ଆସନ୍ତା ୨୦ ଯାଏ ଘଡ଼ଘଡ଼ି ସହ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୫।୩(ଅନୁରାଧା ମହାରଣା): ରାଜ୍ୟରେ ତାତି ସହ ଗୁଳୁଗୁଳି ଜାରି ରହିଥିତ୍ବାବେଳେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହେଉଛି। ତେବେ ଆସନ୍ତା ୫ଦିନ ଅର୍ଥାତ୍‌ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ଓ ବର୍ଷା ପରିମାଣ ବଢ଼ିବ। ୩ଦିନ ପରେ ତାପମାତ୍ରାରେ ୩ରୁ ୫ ଡିଗ୍ରୀ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢ଼େଙ୍କାନାଳ, […] The post ଆସନ୍ତା ୨୦ ଯାଏ ଘଡ଼ଘଡ଼ି ସହ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ appeared first on Dharitri Odia News.

ଆସନ୍ତା ୨୦ ଯାଏ ଘଡ଼ଘଡ଼ି ସହ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୫।୩(ଅନୁରାଧା ମହାରଣା): ରାଜ୍ୟରେ ତାତି ସହ ଗୁଳୁଗୁଳି ଜାରି ରହିଥିତ୍ବାବେଳେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହେଉଛି। ତେବେ ଆସନ୍ତା ୫ଦିନ ଅର୍ଥାତ୍‌ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ଓ ବର୍ଷା ପରିମାଣ ବଢ଼ିବ। ୩ଦିନ ପରେ ତାପମାତ୍ରାରେ ୩ରୁ ୫ ଡିଗ୍ରୀ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢ଼େଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବୌଦ୍ଧ, ସୋନପୁର, ସୁନ୍ଦରଗଡ଼, ନବରଙ୍ଗପୁର ଆଦି ଜିଲାକୁ ୟେଲୋ ଓ୍ବାର୍ନି ଦିଆଯାଇଛି। ରବିବାର ମଧ୍ୟ ଅଧା ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

The post ଆସନ୍ତା ୨୦ ଯାଏ ଘଡ଼ଘଡ଼ି ସହ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ appeared first on Dharitri Odia News.