ଆସନ୍ତା ୨୬ରେ ଓଡ଼ିଶା ଆସିବେ ବରିଷ୍ଠ ନେତା ଚରଣ ଦାସ ମହନ୍ତ, କିଏ ପିସିସି ସଭାପତି ହେବେ ସେ ନେଇ ହେବ ଆଲୋଚନା

ଭୁବନେଶ୍ବର ୧୯।୧୦: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ l ଓଡ଼ିଶାର କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ । ତାଙ୍କ ସହ ରାହୁଲ ଗାନ୍ଧୀଙ୍କ କୋର୍ ଟିମ୍‌ରେ କାମ କରୁଥିବା ମିନାକ୍ଷୀ ନଟରାଜନ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି । ଉଭୟ ବରିଷ୍ଠ ନେତା ପୂର୍ବତନ ପିସିସି ସଭାପତି, ଯୁବ ନେତାଙ୍କୁ ଭେଟିବେ । କିଏ ପିସିସି ସଭାପତି ହେବେ ସେ ନେଇ ଆଲୋଚନା ହେବ l ବିଧାୟକ ଦଳ ମତାମତ ନେବା ପାଇଁ ଡକାଯାଇଛି l ହାଇକମାଣ୍ଡ ଯାହାକୁ ସଭାପତି କରିବେ ଆମେ ମାନିବୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ।ତେବେ ଦୀପାବଳି ପୂର୍ବରୁ ପିସିସି ସଭାପତି ଘୋଷଣା ହେଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଦୁଇ ନେତାଙ୍କୁ ଓଡିଶା ପିସିସି ସଭାପତି ବାଛିବା ପାଇଁ ଦାୟିତ୍ୱ ଦିଆଯାଇଛି । ଦୁଇ ଦିନ ଉଭୟ ଓଡ଼ିଶାରେ ରହିବେ । ସଂଗଠନ ଓ ନେତୃତ୍ୱ ବାବଦରେ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ । You Can Read:ସ୍ପା ନାଁରେ ଚାଲିଥିଲା ସେକ୍ସ ରାକେଟ୍ : ମାଲିକଙ୍କୁ ଉଠାଇନେଲା ପୋଲିସ, ଯୁବତୀ ଉଦ୍ଧାର  

ଆସନ୍ତା ୨୬ରେ ଓଡ଼ିଶା ଆସିବେ ବରିଷ୍ଠ ନେତା ଚରଣ ଦାସ ମହନ୍ତ, କିଏ ପିସିସି ସଭାପତି ହେବେ ସେ ନେଇ ହେବ ଆଲୋଚନା

ଭୁବନେଶ୍ବର ୧୯।୧୦: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ l ଓଡ଼ିଶାର କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ । ତାଙ୍କ ସହ ରାହୁଲ ଗାନ୍ଧୀଙ୍କ କୋର୍ ଟିମ୍‌ରେ କାମ କରୁଥିବା ମିନାକ୍ଷୀ ନଟରାଜନ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି । ଉଭୟ ବରିଷ୍ଠ ନେତା ପୂର୍ବତନ ପିସିସି ସଭାପତି, ଯୁବ ନେତାଙ୍କୁ ଭେଟିବେ । କିଏ ପିସିସି ସଭାପତି ହେବେ ସେ ନେଇ ଆଲୋଚନା ହେବ l ବିଧାୟକ ଦଳ ମତାମତ ନେବା ପାଇଁ ଡକାଯାଇଛି l ହାଇକମାଣ୍ଡ ଯାହାକୁ ସଭାପତି କରିବେ ଆମେ ମାନିବୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ।

ତେବେ ଦୀପାବଳି ପୂର୍ବରୁ ପିସିସି ସଭାପତି ଘୋଷଣା ହେଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଦୁଇ ନେତାଙ୍କୁ ଓଡିଶା ପିସିସି ସଭାପତି ବାଛିବା ପାଇଁ ଦାୟିତ୍ୱ ଦିଆଯାଇଛି । ଦୁଇ ଦିନ ଉଭୟ ଓଡ଼ିଶାରେ ରହିବେ । ସଂଗଠନ ଓ ନେତୃତ୍ୱ ବାବଦରେ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ । 

You Can Read:

ସ୍ପା ନାଁରେ ଚାଲିଥିଲା ସେକ୍ସ ରାକେଟ୍ : ମାଲିକଙ୍କୁ ଉଠାଇନେଲା ପୋଲିସ, ଯୁବତୀ ଉଦ୍ଧାର