ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି ; ସିନ୍ଧୁକରେ ରଖାଯିବ ସମସ୍ତ ଅଳଙ୍କାର
କନକ ବ୍ୟୁରୋ: ରତ୍ନଭଣ୍ଡାର ମରାମତି ନେଇ ବଡ଼ ଖବର। ଆସନ୍ତା ୧୬ ତାରିଖଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏନେଇ ଆସନ୍ତା ଦୁଇଦିନ ଭିତରେ ବୈଠକ ବସିବ ବୋଲି ସୂଚନା ମିଳିଛି। ମରାମତି କରିବା ପାଇଁ ଦିନକୁ ୫ଘଣ୍ଟାର ସମୟ ଆବଶ୍ୟକ। ଗତ ଜୁଲାଇ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଖୋଲାଯାଇଥିଲା । ସମସ୍ତ ଅଳଙ୍କାର ସିନ୍ଧୁକରେ ନେଇ ଶ୍ରୀମନ୍ଦିରରେ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ରତ୍ନଭଣ୍ଡାରର ମରାମତି କାମ ଆରମ୍ଭ ହୋଇନାହିଁ। ପୂର୍ବରୁ କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାର ମରାମତି କରାଯିବ ବୋଲି କୁହାଯାଇଥିଲା।