ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଭିଜିବ ଉପକୂଳ ଓଡ଼ିଶା

ଭୁବନେଶ୍ଵର:  ଭିଜିବ ଉପକୁଳ । ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ମଧ୍ୟ ହେବ ବର୍ଷା । ଆସନ୍ତା ୨୪ ଘଣ୍ଟାରେ କାଳ ବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।  କିନ୍ତୁ ଗୁଳୁଗୁଳିରୁ ମିଳିବନି ତ୍ରାହି । ୭ ପରେ କମିପାରେ ଆଦ୍ରତା ମିଳିପାରେ ଗୁଳୁଗୁଳିରୁ ଆଶ୍ୱସ୍ତି । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି। ଉପକୁଳରେ କାଳ ବୈଶାଖୀ ପ୍ରଭାବ ରହିବ। ୧୨ ଯାଏଁ ୪୦ଡିଗ୍ରୀ ତଳେ ତାପମାତ୍ରା ରହିବ। ତେବେ କାଳ ବୈଶାଖୀ ସମେତ ରାଜ୍ୟରେ ତାପମାତ୍ରା ମଧ୍ୟ ଅନୁଭୂତ ହେବ । ତେବେ ରାଜ୍ୟରେ ମୌସୁମୀର ପ୍ରବେଶ ଜୁନ ୧୦ ପୂର୍ବରୁ ଆକଳନ ଅସମ୍ଭବ ବୋଲି କହିଛନ୍ତି । Also read: ଆଠଗଡ ଅଞ୍ଚଳରେ ବିଶ୍ବର ବିରଳ ପକ୍ଷୀ : ଦେଲେଣି ୮୨ ଅଣ୍ଡା, ବାହାରିଲେଣି ୩୫ ଛୁଆଆସନ୍ତା ୨୪ ଘଣ୍ଟାରେ ବର୍ଷା । ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା। ବିଶେଷ ଭାବେ ଉପକୂଳ ଓଡିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚାଲରେ ବର୍ଷାର ସମ୍ଭାବନା ରହିଛି। ତେବେ ଗତ ୧୭ ଦିନରୁ ଅଧିକ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ସିଝୁଥିବା ବେଲେ ତାତିରୁ ମିଳିବ ଆଶ୍ୱସ୍ତି । ଆଗାମୀ ୫ ଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଗାମୀ ୨ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ। କିନ୍ତୁ ବିସ୍ତୃତି ଜିଲ୍ଲାଙ୍କ ସଂଖ୍ୟା କମ ରହିବ। ଏନେଇ ଆସନ୍ତା ୨୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ, ଅ

ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଭିଜିବ ଉପକୂଳ ଓଡ଼ିଶା

ଭୁବନେଶ୍ଵର:  ଭିଜିବ ଉପକୁଳ । ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ମଧ୍ୟ ହେବ ବର୍ଷା । ଆସନ୍ତା ୨୪ ଘଣ୍ଟାରେ କାଳ ବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।  କିନ୍ତୁ ଗୁଳୁଗୁଳିରୁ ମିଳିବନି ତ୍ରାହି । ୭ ପରେ କମିପାରେ ଆଦ୍ରତା ମିଳିପାରେ ଗୁଳୁଗୁଳିରୁ ଆଶ୍ୱସ୍ତି । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି। ଉପକୁଳରେ କାଳ ବୈଶାଖୀ ପ୍ରଭାବ ରହିବ। ୧୨ ଯାଏଁ ୪୦ଡିଗ୍ରୀ ତଳେ ତାପମାତ୍ରା ରହିବ। ତେବେ କାଳ ବୈଶାଖୀ ସମେତ ରାଜ୍ୟରେ ତାପମାତ୍ରା ମଧ୍ୟ ଅନୁଭୂତ ହେବ । ତେବେ ରାଜ୍ୟରେ ମୌସୁମୀର ପ୍ରବେଶ ଜୁନ ୧୦ ପୂର୍ବରୁ ଆକଳନ ଅସମ୍ଭବ ବୋଲି କହିଛନ୍ତି । 

Also read: ଆଠଗଡ ଅଞ୍ଚଳରେ ବିଶ୍ବର ବିରଳ ପକ୍ଷୀ : ଦେଲେଣି ୮୨ ଅଣ୍ଡା, ବାହାରିଲେଣି ୩୫ ଛୁଆ

ଆସନ୍ତା ୨୪ ଘଣ୍ଟାରେ ବର୍ଷା । ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା। ବିଶେଷ ଭାବେ ଉପକୂଳ ଓଡିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚାଲରେ ବର୍ଷାର ସମ୍ଭାବନା ରହିଛି। ତେବେ ଗତ ୧୭ ଦିନରୁ ଅଧିକ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ସିଝୁଥିବା ବେଲେ ତାତିରୁ ମିଳିବ ଆଶ୍ୱସ୍ତି । ଆଗାମୀ ୫ ଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଗାମୀ ୨ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ। କିନ୍ତୁ ବିସ୍ତୃତି ଜିଲ୍ଲାଙ୍କ ସଂଖ୍ୟା କମ ରହିବ। ଏନେଇ ଆସନ୍ତା ୨୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

ସେହିପରି ବିଜୁଳି ଘଡଘଡି ଜନିତ ବର୍ଷା ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,, ଗଜପତି, କେନ୍ଦୁଝର,ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ,ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ବର୍ଷା ସହ କେତେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୩୦_୪୦ କିମି ରହିବ । ୫ ରେ ମଧ୍ୟ ଉପକୁଳ ଓଡ଼ିଶାର ଅନେକ ସ୍ଥାନରେ କାଳ ବୈଶାଖୀ ବର୍ଷା ହେବ । ୨ ଦିନ ପରେ କମିବ ତାତି। ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବ ଦିନ ତାପମାତ୍ରା।ରାଜ୍ୟରେ ୭ ତାରିଖ ପରେ ବର୍ଷାର ବିସ୍ତୃତି ବଢିବାର ସମ୍ଭାବନା ରହିଛି।କିଛି କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ। 

ରାଜ୍ୟରେ ଗୁଳୁଗୁଳିର ପ୍ରକୋପ ଅସହ୍ୟ କରୁଛି । ଆଦ୍ରତା ୮୦ ପ୍ରତିଶତ ରହୁଥିବା କାରଣରୁ ଏଭଳି ଗୁଳୁଗୁଳି ଅନୁଭୁତ ହେଉଥିବା କହିଛି ପାଣିପାଗ କେନ୍ଦ୍ର । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ମେ ରେ ତାପମାତ୍ରା ରହିବ କିନ୍ତୁ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଦେବ ।

ତାପମାତ୍ରା କମିବାର କାରଣ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟରେ ପ୍ରବେଶ ହେଉଥିବା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି। ବଙ୍ଗୋପସାଗରରୁ ଆସୁଥିବା ପବନ ଧୀରେ ଧୀରେ ସବଳ ହେଉଛି। ଯାହା କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପରେ ରାଜ୍ୟରେ ଗୁଳୁଗୁଳି କମିବାର ମଧ୍ୟ ସମ୍ଭାବନା ରହିଛି।୭ ଓ  ୮ ତାରିଖ ବେଳକୁ ସାରା  ରାଜ୍ୟରେ ବର୍ଷା ସହ ବର୍ଷର  ପରିମାଣ ବଢିବ। ସେପଟେ  ବାୟୁ ଚଳାଚଳକୁ   ନେଇ ରାଜ୍ୟରେ  ପାଗ  ବଦଳିଥିବା ବେଳେ ତାପମାତ୍ରାରେ  ହ୍ରାସ  ଘଟିଛି ।