ଆସନ୍ତାକାଲି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
କଣାସ: ସତ୍ୟବାଦୀ ଠାରେ ଓଡ଼ିଆ ଭାଷାର ଏନ୍ତୁଡ଼ି ସାଳକୁ ଓଡ଼ିଆ ବିଶ୍ୱବିଦ୍ୟଳୟ ରୂପରେ ଓଡ଼ିଶା ବାସୀଙ୍କୁ ଭେଟିଦେବେ ରାଜ୍ୟ ସରକାର । ଆସନ୍ତାକାଲି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଶୁଭ ଉଦଘାଟନ କରିବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ସତ୍ୟବାଦୀ ମାଟି ଚଳଚଞ୍ଚଳ ହେବା ସହିତ ଉଦଘାଟନ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଛି। Also read- ପାଇପ୍ ଲାଇନ୍ କାମ ବେଳେ ଅଘଟଣ : ମାଟି ଅତଡା ଧସି ୨ ଶ୍ରମିକଙ୍କ ମୃତ୍ୟୁ ପୁରୀ ଜିଲ୍ଲା ସତ୍ୟବାଦୀ ରେ ସଜେଇ ହେଉଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ। ବକୁଳ ବନରେ ଦୀର୍ଘ ୪ ବର୍ଷ ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଭିର୍ତ୍ତି ସ୍ଥାପନ କରିଥିଲେ ରାଜ୍ୟ ସରକାର। ଏହାରି ଭିତରେ ପ୍ରଥମ ପର୍ଯ୍ୟାୟରେ ୯ ଏକର ଜମିରେ ୩୦ କୋଟି ଟଙ୍କା ବିନିମୟ ରେ ସମ୍ପୂର୍ଣ ହୋଇଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ। ସୁନ୍ଦର ଆଲୋକୀକରଣ ସୁନ୍ଦର ପରିବେଶ ସହିତ ଓଡ଼ିଆ ଭାଷା ବିକାଶର ଗାଥା କୁ ଲିପି ବଧ ହୋଇଛି ଏହି ବିଶ୍ୱ ବିଦ୍ୟାଳୟ ର କାନ୍ଥ ବାଡ଼ରେ। ଖଣ୍ଡେ ଲାଇଟ ପଥର ଓ ବାହାର ଦେଶରୁ ଚାଇନାର ପ୍ଲେଟ, ଇଟାଲୀର ଟାଇଲ ଓ ବେଲଜିଅମ ରୁ ଆସିଥିବା କାଚ ଯାହା ଦୁଇ ସହ କିଲୋମିଟର ବେଗରେ ପବନ ହେଲେ ବି କୌଣସି କ୍ଷତି ହେବନାହିଁ ସେହିଭଳି ବାହାର ଦେଶରୁ ଆସିଥିବା କଟନ ଷ୍ଟିଲ ଯାହା କେବେ ବି ଖରା ବର୍ଷାରେ କଳଙ୍କି ଲାଗିବ ନାହିଁ । ଏହି ପ୍ରକଳ୍ପ ର
କଣାସ: ସତ୍ୟବାଦୀ ଠାରେ ଓଡ଼ିଆ ଭାଷାର ଏନ୍ତୁଡ଼ି ସାଳକୁ ଓଡ଼ିଆ ବିଶ୍ୱବିଦ୍ୟଳୟ ରୂପରେ ଓଡ଼ିଶା ବାସୀଙ୍କୁ ଭେଟିଦେବେ ରାଜ୍ୟ ସରକାର । ଆସନ୍ତାକାଲି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଶୁଭ ଉଦଘାଟନ କରିବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ସତ୍ୟବାଦୀ ମାଟି ଚଳଚଞ୍ଚଳ ହେବା ସହିତ ଉଦଘାଟନ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଛି।
Also read- ପାଇପ୍ ଲାଇନ୍ କାମ ବେଳେ ଅଘଟଣ : ମାଟି ଅତଡା ଧସି ୨ ଶ୍ରମିକଙ୍କ ମୃତ୍ୟୁ
ପୁରୀ ଜିଲ୍ଲା ସତ୍ୟବାଦୀ ରେ ସଜେଇ ହେଉଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ। ବକୁଳ ବନରେ ଦୀର୍ଘ ୪ ବର୍ଷ ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଭିର୍ତ୍ତି ସ୍ଥାପନ କରିଥିଲେ ରାଜ୍ୟ ସରକାର। ଏହାରି ଭିତରେ ପ୍ରଥମ ପର୍ଯ୍ୟାୟରେ ୯ ଏକର ଜମିରେ ୩୦ କୋଟି ଟଙ୍କା ବିନିମୟ ରେ ସମ୍ପୂର୍ଣ ହୋଇଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ। ସୁନ୍ଦର ଆଲୋକୀକରଣ ସୁନ୍ଦର ପରିବେଶ ସହିତ ଓଡ଼ିଆ ଭାଷା ବିକାଶର ଗାଥା କୁ ଲିପି ବଧ ହୋଇଛି ଏହି ବିଶ୍ୱ ବିଦ୍ୟାଳୟ ର କାନ୍ଥ ବାଡ଼ରେ।

ଖଣ୍ଡେ ଲାଇଟ ପଥର ଓ ବାହାର ଦେଶରୁ ଚାଇନାର ପ୍ଲେଟ, ଇଟାଲୀର ଟାଇଲ ଓ ବେଲଜିଅମ ରୁ ଆସିଥିବା କାଚ ଯାହା ଦୁଇ ସହ କିଲୋମିଟର ବେଗରେ ପବନ ହେଲେ ବି କୌଣସି କ୍ଷତି ହେବନାହିଁ ସେହିଭଳି ବାହାର ଦେଶରୁ ଆସିଥିବା କଟନ ଷ୍ଟିଲ ଯାହା କେବେ ବି ଖରା ବର୍ଷାରେ କଳଙ୍କି ଲାଗିବ ନାହିଁ । ଏହି ପ୍ରକଳ୍ପ ରେ ବ୍ୟବହାର କରାଯାଇ ସମ୍ପୂର୍ଣ କରାଯାଇଛି। ୨୦୨୦ରୁ ଆରମ୍ଭ ହୋଇ ୨୦୨୪ରେ ଶେଷ କରାଯାଇ ଏହି ଐତିହାସିକ ପ୍ରକଳ୍ପକୁ ଆସନ୍ତାକାଲି ଓଡିଶାବାସୀଙ୍କୁ ଭେଟି ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ନେଇ ଅଞ୍ଚଳ ବାସୀଙ୍କ ମନରେ ପ୍ରବଳ ଉତ୍ସାହ ଦେଖା ଦେଇଛି ।

ଓଡିଶା ଇତିହାସରେ ଲିପି ବଧ ହୋଇ ରହିବ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଗାଥା। ଓଡ଼ିଆ ଭାଷା ବିକାଶ, ଓଡ଼ିଆ ଭାଷା ବିଜ୍ଞାନ ବିଭାଗ, ଆଦିବାଦୀ ଭାଷା ଐତିହ୍ୟ ଭଳି ୩ ଟି ବିଭାଗରେ ୨୪ଟି ଲେଖାଏ ସିଟ ରହିଥିବା ବେଳେ ପ୍ରଥମ ବର୍ଷ ଏହି ତିନି ବିଭାଗରୁ ୭୨ ଜଣ ଛାତ୍ର ଛତ୍ରୀ ନାମ ଲେଖାଇ ଅଧ୍ୟୟନ ଆରମ୍ଭ କରୁଛନ୍ତି। ବିଶ୍ଵବିଦ୍ୟାଳୟରେ କୁଳପତି ନିଯୁକ୍ତି ହେବାସହିତ ପରିସର ଭିତରେ ସୁନ୍ଦର ଶ୍ରେଣୀଗୃହ, କ୍ୟାଣ୍ଟିନ, ଲାଇବ୍ରେରୀ ଭିତରେ ରହିଛି ୨ ହଜାର ବର୍ଷ ଭିତରେ ଓଡ଼ିଆ ଭାଷାର ଶତାବ୍ଦି ପରେ ଶତାବ୍ଦି କ୍ରମଶଃ କିଭଳି ଓଡ଼ିଆ ଭାଷାର ବିକାଶ ହୋଇଛି ଏହା ସହିତ ଓଡ଼ିଆ ବର୍ଣ୍ଣମାଳାର ସୁନ୍ଦର ଲେଖାକୁ ସମ୍ପୂର୍ଣ୍ଣ ବିବରଣୀରେ ଲିପି ବଦ୍ଧ ହୋଇ ରହିଛି ବିଶ୍ୱ ବିଦ୍ୟାଳୟର କାନ୍ଥ ରେ ଯାହା ସ୍ପଷ୍ଟ ଝଲସୁଛି। ଯାହାକୁ ଦେଖିବାକୁ ଧାଇଁ ଆସୁଛନ୍ତି ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ବେଶ ଖୁସି ଅନୁଭବ କରୁଛନ୍ତି।
The post ଆସନ୍ତାକାଲି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ appeared first on Prameya News7.