ଆସନ୍ତା ଦୁଇ ଦିନ କାଁ ଭାଁ ବର୍ଷା, ୬ରୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର ୦୪।୦୮ :  ରାଜ୍ୟରେ ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ । କାଁ ଭାଁ ବର୍ଷା ହୋଇପାରେ । ଆସନ୍ତା ୬ ତାରିଖରୁ ବର୍ଷା ପରିମାଣ ବଢ଼ିବ । ୭ରେ ପ୍ରବଳ ବର୍ଷା ହୋଇପାରେ । ୯ ଯାଏଁ ଲାଗି ରହିବ । ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବା ପରେ ବିହାର ଓ ପାଶ୍ୱର୍ବର୍ତ୍ତୀ ଝାଡ଼ଖଣ୍ଡ  ଉପରେ ରହିଛି । ଅନୁମାନ କରାଯାଉଛି, ରବିବାର ଉତ୍ତର ଓଡ଼ିଶାର ଅନେକ ଜାଗାରେ ବର୍ଷା ହୋଇପାରେ । ଦକ୍ଷିଣରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ସୋମବାର ଅଳ୍ପ କିଛି ଜାଗାରେ ବର୍ଷା ସମ୍ଭାବନା ଅଛି । ୬ ତାରିଖରୁ ବର୍ଷା ପ୍ରକୋପ ବଢ଼ିବ। ଉତ୍ତର ଉପକୂଳରେ ଅଧିକ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ୱର,  ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ସହ ଅନୁଗୁଳ, ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇପାରେ । ୭  ତାରିଖ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା  ହେବ । ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ।  ୮ ଓ ୯ରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା  ହୋଇପାରେ । ଏ ବର୍ଷ ଜୁନ୍‌ରେ ୧୫୬.୩  ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକଠାରୁ  ୨୪% କମ୍‌ । ଜୁଲାଇ ମାସରେ ୩୨୦.୮ ମିମି  ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକଠାରୁ  ୫.୨% କମ୍‌ । ଅଗଷ୍ଟ ମାସର ପ୍ରଥମ ୩ ଦିନ  ଭିତରେ ୪୧.୮ ମିମି ବର୍ଷା ରେକର୍ଡ ହୋଇଛି,  ଯାହା ସ୍ୱାଭାବିକଠାରୁ ୨୧.୪% ଅଧିକ ।  ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ୫୧୯  ମିମି ବର୍ଷା ହୋଇଛି । ଏହା ସ୍ୱାଭାବିକ ତୁଳନା

ଆସନ୍ତା ଦୁଇ ଦିନ କାଁ ଭାଁ ବର୍ଷା, ୬ରୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର ୦୪।୦୮ :  ରାଜ୍ୟରେ ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ । କାଁ ଭାଁ ବର୍ଷା ହୋଇପାରେ । ଆସନ୍ତା ୬ ତାରିଖରୁ ବର୍ଷା ପରିମାଣ ବଢ଼ିବ । ୭ରେ ପ୍ରବଳ ବର୍ଷା ହୋଇପାରେ । ୯ ଯାଏଁ ଲାଗି ରହିବ । 

ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବା ପରେ ବିହାର ଓ ପାଶ୍ୱର୍ବର୍ତ୍ତୀ ଝାଡ଼ଖଣ୍ଡ  ଉପରେ ରହିଛି । ଅନୁମାନ କରାଯାଉଛି, ରବିବାର ଉତ୍ତର ଓଡ଼ିଶାର ଅନେକ ଜାଗାରେ ବର୍ଷା ହୋଇପାରେ । ଦକ୍ଷିଣରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ସୋମବାର ଅଳ୍ପ କିଛି ଜାଗାରେ ବର୍ଷା ସମ୍ଭାବନା ଅଛି । ୬ ତାରିଖରୁ ବର୍ଷା ପ୍ରକୋପ ବଢ଼ିବ। ଉତ୍ତର ଉପକୂଳରେ ଅଧିକ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ୱର,  ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ସହ ଅନୁଗୁଳ, ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇପାରେ । ୭  ତାରିଖ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା  ହେବ । ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ।  ୮ ଓ ୯ରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା  ହୋଇପାରେ । ଏ ବର୍ଷ ଜୁନ୍‌ରେ ୧୫୬.୩  ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକଠାରୁ  ୨୪% କମ୍‌ । 

ଜୁଲାଇ ମାସରେ ୩୨୦.୮ ମିମି  ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକଠାରୁ  ୫.୨% କମ୍‌ । ଅଗଷ୍ଟ ମାସର ପ୍ରଥମ ୩ ଦିନ  ଭିତରେ ୪୧.୮ ମିମି ବର୍ଷା ରେକର୍ଡ ହୋଇଛି,  ଯାହା ସ୍ୱାଭାବିକଠାରୁ ୨୧.୪% ଅଧିକ ।  ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ୫୧୯  ମିମି ବର୍ଷା ହୋଇଛି । ଏହା ସ୍ୱାଭାବିକ ତୁଳନାରେ  ୧୦.୩% କମ୍‌ । ଏତେ ବର୍ଷା ପରେ ବି ଏବେ ସୁଦ୍ଧା  ୧୨ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଛି।