ଆସନ୍ତା ୧୭ରେ ଆରମ୍ଭ ହେବ ରତ୍ନଭଣ୍ତାର କାମ : ଆଇନମନ୍ତ୍ରୀଙ୍କ ସୂଚନା ମରାମତି ପରେ ହେବ ଗଣତି ମଣତି
କନକ ବ୍ୟୁରୋ: ଆସନ୍ତା ୧୭ ତାରିଖରୁ ରତ୍ନ ଭଣ୍ଡାର ମରାମତି ନିଷ୍ପତ୍ତି । ଦ୍ବିତୀୟ ଭୋଗ ମଣ୍ଡପ ପରେ ୫ଘଣ୍ଟା ପର୍ୟ୍ୟନ୍ତ ମରାମତି ପାଇଁ ସମୟ ଧାର୍ଯ୍ୟ । ସ୍ୱତନ୍ତ୍ର ଭାବେ ନୀତି ନିର୍ଘଣ୍ଟ ପ୍ରସ୍ତୁତ । ଗତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ରତ୍ନ ଭଣ୍ଡାର ମରାମତି ନେଇ ଆଲୋଚନା କରାଯାଇଛି । ଭିତର ଓ ବାହାର ରତ୍ନ ଭଣ୍ଡାରର ମରାମତି ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗ ଦର୍ଶିକା ଅନୁସାରେ କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଛି । ମରାମତି ସମୟରେ ଭକ୍ତ ଶ୍ରଦ୍ଧାଳୁ ବାହାର କାଠରୁ ଶ୍ରୀଜିୟୁଙ୍କୁ ଦର୍ଶନ କରିପାରିବେ । ଏ ନେଇ ସ୍ବତନ୍ତ୍ର ବୈଠକ କରାଯାଇଥିବା ବେଳେ ମରାମତି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲପାଳ ମତ ରଖିଛନ୍ତି । ମରାମତି ସମୟରେ ସାଧାରଣ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିଥିବା ଯୋଗୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ବ୍ୟାପକ ଫୋର୍ସ ମୁତୟନ କରାଯିବ । ମରାମତି ପାଇଁ ଏଏସଆଇ ଓ ଅଧିକୃତ ଅଧିକାରୀ,ସେବାୟତଙ୍କ ମାର୍ଗ ଦର୍ଶିକା ଅନୁସାରେ ଯାଞ୍ଚ କରାଯିବ । ଭକ୍ତ ମାନେ ଯେଉଁଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି । ଅନ୍ୟପଟେ ମରାମତି କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ସେବାୟତଙ୍କ ପକ୍ଷରୁ ଯୋଗାଇ ଦିଆଯିବା ନେଇ ମତ ପ୍ରକାଶ ପାଇଛି । ମରାମ

କନକ ବ୍ୟୁରୋ: ଆସନ୍ତା ୧୭ ତାରିଖରୁ ରତ୍ନ ଭଣ୍ଡାର ମରାମତି ନିଷ୍ପତ୍ତି । ଦ୍ବିତୀୟ ଭୋଗ ମଣ୍ଡପ ପରେ ୫ଘଣ୍ଟା ପର୍ୟ୍ୟନ୍ତ ମରାମତି ପାଇଁ ସମୟ ଧାର୍ଯ୍ୟ । ସ୍ୱତନ୍ତ୍ର ଭାବେ ନୀତି ନିର୍ଘଣ୍ଟ ପ୍ରସ୍ତୁତ । ଗତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ରତ୍ନ ଭଣ୍ଡାର ମରାମତି ନେଇ ଆଲୋଚନା କରାଯାଇଛି । ଭିତର ଓ ବାହାର ରତ୍ନ ଭଣ୍ଡାରର ମରାମତି ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗ ଦର୍ଶିକା ଅନୁସାରେ କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଛି ।
ମରାମତି ସମୟରେ ଭକ୍ତ ଶ୍ରଦ୍ଧାଳୁ ବାହାର କାଠରୁ ଶ୍ରୀଜିୟୁଙ୍କୁ ଦର୍ଶନ କରିପାରିବେ । ଏ ନେଇ ସ୍ବତନ୍ତ୍ର ବୈଠକ କରାଯାଇଥିବା ବେଳେ ମରାମତି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲପାଳ ମତ ରଖିଛନ୍ତି । ମରାମତି ସମୟରେ ସାଧାରଣ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିଥିବା ଯୋଗୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ବ୍ୟାପକ ଫୋର୍ସ ମୁତୟନ କରାଯିବ । ମରାମତି ପାଇଁ ଏଏସଆଇ ଓ ଅଧିକୃତ ଅଧିକାରୀ,ସେବାୟତଙ୍କ ମାର୍ଗ ଦର୍ଶିକା ଅନୁସାରେ ଯାଞ୍ଚ କରାଯିବ ।
ଭକ୍ତ ମାନେ ଯେଉଁଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି । ଅନ୍ୟପଟେ ମରାମତି କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ସେବାୟତଙ୍କ ପକ୍ଷରୁ ଯୋଗାଇ ଦିଆଯିବା ନେଇ ମତ ପ୍ରକାଶ ପାଇଛି । ମରାମତି ପରେ ରତ୍ନ ଭଣ୍ଡାରର ଗଣତି ମଣତି ଶୀଘ୍ର ଶେଷ କରିବାକୁ କୁହାଯାଇଛି ।
ଶ୍ରୀ ମନ୍ଦିର ଦ୍ୱାର ପିଠା ନୀତି ଠାରୁ ଦ୍ୱାର ବନ୍ଦ ନୀତି ପର୍ୟ୍ୟନ୍ତ ସମସ୍ତ ନୀତି କାନ୍ତି ଶୃଙ୍ଖଳିତ ଭାବେ କରାଯାଇପାରିଲେ ଭଣ୍ଡାର ଘର ମରାମତି ପାଇଁ ଆବଶ୍ୟକୀୟ ସମୟ ମିଳିପାରିବ ବୋଲି ଆଶାବ୍ୟକ୍ତ କରାଯାଇଛି ।
ଏଥିସହ ସେ କହିଛନ୍ତି ପୂର୍ବରୁ ଜିପିଏସ ରିପୋର୍ଟ ଆସିବା ପରେ ଏଏସଆଈକୁ ଅନୁମତି ପତ୍ର ଦିଆଯାଇଥିଲା ,ଛତିଶା ନିଯୋଗସହ ଶ୍ରୀ ମନ୍ଦିର ପ୍ରଶାସନର ଆଲୋଚନା ଶେଷ ହୋଇସାରିଛି , ମରାମତି ନେଇ କାର୍ଯ୍ୟସୂଚୀ ଦାଖଲ କରିସାରିଛି ଏଏସଆଈ .୧୭ରେ ମରାମତି କାମ ଆରମ୍ଭ ହେବା ପରେ ରତ୍ନଭଣ୍ଡାରର ଗଣତି ମଣତି ହେବ