ଆସନ୍ତା ଶିକ୍ଷାବର୍ଷରୁ CBSE ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ବଢିଲା ଦ୍ଵନ୍ଦ୍ଵ
ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷା ବର୍ଷରୁ CBSE ବର୍ଷକୁ ୨ଟି ଦଶମ ବୋର୍ଡ ପରୀକ୍ଷା କରିବାକୁ ଯାଉଛି। ପ୍ରଥମ ପରୀକ୍ଷା ଫେବୃଆରୀ... The post ଆସନ୍ତା ଶିକ୍ଷାବର୍ଷରୁ CBSE ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ବଢିଲା ଦ୍ଵନ୍ଦ୍ଵ appeared first on .
ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷା ବର୍ଷରୁ CBSE ବର୍ଷକୁ ୨ଟି ଦଶମ ବୋର୍ଡ ପରୀକ୍ଷା କରିବାକୁ ଯାଉଛି। ପ୍ରଥମ ପରୀକ୍ଷା ଫେବୃଆରୀ ଓ ଦ୍ଵିତୀୟ ମେ’ ମାସରେ ହେବ। ଯିଏ ଅଧିକ ଭଲ କରିବାକୁ ଚାହୁଁଥିବେ ସେମାନେ ପ୍ରଥମ ସହ ଦ୍ଵିତୀୟ ପରୀକ୍ଷା ବି ଦେଇପାଇବେ। ହେଲେ ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ। ମତାମତ ମାର୍ଚ୍ଚ ୯ସୁଦ୍ଧା ଦେବାକୁ ଅଭିଭାବକ, ଶିକ୍ଷାବିତଙ୍କ ସହ ଅନେକ ଅଂଶୀଦାରଙ୍କ ପାଇଁ ସିବିଏସଇ ୱେବସାଇଟରେ ବ୍ୟବସ୍ଥା କରାଯାଇଛି। ହେଲେ ମତାମତ ଆସିବା ପର୍ବରୁ ହିଁ ଦ୍ବନ୍ଦ୍ବ ଓ ଅସନ୍ତୋଷ ଦେଖା ଦେଲାଣି। ଗୋଟିଏ ପଟେ ଛାତ୍ରଛାତ୍ରୀ ଦୁଇଟି ପରୀକ୍ଷାକୁ ନେଇ ଖୁସି ଅନୁଭବ କରୁଛନ୍ତି। ହେଲେ ଦୁଇଟି ପରୀକ୍ଷାର ଚାପ ବି ମନରେ ରହିଛି। ଏକାଦଶ ପାଠପଢା ସହ କ୍ରାସ୍ କୋର୍ସ ପ୍ରସ୍ତୁତିରେ ଅସୁବିଧା ଆଶଙ୍କା ରହିଛି। କାରଣ ଦ୍ବିତୀୟ ପରୀକ୍ଷା ଯେଉଁ ସମୟରେ ଦେବେ, ସେହି ସମୟରେ JEE, ମେଡିକାଲ ପରି ପାଠ୍ୟକ୍ରମର ଅଗ୍ରୀମ କୋଚିଂ ଆରମ୍ଭ କରିଥାନ୍ତି। ଡବଲ ବୋର୍ଡ ପରୀକ୍ଷାରେ ଭିତ୍ତିଭୂମି ମଧ୍ୟ ଏକ ପ୍ରମୁଖ ଦିଗ ବହନ କରିବ। ପ୍ରଥମ ବୋର୍ଡ ପରୀକ୍ଷା ସହ ଅନ୍ୟ କ୍ଲାସ ପ୍ରମୋସନ ପରୀକ୍ଷାର ଖାତା ଦେଖାରେ ଶିକ୍ଷକ ବ୍ୟସ୍ତ ଥିବେ। ପୁଣି ଦ୍ବିତୀୟ ପରୀକ୍ଷାର ଖାତା ଦେଖା ସମୟରେ ଏକାଦଶ ପାଠପଢା ପ୍ରଭାବିତ ହୋଇପାରେ। ଅଡୁଆ ସେତେବେଳେ ବଢିବ, ଯେବେ ଆଇସିଏସଇ ଓ ଷ୍ଟେଟ ବୋର୍ଡ ଗୁଡ଼ିକରୁ ନିଷ୍ପତ୍ତି ମଗାଯିବ। ସେମାନେ ପିଲାମାନଙ୍କୁ ଡବଲ ପରୀକ୍ଷାର ଆଉ ଏକ ସୁଯୋଗ ଦେବେ ତ? ନା ସିବିଏସଇକୁ ଆଗରେ ରଖି କେନ୍ଦ୍ର ଶିକ୍ଷା ବିଭାଗ ନିଷ୍ପତ୍ତି ନେବ? ବେଷ୍ଟ ଅଫ୍ ଓ୍ବାନର ରେଜଲ୍ଟ ପ୍ରକାଶ ପାଇବ ନା ପରୀକ୍ଷାକୁ ସପ୍ଲିମେଣ୍ଟାରୀ ଢାଞ୍ଚାରେ ବିବେଚନା କରାଯିବ? ଏତେ ସବୁ ପ୍ରଶ୍ନ ଭିତରେ ଏବେ ଘାଣ୍ଟି ହେଉଛି ସିବିଏସଇର ନୂଆ ନିୟମ ।
ସେପଟେ କେନ୍ଦ୍ରକୁ ତୀବ୍ର ଭର୍ସନା କରିଛନ୍ତି ଅଭିଭାବକ ଓ ଶିକ୍ଷାବିତ। ସରକାର ଦୁଇ ପ୍ରକାର କଥା କହି ପାରିବେନି। ପ୍ରଥମେ ଜାତୀୟ ଶିକ୍ଷା ନୀତି ୨୦୨୦ ରେ କହିଲେ ବୋର୍ଡ ପରୀକ୍ଷା ଦ୍ବାଦଶ ଶ୍ରେଣୀରେ ହେବ। ଏବେ ଦଶମରେ ଦୁଇଟି ବୋର୍ଡ ପରୀକ୍ଷାର ଅର୍ଥ କଣ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ପ୍ରଶ୍ନ କରିଛି। ସେହିପରି ଶିକ୍ଷାବିତମାନେ ସିବିଏସଇ ଓ କେନ୍ଦ୍ର ସରକାରଙ୍କ ବ୍ୟବସାୟିକ ଦିଗ ଆଡ଼କୁ ଇସାରା କରିଛନ୍ତି। ଯେତେ ଥର ପରୀକ୍ଷା ହେବ, ସେତେ ଥର ଫର୍ମ ଫିଲ ଅପ୍ ହେବ। ବାରମ୍ବାର ଫର୍ମ ଫିଲ ଉପରେ ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କ ଏହା ଏକ ବ୍ୟୟ ବହୁଳ ନିଷ୍ପତ୍ତି ବୋଲି ଶିକ୍ଷାବିତ ମହଲରେ ଅଭିଯୋଗ ହୋଇଛି।
ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବାର ନିୟମ ରହିଛି। ହେଲେ ଉର୍ଦ୍ଦୁ, ବଙ୍ଗଳା, ତାମିଲ, ତେଲଗୁ, ଗୁଜୁରାଟି ଓ ମଣିପୁରୀ ପରି ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବାକୁ ସିବିଏସଇ ଚିଠା ଯୋଜନାରେ ସ୍ଥାନ ମିଳିଥିବାବେଳେ ଓଡ଼ିଆକୁ ଏଥିରୁ ବାଦ୍ ଦିଆଯାଇଥିଲା। ହେଲେ ବିଭିନ୍ନ ମହଲରୁ ଓଡ଼ିଆ ଅସ୍ମିତା ନେଇ ନିନ୍ଦା ଆସିବା ପରେ ଚିଠା ଯୋଜନାକୁ ପୁଣି ସଂଶୋଧନ କରି ଓଡ଼ିଆ ଭାଷାକୁ ସାମିଲ କରାଗଲା ।
The post ଆସନ୍ତା ଶିକ୍ଷାବର୍ଷରୁ CBSE ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ବଢିଲା ଦ୍ଵନ୍ଦ୍ଵ appeared first on .