ଆସନ୍ତା ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ନୂଆ ଆଇନ

ନନ୍ଦିଘୋଷ ବ୍ୟୁରୋ: ଜୁଲାଇ ୧, ୨୦୨୪ରୁ ସାରା ଦେଶରେ ଲାଗୁ ହେବ ନୂଆ ଆଇନ । ୧୮୬୦ ମସିହାରୁ ଚାଲିଥିବା... The post ଆସନ୍ତା ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ନୂଆ ଆଇନ appeared first on .

ଆସନ୍ତା ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ନୂଆ ଆଇନ

ନନ୍ଦିଘୋଷ ବ୍ୟୁରୋ: ଜୁଲାଇ ୧, ୨୦୨୪ରୁ ସାରା ଦେଶରେ ଲାଗୁ ହେବ ନୂଆ ଆଇନ । ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ ଖୁବଶୀଘ୍ର ଉଠିଯିବ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ସହିତ ଆଲୋଚନା କଲେ ପୋଲିସ ଡିଜିପି ଅରୁଣ ଷଡଙ୍ଗୀ । ନୂଆ ଆଇନର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା ହୋଇଛି। ସବୁ ରାଜ୍ୟର ଡିଜିପି ଭର୍ଚୁଆଲ ଦ୍ୱାରା ବୈଠକରେ ସାମିଲ ହୋଇଥିଲେ। ଫେବୃଆରୀ ମାସରେ ଏ ନେଇ ବିଜ୍ଞପ୍ତି ଜାରି ହୋଇଥିଲା। ଦେଶରୁ ହଟିବ ସିଆରପିସି, ଆଇପିସି ଓ ଏଭିଡ଼େନ୍ସ ଆକ୍ଟ। ଇଣ୍ଡିଆନ୍ ପେନାଲ୍ କୋଡ୍’ ପରିବର୍ତ୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା।

କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର ପରିବର୍ତ୍ତେ ଆସିବ ଭାରତୀୟ ନାଗରିକ ସୁରକ୍ଷା ସଂହିତା। ଇଣ୍ଡିଆନ୍ ଏଭିଡେନ୍‌ସ୍ ଆକ୍ଟ ପରିବର୍ତ୍ତେ ଆସିବ ଭାରତୀୟ ସାକ୍ଷ୍ୟ ଆଇନ। ଏଥିରେ ପୂର୍ବରୁ ୫୧୧ଟି ଧାରା ଥିଲା। ଏବେ ୩୫୮ଟି ଧାରା ରହିବ। ୧୭୫ଟି ଧାରା ସଂଶୋଧନ କରାଯିବ। ପ୍ରାୟ ଦେଢ଼ ଶହ ବର୍ଷ ଧରି ଇଂରେଜ ଅମଳର ପୋଲିସ ଆଇନ ଏବେ ବି ଜାରି ରହିଛି। ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଯାହା ପ୍ରାବଧାନ ରହିଛି ସେ ନେଇ ବରିଷ୍ଠ ଆଇପିଏସ ମାନଙ୍କ ସହ ଆଲୋଚନା କରିଛନ୍ତି ଡିଜିପି। ଏ ନେଇ ନ୍ୟାସନ୍ୟାଲ କ୍ରାଇମ ରେକର୍ଡ ବ୍ୟୁରୋ ଓ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ସହ ମିଳିତ ଆଲୋଚନା ଚାଲିଛି। କ୍ରାଇମବ୍ରାଞ୍ଚ ଆଡିସିନାଲ ଡିଜି ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି ।

ଆଡିସିନାଲ ଚିଫ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ଷ୍ଟିଅରିଂ କମିଟି ଗଠନ ହୋଇଛି। କେନ୍ଦ୍ରର ଗୃହ ସଚିବ ଏ ନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି ଭିସିରେ ରହି କାର୍ଯ୍ୟକାରିତା ଦିଗରେ ଅଧିକ ଆଲୋଚନା କରିଛନ୍ତି। ଏ ନେଇ ପୋଲିସ ଅଧିକାରୀ ମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି। ଜୁଲାଇ ୧ ମଧ୍ୟରେ ଯେତିକି କେସ ରୁଜୁ ହୋଇଥିବ ତାହା ପୁରୁଣା ସିଆରପିସି ଅଧିନରେ ଶୁଣାଣି କରାଯିବ।ଏହାପରେ ଭାରତୀୟ ନ୍ୟାୟ ସଂହିତା ମୁତାବକ ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ।

The post ଆସନ୍ତା ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ନୂଆ ଆଇନ appeared first on .