ଆସନ୍ତା କାଲି ପଙ୍କୋଦ୍ଧାର ଏକାଦଶୀ

ପୁରୀ : ଆସନ୍ତା କାଲି ପଙ୍କୋଦ୍ଧାର ଏକାଦଶୀ I ଶ୍ରୀ ଲୋକନାଥ ପୀଠରେ ପ୍ରଜ୍ଜ୍ୱଳନ ହେବ ସର୍ବ ବୃହତ ଅଖଣ୍ଡ ଦୀପ I ୩ କ୍ୱିଣ୍ଟାଲ ଗୁଆ ଘିଅରେ ୩ ଦିନ ଧରି ଜଳିବ ଏହି ଦୀପ I ଜଗତର ମଙ୍ଗଳ ପାଇଁ ଆସନ୍ତାକାଲି ଅର୍ଥାତ ୬ ତାରିଖ ସନ୍ଧ୍ୟାରୁ ଏହି ଦୀପ ପ୍ରଜ୍ଜ୍ୱଳନ କରାଯାଇ ଜାଗର ଦିନ (୮ ତାରିଖ ) ମହାଦୀପ ଉଠିବା ଯାଏଁ ଜଳା ଯିବ I ପ୍ରତିବର୍ଷ ଫାଲଗୁନ କୃଷ୍ଣ ଏକାଦଶୀକୁ […]

ଆସନ୍ତା କାଲି ପଙ୍କୋଦ୍ଧାର ଏକାଦଶୀ
ଆସନ୍ତା କାଲି ପଙ୍କୋଦ୍ଧାର ଏକାଦଶୀ

ପୁରୀ : ଆସନ୍ତା କାଲି ପଙ୍କୋଦ୍ଧାର ଏକାଦଶୀ I ଶ୍ରୀ ଲୋକନାଥ ପୀଠରେ ପ୍ରଜ୍ଜ୍ୱଳନ ହେବ ସର୍ବ ବୃହତ ଅଖଣ୍ଡ ଦୀପ I ୩ କ୍ୱିଣ୍ଟାଲ ଗୁଆ ଘିଅରେ ୩ ଦିନ ଧରି ଜଳିବ ଏହି ଦୀପ I ଜଗତର ମଙ୍ଗଳ ପାଇଁ ଆସନ୍ତାକାଲି ଅର୍ଥାତ ୬ ତାରିଖ ସନ୍ଧ୍ୟାରୁ ଏହି ଦୀପ ପ୍ରଜ୍ଜ୍ୱଳନ କରାଯାଇ ଜାଗର ଦିନ (୮ ତାରିଖ ) ମହାଦୀପ ଉଠିବା ଯାଏଁ ଜଳା ଯିବ I

ପ୍ରତିବର୍ଷ ଫାଲଗୁନ କୃଷ୍ଣ ଏକାଦଶୀକୁ ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ କୁହାଯାଏ । ଏହି ବିଜୟା ଏକାଦଶୀ ବ୍ରତ କଲେ ମଣିଷ ଶତ୍ରୁକୁ ବିଜୟ କରିପାରେ । ପୁରାଣ କଥା ଅନୁଯାୟୀ ସୀତା ହରଣ ବେଳେ ରାମଚନ୍ଦ୍ର ବାନର ସେନା ସହ ସମୁଦ୍ରର ଉତ୍ତର ତୀରରେ ପହଞ୍ଚି ରାବଣ ପରି ବଳବାନ ଶତ୍ରୁ ଓ ସାଗରର ଗମ୍ଭୀରତା ନେଇ ଚିନ୍ତିତ ହୋଇପଡ଼ିଥିଲେ । ସମୁଦ୍ରକୁ କିପରି ପାରହେବେ ସେଥିଲାଗି ଉପାୟ ଖୋଜିବା ବେଳେ ଜଣେ ମୁନିଙ୍କ ପରାମର୍ଶରେ ଏହି ବିଜୟା ଏକାଦଶୀ ବ୍ରତ ପାଳନ କରିଥିଲେ । ବ୍ରତର ପ୍ରଭାବରେ ସେ ସମୁଦ୍ର ପାର ହୋଇ ରାବଣ ବଧ କରିଥିବାର ବିଶ୍ୱାସ ରହିଛି ।

ସୂଚନାନୁସାରେ,ବର୍ଷକେ ଥରେ କେବଳ ପଙ୍କୋଦ୍ଧାର ଏକାଦଶୀ ଦିନ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ ।ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣିଭିତରେ ବୁଡ଼ି ରହିଥିବା ଗର୍ଭଗୃହରୁ ଏହିଦିନ ଜଳ ନିଷ୍କାସନ କରାଯିବା ସହ ପଙ୍କୋଦ୍ଧାର କରାଯାଇଥାଏ ।

ସେପଟେ ଶ୍ରୀ ଲୋକନାଥ ପୀଠରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି I ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୮ ପ୍ଲାଟୁନ ପୋଲିସଙ୍କୁ ଦାୟିତ୍ୱ ଦିଆଯାଇଛି I ଏହା ସହିତ ୨ ଜଣ ଅତିରିକ୍ତ ଏସପି ଦାୟିତ୍ୱରେ ରହିଛନ୍ତି I ଏହାବାଦ ସଦା ପୋଷାକଧାରୀ ପୋଲିସ ମୁତୟନ ହେବେ ବୋଲି ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି I