ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେବି କରିବେ ପ୍ରଚାର

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ଏବଂ ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ। ମେ ୨୬ ତାରିଖରୁ ୨୮ ତାରିଖ ଭିତରେ ଉଭୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସାଧାରଣ ସଭାରେ ଉଦବୋଧନ ଦେବେ ଉଭୟ ରାହୁଲ ଏବଂ ଖଡଗେ।ଉଭୟ ନେତା ଦୁଇଟି ଲେଖାଏଁ କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି।ତେବେ ତାରିଖ ସ୍ଥିର ହୋଇନଥିଲେ ବି ଆଗାମୀ ଦିନରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡ଼ିଶା ଆସିବାର କାଜ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଅଜୟ କୁମାର।ଏହା ପୂର୍ବରୁ, ଗତ ବୁଧବାର ବଲାଙ୍ଗିର ଆସି ଜନସଭାକୁ ସମ୍ବୋଧନ କରିଥିଲେ। ଏଥିରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ । ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ରାହୁଲ। ରାହୁଲ କହିଥିଲେ ବିଜେପି ସବୁ କାମ ୨୨ ଜଣ ଆରବପତିଙ୍କ ପାଇଁ କରିଛି ବିଜେପି । ଆରବପତିଙ୍କ ୧୬ ଲକ୍ଷ କୋଟି ଋଣ ଛାଡ଼ କରିଛନ୍ତି । ୨୪ ବର୍ଷର ମନରେଗା ଯୋଜନା ଟଙ୍କା ଦେଇଦେଇଛନ୍ତି । କୃଷକ, ଛାତ୍ରଛାତ୍ରୀଙ୍କ ପଢ଼ା ଋଣ ଛାଡ଼ କରିନାହାନ୍ତି । କୃଷକ ଆତ୍ମହତ୍ୟା କଲେ ବି ଟିଭିରେ ଦେଖାଇବେ ନାହିଁ । ଆପଣଙ୍କ ପାଇଁ ଏହି ସରକାରରେ କିଛି ନାହିଁ । ଆପଣଙ୍କ ପକେଟ୍‌ରୁ କେବଳ GST ଯାଉଛି । କଂଗ୍ରେସ ଆସିଲେ କୋଟିଏ ଲକ୍ଷପତି ତିଆରି କରିବ । ଏହା ସହ ସେ କହିଥିଲେ କଂଗ୍ରେସ ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ, ସବୁ ବର୍ଗଙ୍କ ଗଣତି ହେବ ।

ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେବି କରିବେ ପ୍ରଚାର

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ଏବଂ ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ। ମେ ୨୬ ତାରିଖରୁ ୨୮ ତାରିଖ ଭିତରେ ଉଭୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। 

ଏହି ସମୟରେ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସାଧାରଣ ସଭାରେ ଉଦବୋଧନ ଦେବେ ଉଭୟ ରାହୁଲ ଏବଂ ଖଡଗେ।ଉଭୟ ନେତା ଦୁଇଟି ଲେଖାଏଁ କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି।ତେବେ ତାରିଖ ସ୍ଥିର ହୋଇନଥିଲେ ବି ଆଗାମୀ ଦିନରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡ଼ିଶା ଆସିବାର କାଜ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଅଜୟ କୁମାର।

ଏହା ପୂର୍ବରୁ, ଗତ ବୁଧବାର ବଲାଙ୍ଗିର ଆସି ଜନସଭାକୁ ସମ୍ବୋଧନ କରିଥିଲେ। ଏଥିରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ । ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ରାହୁଲ। ରାହୁଲ କହିଥିଲେ ବିଜେପି ସବୁ କାମ ୨୨ ଜଣ ଆରବପତିଙ୍କ ପାଇଁ କରିଛି ବିଜେପି । ଆରବପତିଙ୍କ ୧୬ ଲକ୍ଷ କୋଟି ଋଣ ଛାଡ଼ କରିଛନ୍ତି । ୨୪ ବର୍ଷର ମନରେଗା ଯୋଜନା ଟଙ୍କା ଦେଇଦେଇଛନ୍ତି । କୃଷକ, ଛାତ୍ରଛାତ୍ରୀଙ୍କ ପଢ଼ା ଋଣ ଛାଡ଼ କରିନାହାନ୍ତି । କୃଷକ ଆତ୍ମହତ୍ୟା କଲେ ବି ଟିଭିରେ ଦେଖାଇବେ ନାହିଁ । ଆପଣଙ୍କ ପାଇଁ ଏହି ସରକାରରେ କିଛି ନାହିଁ । ଆପଣଙ୍କ ପକେଟ୍‌ରୁ କେବଳ GST ଯାଉଛି । କଂଗ୍ରେସ ଆସିଲେ କୋଟିଏ ଲକ୍ଷପତି ତିଆରି କରିବ । 

ଏହା ସହ ସେ କହିଥିଲେ କଂଗ୍ରେସ ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ, ସବୁ ବର୍ଗଙ୍କ ଗଣତି ହେବ । କଂଗ୍ରେସ ଆସିଲେ କୋଟିଏ ଲକ୍ଷପତି ତିଆରି କରିବ । ପ୍ରତି ମାସ ଗରିବ ପରିବାରର ଜଣେ ମହିଳାଙ୍କୁ ୮,୫୦୦ ଯିବ । ଜୁଲାଇ ୪ରେ ପ୍ରଥମ କିସ୍ତି ଯିବ । ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ ।