ଆସନ୍ତା ମାସରେ ହୋଇଥାନ୍ତା ବାହାଘର : OYOରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ ମୃତଦେହ, ପୁରୁଷବନ୍ଧୁ ଥାନାରେ ଅଟକ

ଭୁବନେଶ୍ବର ୧୫।୫: OYOରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଦୁଇ ମହଲା ଛାତରୁ ଖସିପଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଭୁବନେଶ୍ବର ଜାଗମରା ସ୍ଥିତ ଏକ ଗେଷ୍ଟ ହାଉସରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବତୀ ଜଣଙ୍କ ହେଲେ ନୟାଗଡ଼ର ସୋନାଲି ମହାପାତ୍ର । ରକ୍ତାକ୍ତ ମୃତଦେହ ଉଦ୍ଧାର କଲା ଖଣ୍ଡଗିରି ଥାନା ପୋଲିସ । ସୋନାଲି ତଳେ ପଡ଼ିବା ବେଳେ ରୁମ୍‌ରେ ଥିଲେ ପୁରୁଷବନ୍ଧୁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ପୁରୁଷବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ପଚରାଉଚରା । ଆସନ୍ତା ମାସରେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା । ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଥିବା ଖଣ୍ଡଗିରି ଥାନା ପୋଲିସ ମୃତଦେହର ପୋଷ୍ଟମର୍ଟମ୍ ପାଇଁ ପଠାଇଥିବା ବେଳେ OYOର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଜାଗମରା ପଞ୍ଚଶଖାନଗରରେ ଥିବା ଏକ OYOକୁ ବୁଧବାର ସକାଳେ ଯୁବତୀ ଜଣଙ୍କ ପୁରୁଷବନ୍ଧୁଙ୍କ ସହ ବାଇକ୍‌ ଯୋଗେ ଯାଇଥିଲେ । ହୋଟେଲର ତୃତୀୟ ମହଲରେ ଥିବା ଏକ ରୁମ୍ ବୁକ୍ କରିଥିଲେ । ଦିନ ତମାମ ସେମାନେ ରୁମ୍‌ରେ ରହିଥିଲେ । ସନ୍ଧ୍ୟା ବେଳକୁ ଉଭୟେ ରୁମ୍‌ରୁ ବାହାରି ମାର୍କେଟ୍‌କୁ ଯାଇଥିଲେ । ସେତେବେଳେ ଉଭୟଙ୍କ ହାବଭାବ ଠିକଠାକ ଥିବା ହୋଟେଲ କର୍ତ୍ତୃପକ୍ଷ ଦେଖିଥିବା କହିଛନ୍ତି । କିଛି ସମୟ ପରେ ଉଭୟେ ମାର୍କେଟରୁ ଫେରି ପୁଣି ରୁମ୍‌କୁ ଯାଇଥିଲେ । ସାଙ୍ଗରେ ରାତ୍ରିଭୋଜନ

ଆସନ୍ତା ମାସରେ ହୋଇଥାନ୍ତା ବାହାଘର : OYOରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ ମୃତଦେହ, ପୁରୁଷବନ୍ଧୁ ଥାନାରେ ଅଟକ

ଭୁବନେଶ୍ବର : OYOରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଦୁଇ ମହଲା ଛାତରୁ ଖସିପଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଭୁବନେଶ୍ବର ଜାଗମରା ସ୍ଥିତ ଏକ ଗେଷ୍ଟ ହାଉସରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବତୀ ଜଣଙ୍କ ହେଲେ ନୟାଗଡ଼ର ସୋନାଲି ମହାପାତ୍ର । ରକ୍ତାକ୍ତ ମୃତଦେହ ଉଦ୍ଧାର କଲା ଖଣ୍ଡଗିରି ଥାନା ପୋଲିସ । ସୋନାଲି ତଳେ ପଡ଼ିବା ବେଳେ ରୁମ୍‌ରେ ଥିଲେ ପୁରୁଷବନ୍ଧୁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ପୁରୁଷବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ପଚରାଉଚରା । ଆସନ୍ତା ମାସରେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା । ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଥିବା ଖଣ୍ଡଗିରି ଥାନା ପୋଲିସ ମୃତଦେହର ପୋଷ୍ଟମର୍ଟମ୍ ପାଇଁ ପଠାଇଥିବା ବେଳେ OYOର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଜାଗମରା ପଞ୍ଚଶଖାନଗରରେ ଥିବା ଏକ OYOକୁ ବୁଧବାର ସକାଳେ ଯୁବତୀ ଜଣଙ୍କ ପୁରୁଷବନ୍ଧୁଙ୍କ ସହ ବାଇକ୍‌ ଯୋଗେ ଯାଇଥିଲେ । ହୋଟେଲର ତୃତୀୟ ମହଲରେ ଥିବା ଏକ ରୁମ୍ ବୁକ୍ କରିଥିଲେ । ଦିନ ତମାମ ସେମାନେ ରୁମ୍‌ରେ ରହିଥିଲେ । ସନ୍ଧ୍ୟା ବେଳକୁ ଉଭୟେ ରୁମ୍‌ରୁ ବାହାରି ମାର୍କେଟ୍‌କୁ ଯାଇଥିଲେ । ସେତେବେଳେ ଉଭୟଙ୍କ ହାବଭାବ ଠିକଠାକ ଥିବା ହୋଟେଲ କର୍ତ୍ତୃପକ୍ଷ ଦେଖିଥିବା କହିଛନ୍ତି । କିଛି ସମୟ ପରେ ଉଭୟେ ମାର୍କେଟରୁ ଫେରି ପୁଣି ରୁମ୍‌କୁ ଯାଇଥିଲେ । ସାଙ୍ଗରେ ରାତ୍ରିଭୋଜନ ପାଇଁ ଖାଦ୍ୟ ବି ଆଣିଥିଲେ । କିନ୍ତୁ ରାତି ୧୧ଟା ବେଳେ ରୁମ୍‌ ଭିତରେ ଉଭୟଙ୍କ ମଧ୍ୟରେ ଖୁବ୍‌ ଜୋରରେ ପାଟିତୁଣ୍ଡ ଲାଗିଥିଲା । ଉଭୟେ ପରସ୍ପରକୁ ଗାଳିଗୁଲଜ କରିଥିଲେ । ଏସବୁ ଶୁଣି ପାଖ ରୁମ୍‌ରେ ରହୁଥିବା ଆଉ ଏକ ପ୍ରେମୀଯୁଗଳ, ହୋଟେଲ କେୟାରଟେକର ଓ ଅନ୍ୟ କର୍ମଚାରୀଙ୍କୁ ଜଣାଇଥିଲେ । ସେମାନେ ଉକ୍ତ ରୁମ୍‌କୁ ଯାଇ କବାଟ ବାଡ଼େଇଥିଲେ । ପାଟିତୁଣ୍ଡ ବନ୍ଦ କରିବାକୁ ଉଭୟଙ୍କୁ କହିଥିଲେ । ରୁମ୍‌ ବାହାରେ ଏତେ ଲୋକଙ୍କୁ ଦେଖି ଉଭୟ ରୁମ୍‌କୁ ଭିତରପଟୁ ବନ୍ଦ କରିଦେଇଥିଲେ ।  

ଝଗଡ଼ାର ସମାଧାନ ହୋଇଗଲା ଭାବି ହୋଟେଲ କର୍ତ୍ତୃପକ୍ଷ ଓ ଅନ୍ୟମାନେ ସେଠାରୁ ଚାଲିଯାଇଥିଲେ । ଏହାର ଅଧଘଣ୍ଟା ପରେ ପ୍ରେମୀଯୁଗଳ ରୁମ୍‌କୁ ବାହାରୁ ତାଲା ମାରି ଛାତ ଉପରକୁ ଯାଇଥିଲେ । ସେଠାରେ ପୁଣି କିଛି ସମୟ ଧରି ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । କଥା ମାରପିଟ ଯାଏଁ  ଯାଇଥିଲା । ହଠାତ କ’ଣ ହେଲା କେଜାଣି ଯୁବତୀ ଜଣଙ୍କ ଛାତ ଉପରୁ ତଳକୁ ପଡିଗଲେ । OYO କର୍ତ୍ତୃପକ୍ଷ ଏନେଇ ପୋଲିସକୁ ଖବର ଦେଲେ । ପୋଲିସ ଘଟଣାସ୍ଥଳକୁ ଯାଇ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ   ହସ୍ପିଟାଲ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପୁରୁଷବନ୍ଧୁଙ୍କୁ ପଚରାଉଚରା କରିବାରୁ ଜଣାପଡିଛି ଯେ, ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଭୟଙ୍କ ପରିବାର ଲୋକ ଜାଣିଥିଲେ । ଆସନ୍ତା ମାସରେ ସେମାନଙ୍କ ବିବାହ ସ୍ଥିର ହୋଇଥିଲା । କେଉଁ କାରଣ ପାଇଁ ଝଗଡ଼ା ହୋଇଥିଲା, ସେନେଇ ସେ ମୁହଁ ଖୋଲିନାହାନ୍ତି ।

You Can Read:

ବିଜେଡିରେ ହଲଚଲ, ସଂଖ୍ୟାଲଘୁ ସଂପ୍ରଦାୟରୁ ମୁନ୍ନା ଖାଁ ଇସ୍ତଫା ଦେଇଥିବା ଚର୍ଚ୍ଚା