନସଭା ମୁହାଁ ଭେଟେରାନ । କଂଗ୍ରେସ, ବିଜେପି ଓ ବିଜେଡିରୁ ଏମିତି ନେତା ।ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ । ଓଡ଼ିଆ କଂଗ୍ରେସର ଟାଣୁଆ ନେତା । କଳାହାଣ୍ଡି କଂଗ୍ରେସର ସବୁଠାରୁ ଚିହ୍ନା ମୁହଁ। ଏଥର ଲଢେଇରେ ଭକ୍ତ ଦାସ ଲୋକସଭା ନୁହ
ଭୁବନେଶ୍ବର ୧୩/୪:ନେତାଙ୍କୁ ଘାରିଛି ହାରିବା ନିଶା ।ଆସନ ବଦଳ ଟ୍ରେଣ୍ଡରେ ନେତା । ୨୦୨୪ ଲଢେଇର ରୋଚକ କଥାଟି ହେଲା ଲୋକସଭାରେ ପରାଜୟ ଭୟରେ ବିଧାନସଭାକୁ ମୁହାଁଇଛନ୍ତି କି ଅଧ ଡଜନେ ନେତା ? ଦିଲ୍ଲୀ ନୁହେଁ ଭୁବନେଶ୍ବରରେ ପତିଆରା , ପର୍ଲାମେଣ୍ଟ ନୁହେଁ ବିଧାନସଭା ସହଜ । ୨୦୨୪ର ଏପରି କିଛି ମଜାଦାର ଉଦାହରଣ କିଛି ଭେଟେରାନ ଆଉ କିଛି ୟଙ୍ଗ ଲିଡର । କିନ୍ତୁ କାରଣ କ’ଣ ? ପରାଜୟ ଧାରା ଭାଙ୍ଗିବାକୁ ନା ରାଜ୍ୟ ରାଜନୀତିରେ ଫୋକସ୍ ? ଦଳର ଷ୍ଟ୍ରାଟେଜୀ ନା ନୂଆ ମୁହଁକୁ ସୁଯୋଗ ? ଯଦିଓ କେବଳ ସମ୍ବଲପୁର ଲୋକସଭା ଆସନରେ କଥା ଅଲଗା । ସେଠାରେ ବିଧାନସଭାରୁ ଯାଇ କେନ୍ଦ୍ର ମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ସାଂଗଠନୀକ ସଂପାଦକ । କିନ୍ତୁ ସେହି ମଇଦାନରେ ଉଭୟ ନୂଆ ।
ସିଟ୍ ବଦଳରେ ବେଶି ଭେଟେରାନ । ଜିତିଲେ ତିଷ୍ଠିବେ , ଝୁଣ୍ଟିଲେ ବିଦାହେବେ । ଏପରି ବି ଭୟ । ସେଥିଲାଗି ତ୨୦୨୪ ମହାସମର ଅନେକଙ୍କ ଲାଗି ଲଢେଇ ଆରପାର୍ । ତେଣୁ କଳ ବଳ କୌଶଳ ସବୁ ଲଗାଇଦେଇଛନ୍ତି ଅଧିକାଂଶ ଯୋଦ୍ଧା ।।ଯେମିତି ହେଉ ଏଥର ବିଜୟ ପତାକା ଉଡାଇବାକୁ ହେବ । ସେଥିପାଇଁ ତ ଲୋକସଭାକୁ ପଛରେ ପକାଇ ବିଧାନସଭା ମୁହାଁ ଭେଟେରାନ । କଂଗ୍ରେସ, ବିଜେପି ଓ ବିଜେଡିରୁ ଏମିତି ନେତା ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ । ଓଡ଼ିଆ କଂଗ୍ରେସର ଟାଣୁଆ ନେତା । କଳାହାଣ୍ଡି କଂଗ୍ରେସର ସବୁଠାରୁ ଚିହ୍ନା ମୁହଁ। ଏଥର ଲଢେଇରେ ଭକ୍ତ ଦାସ ଲୋକସଭା ନୁହଁ ବିଧାନସଭା ଆସନରୁ ମୁକାବିଲା କରିବାକୁ ସେଫ ଭାବିଛନ୍ତି । ଗତ ଟର୍ମରେ କଳାହାଣ୍ଡି ଲୋକସଭା ଆସନରୁ ଲଢିଥିବା ଭକ୍ତ ଦାସ ଏଥର ନର୍ଲା ବିଧାନସଭା ଆସନରୁ ମଇଦାନକୁ ଓହ୍ଲାଇଛନ୍ତି । ଲୋକସଭା ବଦଳରେ ବିଧାନସଭା ମୁହାଁ ହୋଇଥିବା ଆଉ ଜଣେ ଯୋଦ୍ଧା ହେଉଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେହିପରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମଧ୍ୟ ବିଧାନସଭାର ଯୁଦ୍ଧ ମୈଦାନକୁ ଓହ୍ଲାଇଛନ୍ତି । ୨୦୧୯ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ଲଢି ହାରିଥିଲେ ଶରତ ।ଏଥର ସେ ନୂଆପଡା ବିଧାନସଭାରେ ହାତ ପତାକା ଧରି ଓହ୍ଲାଇଛନ୍ତି ।
୨୦୧୯ ନିର୍ବାଚନରେ ବରଗଡରୁ ପାର୍ଲାମେଣ୍ଟକୁ ଯାଇଥିଲେ ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ । ଏଥର କିନ୍ତୁ ସେ ବିଧାନସଭା ମୁହାଁ । ବ୍ରଜରାଜନଗର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିବାକୁ ବିଜେପି ତାଙ୍କୁ ଦେଇଛି ଟିକେଟ ।ସେହିପରି ସମ୍ବଲପୁରରର ୨୦୧୯ ସାଂସଦ ନୀତେଶ ଗଙ୍ଗଦେବଙ୍କୁ କୁଆଡେ ବିଧାନସଭା ଟିକଟ ଦେଇ ସନ୍ତୁଷ୍ଟ କରିବ ବିଜେପି । ଯଦିଓ ଏହା ଚର୍ଚ୍ଚା, ଦଳ କିଛି ଘୋଷଣା କରିନି ।ଏପରି ଟ୍ରେଣ୍ଡରେ ବିଜେଡି ଟିକେ ଆଗରେ ଅଛି । ନବରଙ୍ଗପୁର ଲୋକସଭା ଆସନରୁ ୨୦୧୯ରେ ଜିତିଥିଲେ ବିଜେଡି ନେତା ରମେଶ ମାଝି । ସେ କିନ୍ତୁ ଏଥର ଲୋକସଭା ପ୍ରାର୍ଥୀ ନୁହନ୍ତି ପୁଣି ଥରେ ଲଢୁଛନ୍ତି ବିଧାନସଭା । ଝରିଗାଁରୁ ଶଙ୍ଖ ଚିହ୍ନରେ ସେ ପ୍ରାର୍ଥୀ । ସମ୍ବଲପୁର ଲୋକସଭା ଆସନରେ ୨୦୧୯ରେ ହାରିଥିଲେ ବିଜେଡିର ନଳିନୀ ପ୍ରଧାନ ।ଏଥର ସେ ଲୋକସଭା ବଦଳରେ ବିଧାନସଭା ପ୍ରାର୍ଥୀ । ଆଠମଲ୍ଲିକ୍ ବିଧାନସଭା କ୍ଷେତ୍ରରୁ ସେ ବିଜେଡି ଚିହ୍ନରେ ଲଢୁଛନ୍ତି । ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ସିଂ ଦେଓ ଏବେ ଭାଙ୍ଗିଚନ୍ତି ପରମ୍ପରା । ୨ଥର ବଲାଙ୍ଗୀରରୁ ସାଂସଦ ହୋଇଥିବା କଳିକେଶ ଏଥର ବଲାଙ୍ଗୀର ବିଧାନସଭା ଆସନରୁ ବିଜେଡିର ପ୍ରାର୍ଥୀ ।
ତେବେ ବିଜେଡିରେ ବି ଏକ ବ୍ୟତିକ୍ରମ ।
ବିଜେଡିର ସାଙ୍ଗଠନୀକ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଧାନସଭା ଲଢେଇରୁ ଲୋକସଭା ଯୁଦ୍ଧକୁ ଲମ୍ଫ ଦେଇଛନ୍ତି । ଯାଜପୁର ବିଧାୟକରୁ ଏବେ ସେ ସମ୍ବଲପୁର ଲୋକସଭା ପ୍ରାର୍ଥୀ । ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କ ଟକ୍କର ଜାତୀୟ ଗଣମାଧ୍ୟମରେ ବି ଆଲୋଚିତ ଖବର ।
ତେବେ ସାଂସଦ ପଦକୁ ବାଏ ବାଏ କରି ବିଧାୟକ ହେବାକୁ କାହିଁକି ଅନେକ ନେତା ଆଗଭର ? ଦଲର ଷ୍ଟ୍ରାଟେଜୀ କିମ୍ବା ଧାରା ଭାଙ୍ଗିବାର ଅପ୍ସନ ? ନୁହେଁତ କମ୍ଫର୍ଟେବୁଲ ଲଢେଇର ଆଶା । ତେବେ ଲୋକସଭା ଆସନ ଛାଡି ବିଧାନସଭାକୁ ଭରସା କରିଥିବା ନେତାଙ୍କ ଭାଗ୍ୟ କଣ ହେବ ତାହା ସମୟ କହିବ ।