ଆସନ୍ତା ୨୦ରୁ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅତିଥି ପ୍ରଶିକ୍ଷକ ସଂଘର ଆମରଣ ଅନଶନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଓଡିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ (ଆଇଟିଆଇ) ଅନୁଷ୍ଠାନରେ କାର୍ଯ୍ୟରତ ଥବା ଅତିଥି ପ୍ରଶିକ୍ଷକ ମାନଙ୍କୁ ମାସିକ ଦରମା ସମେତ ଚାକିରୀ ସୁରକ୍ଷା ପ୍ରଦାନ କରିବା ଦାବି ନେଇ ଆମରଣ ଅନଶନ ପ୍ରସ୍ତୁତି ପାଇଁ ଆଜି ସୋନପୁର ଷ୍ଟାର୍ ହେଲଥ୍ ଇନ୍ସୁରେନ୍ସ ସଭାଗୃହ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଓଡିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ଥିବା ପ୍ରାୟ ୬୦୦ ଜଣ […] The post ଆସନ୍ତା ୨୦ରୁ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅତିଥି ପ୍ରଶିକ୍ଷକ ସଂଘର ଆମରଣ ଅନଶନ appeared first on Odisha.News.

ଆସନ୍ତା ୨୦ରୁ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅତିଥି ପ୍ରଶିକ୍ଷକ ସଂଘର ଆମରଣ ଅନଶନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଓଡିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ (ଆଇଟିଆଇ) ଅନୁଷ୍ଠାନରେ କାର୍ଯ୍ୟରତ ଥବା ଅତିଥି ପ୍ରଶିକ୍ଷକ ମାନଙ୍କୁ ମାସିକ ଦରମା ସମେତ ଚାକିରୀ ସୁରକ୍ଷା ପ୍ରଦାନ କରିବା ଦାବି ନେଇ ଆମରଣ ଅନଶନ ପ୍ରସ୍ତୁତି ପାଇଁ ଆଜି ସୋନପୁର ଷ୍ଟାର୍ ହେଲଥ୍ ଇନ୍ସୁରେନ୍ସ ସଭାଗୃହ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଓଡିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ଥିବା ପ୍ରାୟ ୬୦୦ ଜଣ ଅତିଥି ପ୍ରଶିକ୍ଷକ ଗଣ ଦୀର୍ଘ ବର୍ଷ ହେଲା ନିରବଚ୍ଛିନ ଭାବରେ ସ୍ୱଳ୍ପ ଦରମାରେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ ସୁଦ୍ଧା ସରକାର ଏମାନଙ୍କ ଦାବୀ ପ୍ରତି କୌଣସି ଦୃଷ୍ଟି ଆକର୍ଷଣ କରି ନ ଥିବା ଯୋଗୁଁ ଶିକ୍ଷକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏପରିକି ଓଡିଶା ରାଜ୍ୟର ଆର୍ଥକ ସଙ୍କଟ ଥିବା ସମୟରେ ମଧ୍ୟ ସ୍ୱଳ୍ପ ଦରମାରେ କାମ କରି ଆସୁଥିବା ବେଳେ ସରକାର ଏମାନଙ୍କ ଦାବୀକୁ ଆଦୌ ଶୁଣୁ ନ ଥିବା କହିଛନ୍ତି ବରଂ ଓଲଟା ଏମାନଙ୍କୁ ଆର୍ଥିକ ଓ ମାନସିକ ଟର୍ଚର ଦେଇ ଆସୁଥିବା କହିଛନ୍ତି। ଅତିଥି ପ୍ରଶିକ୍ଷକ ନାମକୁ ପରିବର୍ତନ କରି କେବଳ ପ୍ରଶିକ୍ଷକ ମାନ୍ୟତା ପ୍ରଦାନ କରାଯିବା, ଯେଉଁ ଅତିଥି ପ୍ରଶିକ୍ଷକ ମାନଙ୍କୁ ବହିଷ୍କାର କରାଯାଇଛି ସେମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରାଯିବା, ବାର୍ଷିକ କିଛି ଦିନ ଦେୟ ଯୁକ୍ତ ଛୁଟି ସମେତ ମହିଳା ଅତିଥି ପ୍ରଶିକ୍ଷକ ମାନଙ୍କୁ ମାତୃତ୍ଵ ଛୁଟି ପ୍ରଦାନ କରାଯିବାକୁ, ଅତିଥି ପ୍ରଶିକ୍ଷକ ମାନଙ୍କୁ ମିଳୁଥିବା ଦରମା ଯାହା ପ୍ରତି କ୍ଳାସ ହିସାବରେ ମିଳୁଛି ତାହାକୁ ମାସିକ ସ୍ଥିର ଦରମା କରିବା ସହ ଜଣେ ନିୟମିତ ପ୍ରଶିକ୍ଷକଙ୍କ ସର୍ବନିମ୍ନ ଦରମା ଯାହା ପ୍ରଦାନ କରାଯିବା, ଦୀର୍ଘ ବର୍ଷ ଧରି କାମ କରି ଆସୁଥବା କୌଣସି ଅତିଥି ପ୍ରଶିକ୍ଷକଙ୍କୁ ବହିଷ୍କାର କରା ନ ଯିବାକୁ , ପ୍ରତିବର୍ଷ ଅଧ୍ୟକ୍ଷ ମାନେ ମନଇଚ୍ଛା ଛଟେଇ ତଥା ଦରମା ବନ୍ଦ କରୁଥିବା ପ୍ରକ୍ରିୟା ବନ୍ଦ କରିବା ସଙ୍ଗେ ସଙ୍ଗେ ପ୍ରତିବର୍ଷ ଚୟନ ପ୍ରକ୍ରିୟା ଆବଶ୍ୟକ‌ତା ନ ଥାଇ ବାରମ୍ବାର ଚୟନ ପ୍ରକିୟାକୁ ସମ୍ପୁର୍ଣ ଭାବେ ବନ୍ଦ କରାଯିବା ପ୍ରମୁଖ ଆଠ ଦଫା ଦାବୀ ନେଇ ଏ ପ୍ରଶିକ୍ଷକ ମାନେ ଆଜି ସୋନପୁର ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ରେ କ୍ଷୋଭ ପ୍ରକାଶ କରିଛନ୍ତି। ଏବଂ ଖୁବ୍ ଶୀଘ୍ର ସରକାର ଏ ସବୁ ଦାବୀ ଉପରେ ଗୁରୁତ୍ୱ ନ ଦେଲେ ଆସନ୍ତା ୨୦ ତାରିଖରୁ ରାଜ୍ୟ ବ୍ୟାପୀ ସଂଘ ଆମରଣକୁ ଓହ୍ଲାଇବାକୁ ସାମ୍ୱାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

The post ଆସନ୍ତା ୨୦ରୁ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅତିଥି ପ୍ରଶିକ୍ଷକ ସଂଘର ଆମରଣ ଅନଶନ appeared first on Odisha.News.