ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ASI
ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ପ୍ରାରମ୍ଭିକ ନିରୀକ୍ଷଣ ଆରମ୍ଭ ହେବ। ASI ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ହେବ ନିରୀକ୍ଷଣ।
ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ASI । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଲା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ପ୍ରାରମ୍ଭିକ ନିରୀକ୍ଷଣ ଆରମ୍ଭ ହେବ। ASI ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ହେବ ନିରୀକ୍ଷଣ।
ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ନେବେ। ପୂର୍ବରୁ ବାହାର ଓ ଭିତର ରତ୍ନଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର ହୋଇଛି। ସେହିପରି ଖାଲି ଆଲମିରା, ସିନ୍ଦୁକଗୁଡ଼ିକୁ ବି ସ୍ଥାନାନ୍ତର କରାଯାଇଛି। ତାପରେ ଏଏସଆଇକୁ ସଂରକ୍ଷଣ ତଥା ମରାମତି ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ।