ଆସନ୍ତା ସପ୍ତାହରେ ହେବ ଚମତ୍କାର! ପୃଥିବୀରୁ ଦେଖାଯିବ ସୌର ମଣ୍ଡଳ, ଏକସଙ୍ଗରେ ନଜର ଆସିବେ ୬ ଗ୍ରହ
ନୂଆଦିଲ୍ଲୀ ୧।୬: ଯଦି ଆପଣଙ୍କର ମହାକାଶ ପ୍ରତି ଆକର୍ଷଣ ଅଛି, ଅନ୍ତରୀକ୍ଷ ଓ ଗ୍ରହଙ୍କ ସମ୍ପର୍କରେ ଜାଣିବାକୁ ପସନ୍ଦ କରନ୍ତି ତେବେ ଆସନ୍ତା ସପ୍ତାହ ଆପଣଙ୍କ ଲାଗି ମଜାଦାର ହେବ। କାରଣ ଆକାଶରେ ଆପଣଙ୍କୁ ବିରଳ ଚମତ୍କାର ଦେଖିବାକୁ ମିଳିବ। ତେବେ ସବୁଠୁ ଯାହା ଖାସ କଥା ତାହା ହେଉଛି ଆପଣ ପୃଥିବୀରୁ ଏହି ଅପୂର୍ବ ଦୃଶ୍ୟ ଦେଖିପାରିବେ। ‘ଦି ଗାର୍ଡିଆନ’ ରିପୋର୍ଟ ଅନୁସାରେ ବୁଧ, ମଙ୍ଗଳ, ବୃହସ୍ପତି, ଶନି, ନେପଚୁନ ଓ ୟୁରାନ୍ସକୁ ଦେଖି ହେବ। ଏପରି ସେତେବେଳେ ହୋଇଥାଏ ଯେତେବେଳେ ସବୁ ଗ୍ରହ ସୂର୍ଯ୍ୟଙ୍କ ଗୋଟିଏ ପଟକୁ ଚାଲି ଯାଆନ୍ତି। ଆକାଶରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ସୋମବାର ସକାଳେ ଆପଣଙ୍କୁ ଦୁରବିକ୍ଷଣ ସହ ପ୍ରସ୍ତୁତ ରହିବାକୁ ପଡିବ। ୱାରୱିକ୍ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ୍ୟାନି ଷ୍ଟିଘ କହିଛନ୍ତି ଯେ ଏହି ଘଟଣା ସାରା ବିଶ୍ୱରେ ଦେଖାଯିବ। ସୂର୍ଯ୍ୟୋଦୟ ଆଖପାଖରେ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ। ଏହାକୁ ଠିକ୍ ରେ ଦେଖିବା ପାଇଁ କିଛି ଉପକରଣର ଆବଶ୍ୟକତା ପଡିପାରେ। ଏଥିରେ ୟୁରାନ୍ସ ଓ ନେପଚ୍ୟୁନ ଧୂଆଁଳିଆ ଦେଖାଯାଇପାରନ୍ତି। ଏଣୁ ଏହି ଗ୍ରହମାନଙ୍କୁ ଦେଖିବା ପାଇଁ ଭଲ ଦୂରବିକ୍ଷଣର ଆବଶ୍ୟକତା ପଡିବ। ବୃହସ୍ପତି ଓ ବୁଧ ସୂର୍ଯ୍ୟଙ୍କ ନିକଟତା ହେତୁ ସେମାନଙ୍କ ଚମକ୍ ହରାଇବେ। ପ୍ରଫେସର ଡ୍ୟାନିଙ୍କ ଅନୁସାରେ କିଛି ଗ୍ରହ ଖାଲିଆଖିକୁ ବି ଦେଖାଯାଇ ପାରନ୍ତି। ଏଥିରେ ମଙ୍ଗଳ ଓ ଶନିକୁ ଦେଖିବା ବେଶ୍ ସହ
ନୂଆଦିଲ୍ଲୀ ୧।୬: ଯଦି ଆପଣଙ୍କର ମହାକାଶ ପ୍ରତି ଆକର୍ଷଣ ଅଛି, ଅନ୍ତରୀକ୍ଷ ଓ ଗ୍ରହଙ୍କ ସମ୍ପର୍କରେ ଜାଣିବାକୁ ପସନ୍ଦ କରନ୍ତି ତେବେ ଆସନ୍ତା ସପ୍ତାହ ଆପଣଙ୍କ ଲାଗି ମଜାଦାର ହେବ। କାରଣ ଆକାଶରେ ଆପଣଙ୍କୁ ବିରଳ ଚମତ୍କାର ଦେଖିବାକୁ ମିଳିବ। ତେବେ ସବୁଠୁ ଯାହା ଖାସ କଥା ତାହା ହେଉଛି ଆପଣ ପୃଥିବୀରୁ ଏହି ଅପୂର୍ବ ଦୃଶ୍ୟ ଦେଖିପାରିବେ। ‘ଦି ଗାର୍ଡିଆନ’ ରିପୋର୍ଟ ଅନୁସାରେ ବୁଧ, ମଙ୍ଗଳ, ବୃହସ୍ପତି, ଶନି, ନେପଚୁନ ଓ ୟୁରାନ୍ସକୁ ଦେଖି ହେବ।
ଏପରି ସେତେବେଳେ ହୋଇଥାଏ ଯେତେବେଳେ ସବୁ ଗ୍ରହ ସୂର୍ଯ୍ୟଙ୍କ ଗୋଟିଏ ପଟକୁ ଚାଲି ଯାଆନ୍ତି। ଆକାଶରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ସୋମବାର ସକାଳେ ଆପଣଙ୍କୁ ଦୁରବିକ୍ଷଣ ସହ ପ୍ରସ୍ତୁତ ରହିବାକୁ ପଡିବ। ୱାରୱିକ୍ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ୍ୟାନି ଷ୍ଟିଘ କହିଛନ୍ତି ଯେ ଏହି ଘଟଣା ସାରା ବିଶ୍ୱରେ ଦେଖାଯିବ। ସୂର୍ଯ୍ୟୋଦୟ ଆଖପାଖରେ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ। ଏହାକୁ ଠିକ୍ ରେ ଦେଖିବା ପାଇଁ କିଛି ଉପକରଣର ଆବଶ୍ୟକତା ପଡିପାରେ।
ଏଥିରେ ୟୁରାନ୍ସ ଓ ନେପଚ୍ୟୁନ ଧୂଆଁଳିଆ ଦେଖାଯାଇପାରନ୍ତି। ଏଣୁ ଏହି ଗ୍ରହମାନଙ୍କୁ ଦେଖିବା ପାଇଁ ଭଲ ଦୂରବିକ୍ଷଣର ଆବଶ୍ୟକତା ପଡିବ। ବୃହସ୍ପତି ଓ ବୁଧ ସୂର୍ଯ୍ୟଙ୍କ ନିକଟତା ହେତୁ ସେମାନଙ୍କ ଚମକ୍ ହରାଇବେ। ପ୍ରଫେସର ଡ୍ୟାନିଙ୍କ ଅନୁସାରେ କିଛି ଗ୍ରହ ଖାଲିଆଖିକୁ ବି ଦେଖାଯାଇ ପାରନ୍ତି। ଏଥିରେ ମଙ୍ଗଳ ଓ ଶନିକୁ ଦେଖିବା ବେଶ୍ ସହଜ ହେବ। ନାସାର ମୋବାଇଲ ଆପ୍ ଆପଣଙ୍କୁ ଏହି ଗ୍ରହମାନଙ୍କୁ କେବେ ଓ କେଉଁଠି ଦେଖି ହେବ ବେଶ୍ ସହଜରେ ବତାଇ ଦେଇପାରିବେ। ଏହା ପରେ ମାର୍ଚ୍ଚ ୨୦୮୦ରେ ୬ ଗ୍ରହଙ୍କୁ ପୁଣି ଥରେ ଏକ ପଙକ୍ତିରେ ଦେଖାଯାଇପାରେ।